Unknown

ଛୟାଳିଶ ପଟଳ

ଶ୍ରୀ ଫକୀର ମହାନ୍ତି

 

ସୂଚୀପତ୍ର

ପଟଳ

ବିଷୟ

ପ୍ରଥମ

ନାମତତ୍ତ୍ୱ

ଦ୍ୱିତୀୟ

ନାମ ମହିମା

ତୃତୀୟ

ନାମ ବ୍ରହ୍ମସାର

ଚତୁର୍ଥ

ଜୀବ ପରମ ବିବରଣ

ପଞ୍ଚମ

ଯୁଗଳ ଅଙ୍ଗ ସଂକ୍ଷେପ ଭେଦ

ଷଷ୍ଠ

ଯୁଗାନୁରୂପ ଅବତାର

ସପ୍ତମ

ଚାରିଦିଗ ରକ୍ଷଣ ନିରୂପଣ

ଅଷ୍ଟମ

ଆତ୍ମ ଚରିତ

ନବମ

ଆଗତ ଭବିଷ

ଦଶମ

ପ୍ରସିଦ୍ଧ ପୀଠ ସ୍ଥାନ ନିର୍ଣ୍ଣୟ

ଏକାଦଶ

ମହିମା ଧର୍ମ

ଦ୍ୱାଦଶ

ଗୋଲାହାଟ ନିରୂପଣ

ତ୍ରୟୋଦଶ

ଗୋଲାହାଟ ବିବରଣ

ଚତୁର୍ଦ୍ଦଶ

ଭାଗବତ ଜନ୍ମ

ପଞ୍ଚଦଶ

ସପ୍ତାଙ୍ଗଯୋଗ ବିବରଣ

ଷୋଡ଼ଶ

ଚନ୍ଦ୍ରସୂର୍ଯ୍ୟ ନାଡ଼ୀ

ସପ୍ତଦଶ

ଶରୀରଭେଦ ନିରୂପଣ

ଅଷ୍ଟାଦଶ

ପ୍ରକୃତି ମହିମା

ଊନବିଂଶ

ମହାବିରାଟ ମନ୍ତ୍ରଭେଦ

ବିଂଶ

ବ୍ରହ୍ମଭାବ ଭକ୍ତି ବିଷୟ

ଏକବିଂଶ

ପିଣ୍ଡ ବ୍ରହ୍ମାଣ୍ଡ

ଦ୍ୱାବିଂଶ

ଯୋଗସାଧନ

ତ୍ରୟୋବିଂଶ

ପଞ୍ଚଭୂତ ବିବାଦ

ଚତୁର୍ବିଂଶ

ପିଣ୍ଡବ୍ରହ୍ମାଣ୍ଡାଦି ନିରୂପଣ

 

ପ୍ରଥମ ପଟଳ

ଶ୍ଲୋକ ।

 

ଯଦ୍ଦେବ ଜ୍ୟୋସ୍ନା ଜଗତଃ ପ୍ରସୂତଂ ।

ଯସ୍ଥା ସ୍ତୁତଂ ନିର୍ଗୁଣ ନିର୍ବିକଳ୍ପଂ।

ଯତ୍ସର୍ବ ଭୂତାତ୍ସବ ନିର୍ବିକାରଂ।

ତସ୍ମୈ ଗୁରୁଭ୍ୟୋଃ ପ୍ରଣମାମି ନିତ୍ୟଂ।୧।

 

ଯଦ୍ଦେବ ଖଂ ବ୍ୟାପ୍ତ ଚରାଚରଂଚ।

ଯଦ୍‌ବୁଦ୍ଧି ରୂପେ ସ୍ଥିତ ଜନ୍ତୁଗାନାଂ।

ଯତ୍ସର୍ବ ଶକ୍ତୀନ୍ଦ୍ରିୟ ସର୍ବଭୂତେ।

ତସ୍ମୈ ଗୁରୁଭ୍ୟୋଃ ପ୍ରଣମାମି ନିତ୍ୟଂ।୨।

 

ନ ଘ୍ରାଣ ଶ୍ରୋନ୍ତ୍ରଂ ନ ଚ ପାଣି ପାୟୁ।

ନ ଚାସ୍ୟ ଦୃଷ୍ଟି ନ ଚ ନାଦବିନ୍ଦୁଃ।

ନ ପଞ୍ଚଭୂତାତ୍ମକ ସର୍ବଦର୍ଶୀ।

ତସ୍ମୈ ଗୁରୁଭ୍ୟୋଃ ପ୍ରଣମାମି ନିତ୍ୟ।୩।

 

ସର୍ବାନ୍ତସ୍ଥା ରନୁଚର୍ଯ୍ୟୋର୍ଦ୍ଧ ମାନ୍ତ୍ରାଂ।

ମୁର୍ଦ୍ଧ୍ନୀ ଦଳୈ ପ୍ରଣବରୂପ ସହସ୍ରଂ।

ନିତ୍ୟସ୍ଥତେ ଜ୍ୟୋତିପୁରେ ପ୍ରଦୀପ୍ତ।

ରାସକୃତଂ ଅବ୍ୟୟ ଶକ୍ତି ଯୁକ୍ତଂ।୪।

ନିର୍ବାଚନୀୟଂ କ୍ଷର ମକ୍ଷରତ୍ତ୍ୱଂ।

ବ୍ରହ୍ମା ଦୟତ୍ତ୍ୱଂ ସୁରମୁନି ପୂଜ୍ୟଂ।

ତ୍ୱମାଦ୍ୟ ବୀଜ କ୍ଷିତି ସୃଷ୍ଟି ପାଳନଂ।

ସଂହରକ ତ୍ୱଂ ପ୍ରଣମାମି ନିତ୍ୟଂ।୫।

ଗୀତା

ଆଦ୍ୟେ ଗୁରୁଙ୍କୁ ଶ୍ରୀଚରଣ

ଧ୍ୟାଇଶ ଗଲଇଁ ଶରଣ

।।

ଶ୍ରବଣ ସୋଦର ଅନାଦି

କାରଣ କର ଦୟାନିଧି

।।

ହେ ଅବିନାଶି ଦୟାମୟ

ଦୁଷ୍କୃତମାନ କର କ୍ଷୟ

।।

ତୁମ୍ଭେ ଅଖଣ୍ଡ ପୂର୍ଣ୍ଣବ୍ରହ୍ମ

ମହା ଶୂନ୍ୟରେ ତବାଶ୍ରମ

।।

ମହିମା ଚାରିଯୁଗେ ଟେକ

ମହିମା ଗୋସାଇଁ ଅଲେଖ

।।

ଏକ୍ୱୈଶ ଭୁବନର ଗୁରୁ

ନମସ୍ତେ ବାଞ୍ଛା କଳ୍ପତରୁ

।।

ନମସ୍ତେ ଅଣାକାର ରୂପୀ

ସକଳ ଘଟେ ଅଛି ବ୍ୟାପି

।।

ଲାଗିଣ ଅଲଗେ ରହିଛ

ସକଳ କରି କରାଉଛ

।।

 

 

 

 

ଅରୂପ ରୁପବନ୍ତ ହୋଇ

ସଂସାରେ ଖେଳୁଛ ଗୋସାଇ

।।

ଆପେ ଖାତକ ଆପେ ସାହୁ

ଆପେ ମାଗିଣ ଆପେ ଦେଉ

।।

ଆପଣଙ୍କର ମହିମାକୁ

କେ ଅଛି ମର୍ତ୍ତ୍ୟେ ଜାଣିବାକୁ

।।

ଶେଷ ଦେବଙ୍କୁ ଅଗୋଚର

କାହୁଁ ଜାଣିବେ ନର ଛାଇ

।।

ନମସ୍ତେ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ

ସକଳ ଜୀବଙ୍କର ଇଷ୍ଟ

।।

ଅରୂପ ରୂପବନ୍ତ ହୋଇ

ଭାରା ନାଶନ ଭାବଗ୍ରାହୀ

।।

ମହିମା ସାଗର ମହିମା

ମହୀରେ କେ ପାଇବ ସୀମା

।।

ଇନ୍ଦ୍ର ଯୋଗୀନ୍ଦ୍ର ବେଦ ବ୍ରହ୍ମା

ବର୍ଣ୍ଣି ନ ପାରନ୍ତି ମହିଁମା

।।

ମହିମା ଚାରିଯୁଗେ ଟେକ

ମହିମା ଗୋସାଇଁ ଅଲେଖ

।।

ପରମ ବ୍ରହ୍ମ ଅନ୍ତର୍ଯ୍ୟାମୀ

ନମସ୍ତେ ଗୁରୁଦେବ ସ୍ୱାମୀ

।।

ହେ ଅବିନାଶୀ ଦୟାମୟ

ଦୁଷ୍କୃତ ମୋର କର କ୍ଷୟ

।।

ଅରୂପ ସ୍ୱରୂପ ପ୍ରକାଶି

ଭୂଭାଗ ନାଶ ବ୍ରହ୍ମରାଶି

।।

ପଞ୍ଚଶାଖାଙ୍କୁ ଘେନି ସଙ୍ଗେ

ସଂସାରେ ଖେଳ ନାନା ରଙ୍ଗେ

।।

ଅଶେଷ ଭୁବନ ଗୋସାଇଁ

ଆନ କେ ସାହା ମୋର ନାହିଁ

।।

ଆଜନ୍ମ କାଳରୁ ଭରସା

କରିଛି ଶ୍ରୀଚରଣେ ଆଶ

।।

ଆପଣ ମୋର ମାତା ପିତା

ଏ ପିଣ୍ଡ ପରିନ୍ତ୍ରାଣ ଦାତା

।।

ପଦ୍ମ ଚରଣେ ମନ ରହୁ

କରୁଣା କର ମହାବାହୁ

।।

ମୁଁ ଛାଇ ଦୀନ ଜନ

କି ଅବା କରିବି ବର୍ଣ୍ଣନ

।।

ତଥାପି ଶ୍ରୀଗୁରୁ କୃପାରୁ

ମହତ ବାକ୍ୟ ମନେ ସ୍ମରୁ

।।

ଯାହାକି ଅନୁଭବେ ଦୃଶ୍ୟ

ହେବାରୁ କଲଇଁ ପ୍ରକାଶ

।।

 

 

 

 

ଶୁଣ ସୁଜନେ ଦେଇ ଚିତ୍ତ

ପ୍ରଥମ ପଟଳ ଚରିତ

।।

ଶ୍ରୀ ନିରାକାର ସ୍ୱାମୀ ବକ୍ତା

ଜ୍ଞାନୀଅଚ୍ୟୁତାନନ୍ଦ ଶ୍ରୋତା

।।

ଦିନେ ଅଚ୍ୟୂତ ସାୟଂକାଳେ

ଆସନେ ବସିଣ ନିରୋଳେ

।।

ନିରାକାରଙ୍କୁ କଲେ ଲୟେ

ପଞ୍ଚ ମନକୁ କରି ଥୟେ

।।

 

 

 

 

ଧ୍ୟାନରେ ହୁଅନ୍ତେ ନିମଗ୍ନ

ପ୍ରଭୁ ଯେ ହୋଇଣ ପ୍ରସନ୍ନ

।।

ଅରୂପୁ ରୂପ ପ୍ରକାଶିଲେ

ଦୃଷ୍ଟି ଅଗ୍ରତେ ଉଭା ହେଲେ

।।

ଅଚ୍ୟୁତ କରିଲେ ଦର୍ଶନ

ଜ୍ୟୋତି ସ୍ୱରୂପ ନିରଞ୍ଜନ

।।

ସେ ମହାଜ୍ୟୋତି କାନ୍ତି ପୁଣି

ସହସ୍ର ଭାସ୍କରକୁ ଜିଣି

।।

 

 

 

 

ଅଚ୍ୟୁତ ବହୁ ସ୍ତୁତି କଲେ

ସାଷ୍ଟାଙ୍ଗେ ପଦେ ପ୍ରଣମିଲେ

।।

ଭକ୍ତର ଭକ୍ତି ଦେଖି ହରି

ଆନନ୍ଦେ କୋଳେ ତାଙ୍କୁ ଧରି

।।

ବୋଇଲେ ଶୁଣରେ ନନ୍ଦନ

ତୋହର ଅଟେ ସଦଜ୍ଞାନ

।।

ତେଣୁ ଯେ ଦେଲି ଦରଶନ

ତୋ ପ୍ରତି ହୋଇଣ ପ୍ରସନ୍ନ

।।

 

 

 

 

ଏବେ ତୋ ଇଚ୍ଛା ହୁଏ ଯାହା

ପ୍ରକାଶ କର ବାବୁ ତାହା

।।

ପ୍ରଭୁଙ୍କ ବଚନ ଶ୍ରବଣେ

ଅଚ୍ୟୁତ କରଯୋଡ଼ି ଭଣେ

।।

ଭୋ ଦେବ ଗୁରୁ ନିରାକାର

ମୋତେ ଯେ କରିବା ନିସ୍ତାର

।।

କରୁଣା ବହି ଦୟାମୟ

ନାମ ନିର୍ଣ୍ଣୟ ମୋତେ କହ

।।

 

 

 

 

ଯାହାର ନାହିଁ ଚିହ୍ନବର୍ଣ୍ଣ

ଅରୂପାନନ୍ଦ ନାରାୟଣ

।।

ଶୂନ୍ୟ ପୁରୁଷ ଶୂନ୍ୟ ଜ୍ୟୋତି

ମହା ଶୂନ୍ୟରେ ବିଶ୍ରାମନ୍ତି

।।

ମାତୃଗର୍ଭରେ ଥିଲା କାଳେ

ନାମ ନ କହିଲ ସେ ବେଳେ

।।

ଆଦ୍ୟରେ ନାମତ ନ ଥିଲା

ପ୍ରାନ୍ତରେ କେମନ୍ତ ହୋଇଲା

।।

 

 

 

 

ମଧ୍ୟରେ କିପରି ହୋଇବ

ପ୍ରକାଶ କରନ୍ତୁ ହେ ଦେବ

।।

ଭକ୍ତ ବଚନେ ନିରାକାର

ବୋଲନ୍ତି ଶୁଣରେ କୁମର

।।

ଯାହା ପ୍ରସନ୍ନ କଲୁ ତୁହି

କହିବା ସଂଶୟ ଫିଟାଇ

।।

ଯେଣୁ ତୁ ଅଟୁ ମୋର ଭକ୍ତ

ତେଣୁ ଶୁଣିବୁ ନାମତତ୍ତ୍ୱ

।।

 

 

 

 

ମୁଁ ଅଟେ ଅବିନାଶୀ ବ୍ରହ୍ମ

ମହାଶୂନ୍ୟରେ ମୋ ବିଶ୍ରାମ

।।

ପ୍ରକୃତ ମୋର ନାମ ନାହିଁ

ଅନାମ ବ୍ରହ୍ମ ମୁଁ ବୋଲାଇ

।।

ଯାହାର ବାସନା ଯେମନ୍ତେ

ଭାବନା କରନ୍ତି ତେମନ୍ତେ

।।

ଭାବକୁ ନିକଟେ ଉଦୟ

ଅଭାବେ ମୁହିଁ ଶୂନ୍ୟମୟ

।।

 

 

 

 

ଶୁଣ କୁମର ସ୍ଥିର ମନେ

ଅନାମୁଁ ନାମ ହେଲା ଯେହ୍ନେ

।।

ଯେକାଳେ ନଥିଲା ଧରଣୀ

ନଥିଲେ ଶଶୀ ଦିନମଣି

।।

ନଥିଲେ ବାସବ ବରୁଣ

ନଥିଲେ ଗରୁଡ଼ ଅରୁଣ

।।

ନ ଥିଲେ ପବନ ଯେ ଅଗ୍ନି

ନ ଥିଲା ଦିବସ ରଜନୀ

।।

 

 

 

 

 

 

 

 

ନ ଥିଲେ ଦିଗପାଳ ଗଣ

ନ ଥିଲା ଅମର ଭୁବନ

।।

ନ ଥିଲା ଯଶୋବନ୍ତୀ ପୁର

ନ ଥିଲେ ବ୍ରହ୍ମା ବିଷ୍ଣୁ ହର

।।

ଶୂନ୍ୟରେ ନ ଥିଲେ ନକ୍ଷନ୍ତ୍ରେ

ଗନ୍ଧର୍ବ କିନ୍ନର ସହିତେ

।।

ସେ କାଳେ ମୋର ଶୂନ୍ୟରୂପ

ଏମନ୍ତେ ଗଲା କେତେକଳ୍ପ

।।

 

 

 

 

କେହି ନ ଥିଲେ ରେ ନନ୍ଦନ

ସମସ୍ତ ହୋଇଥିଲା ଶୂନ୍ୟ

।।

ସୃଷ୍ଟି କରଣେ ଇଚ୍ଛା ହେଲା

ମୋଠାରୁ ବିନ୍ଦୁ ଉଛୁଳିଲା

।।

ସେ ବିନ୍ଦୁ ଗଗନୁ ଖସିଲା

ଧୂମ୍ର ବର୍ଣ୍ଣ ଯେ ପ୍ରକାଶିଲା

।।

ଧୁମ୍ର ବର୍ଣ୍ଣରୁ ହେଲା ଶକ୍ତି

ଶକ୍ତିରୁ ଓଁକାର ଉତ୍ପତ୍ତି

।।

 

 

 

 

ଓଁ କାରୁ ନ୍ତ୍ରିବୀଜ ବୋଲାଇ

ନ୍ତ୍ରିବୀଜ ନାମ ଜାତ ହୋଇ

।।

ନାମରୁ ବ୍ରହ୍ମା ବିଷ୍ଣୁ ଶିବ

ନାମରୁ ଜଗତ ସମ୍ଭବ

।।

ଅନାମୁଁ ନାମ ହେଲା ଜାତ

ଅଶେଷ ଭୁବନେ ବିଖ୍ୟାତ

।।

ନାମ ନ ଥିବା ସ୍ଥାନ ନାହିଁ

ଶୁଣ ଅଚ୍ୟୁତ ମନ ଦେଇ

।।

 

 

 

 

ପ୍ରେମେ ସେ ନାମ କରିଧ୍ୟାନ

ଅମର ହୋଇଲେ ଈଶାନ

।।

ତେଣୁ ଜଗତେ ପ୍ରାଣୀମାନେ

ନାମ ସ୍ମରଣ ପ୍ରତିଦିନେ

।।

କରିଣ ହୁଅନ୍ତି ନିସ୍ତାର

ଅଚ୍ୟୁତ ନାମ ଆଶ୍ରେ କର

।।

କହଇ ଫକୀର ଅଧମ

ଉଦ୍ଧର ଧର ଶୂନ୍ୟବ୍ରହ୍ମ

।।

 

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ନାମତତ୍ତ୍ୱ ବର୍ଣ୍ଣନେ ସୃଷ୍ଟି ସର୍ଜନା ସଂକ୍ଷେପ

ବିବରଣ କଥନେ ନାମ ପ୍ରଥମ ପଟଳ ।

 

ଦ୍ୱିତୀୟ ପଟଳ

ଅଚ୍ୟୁତ ଉବାଚ ।

ଅଚ୍ୟୁତ ସାଷ୍ଟାଙ୍ଗେ ପ୍ରଣମି

ବୋଲଇ ଆହେ ଗୁରୁସ୍ୱାମୀ

।।

କହିଲ ନାମ ଜନ୍ମଭାବ

ମୋତେ ତା ବୁଝାଇଣ ଦେବ

।।

ନାମ ଯେ ଏକକି ଅନେକ

ପ୍ରକାଶ କର ପଦ୍ମମୁଖ

।।

ଗୋବିନ୍ଦ ଗୋପାଳ ମୁରାରି

ଶ୍ରୀ ବାସୁଦେବ ଦଇତାରି

।।

କୃଷ୍ଣ କେଶବ ଜନାର୍ଦ୍ଦନ

ବୋଲାଅ ପତିତପାବନ

।।

ଶ୍ରୀ ଜଗନ୍ନାଥ କମ୍ବୁପାଣି

ସାରଙ୍ଗଧର ଚିନ୍ତାମଣି

।।

ଭଗତ ବନ୍ଧୁ ଆଦିକନ୍ଦ

ଶ୍ରୀ ନାରାୟଣ ପୂର୍ଣ୍ଣାନନ୍ଦ

।।

ପଦ୍ମନୟନ ଅବିନାଶୀ

କିମ୍ବା ବୋଲାଅ ଶୂନ୍ୟବାସୀ

।।

ଶ୍ରୀନାଥ ଆରତ ଭଞ୍ଜନ

ନିରାକାର ଯେ ନିରଞ୍ଜନ

।।

ଅନାଦି ବାଞ୍ଛା କଳ୍ପତରୁ

ପୁଣି ବୋଲାଅ ମହାମେରୁ

।।

ଅରୂପାନନ୍ଦ ପୂର୍ଣ୍ଣବ୍ରହ୍ମ

କାହିଁକି ହେଲା ଏତେ ନାମ

।।

ସଂଶୟ ହୋଇଲା ମୋ ଚିତ୍ତେ

ପ୍ରକାଶ କରନ୍ତୁ ତା ମୋତେ

।।

ଏମନ୍ତ ଶୁଣି ନିରାକାର

ବୋଲନ୍ତି ଶୁଣରେ କୁମର

।।

ବସ ତୁ ସ୍ଥିର କରି ଚିତ୍ତ

କହିବା ନାମର ଚରିତ

।।

ଯେଣୁ ତୁ ବିଶ୍ୱାସୀ ଭକତ

ତେଣୁ କହିବା ନାମତତ୍ତ୍ୱ

।।

ପ୍ରକୃତ ମୋର ନାମ ନାହିଁ

ଅରୂପ ବ୍ରହ୍ମ ମୁଁ ବୋଲାଇ

।।

ଅରୂପୁ ରୂପବନ୍ତ ହୋଇ

ନାମ ସ୍ୱରୂପେ ଖେଳୁଥାଇ

।।

ନାମଟି ସବୁଠାରେ ପୂର୍ଣ୍ଣ

ନାମ ନ ଥିବା ନାହିଁ ସ୍ଥାନ

।।

ଗାଉଛି ସର୍ବଘଟେ ନାମ

ରାଆ ଜାନକୀ ମଅ ରାମ

।।

ନାମ ଛାଡ଼ିଲେ ଦେହଗଲା

ସ୍ଥକିତି ହୋଇଣ ରହିଲା

।।

ପିଣ୍ଡକୁ କେହି ନ ଛୁଅନ୍ତି

ମୁର୍ଦାର ବୋଲିଣ କହନ୍ତି

।।

ମୋ ନାମ ଅଚ୍ୟୁତ ଅନନ୍ତ

ମୋହର ନାହିଁ ଆଦି ଅନ୍ତ

।।

ଅଶେଷ ପ୍ରକାରେ ମୋ ନାମ

ଧ୍ୟାଇଲେ ହୁଏ ପୂର୍ଣ୍ଣକାମ

।।

ଯେ ମୋତେ ଭାବେ ଯେଉଁପରି

ତା ଭାବେ ପ୍ରାପ୍ତ ସେହିପରି

।।

ଏ ମୋର ନାମମାନ ଯେତେ

ଭକତ ଦେଲେ ତୋଷଚିତ୍ତେ

।।

ମାତା ପିତାଙ୍କ ଯୁଗ୍ମକାଳେ

ଭାବ କରନ୍ତି ସୁଖ ଭୋଳେ

।।

ଭାବରୁ ଯହୁଁ ହେଲି ଜନ୍ମ

ଏଣୁ ମୋ ଭାବଗ୍ରାହୀ ନାମ

।।

ମାତା ପଦୁକୁ ସିନ୍ଧୁ କହି

ସେ ସିନ୍ଧୁ ବାସ ମୋ ଅଟଇ

।।

କୃପାରେ ସିନ୍ଧୁ ଦେଲା ସ୍ଥାନ

ଏଣୁ ମୋ କୃପାସିନ୍ଧୁ ନାମ

।।

ଯେଣୁ ମୁଁ ନରରୂପୀ ଜାଣ

ତେଣୁ ବୋଲାଏ ନାରାୟଣ

।।

ତୁ ଯେଣୁ ଭକତ ବିଶ୍ୱାସ

ଗୁପତ କରିଲି ପ୍ରକାଶ

।।

ଗାଉଛି ସର୍ବଠାରେ ନାମ

ତେଣୁ ମୋ ନାମଟି ଶ୍ରୀରାମ

।।

 

 

 

 

ଭକ୍ତଙ୍କ ବାଞ୍ଛିତ ପୁରଣ

କରନ୍ତେ ଭକ୍ତବନ୍ଧୁ ନାମ

।।

ଏ କାୟା ମଧ୍ୟେ ମୁହିଁ ଇଷ୍ଟ

ଏଣୁ ମୁଁ ବୋଲାଇ ଶ୍ରୀକୃଷ୍ଣ

।।

ଯେଣୁ ମୋ ପିତା ଜୟଦେବ

ତେଣୁ ବୋଲାଏ ବାସୁଦେବ

।।

ମୋ ଶବ୍ଦ ଶରୀର ଅଟଇ

ପାଳଣ କରତାଟି ମୁହିଁ

।।

 

 

 

 

ତେଣୁଟି ଗୋବିନ୍ଦ ମୋ ନାମ

ଶୁଣ ହେ ଭକତ ଉତ୍ତମ

।।

ଦେହକୁ ଜଗତଟି କହି

ମୁଁ ତହିଁ କରତା ବୋଲାଇ

।।

ତେଣୁ ମୋ ନାମ ଜଗନ୍ନାଥ

ଶୁଣରେ କୁମର ଅଚ୍ୟୁତ

।।

ଶିରୀ ଯେ ଲକ୍ଷ୍ମୀ ଠାକୁରାଣୀ

ଅଟନ୍ତି ଆମ୍ଭର ଘରଣୀ

।।

 

 

 

 

ଶ୍ରୀନାଥ ବୋଲନ୍ତି ଭକତେ

ଆବର ନାମମାନ ଯେତେ

।।

ସନ୍ତୋଷେ ଦେଲେ ଭକ୍ତମାନେ।

 

ଶୁଣ ଅଚ୍ୟୁତ ସାବଧାନେ

।।

ମୋର ଚରଣୁ ମକରନ୍ଦ

ଆପ୍ୟାନେ ତୁଷ୍ଟ ଭକ୍ତବୃନ୍ଦ

।।

ଦେଲେକ ଆଦିକନ୍ଦ ନାମ

ଧ୍ୟାଇଲେ ପୁର୍ଣ୍ଣ ହୁଏ କାମ

।।

 

 

 

 

ଦଇତା ସର୍ବେ ମୋ ବଇରି

ମୋ ନାମ ହେଲା ଦଇତାରି

।।

ପ୍ରାଣୀଙ୍କ ଆରତ ଭଞ୍ଜନ

ମୁଁ ଆର୍ତ୍ତନ୍ତ୍ରାଣ ନିରଞ୍ଜନ

।।

ମହା ବ୍ରହ୍ମରୁ ମୋ ଉତ୍ପନ୍ନ

ତେଣୁ ମୁଁ ଅବିନାଶୀ ବ୍ରହ୍ମ

।।

ମହାଶୂନ୍ୟରେ ରହେ ମିଶି

ମୋ ନାମ ହେଲା ଶୂନ୍ୟବାସୀ

।।

 

 

 

 

ମୋହର ଅନନ୍ତ ମହିଁମା

ଅନନ୍ତ ନାମ ନାହିଁ ସୀମା

।।

ଅନନ୍ତ ରୂପ ନାହିଁ ଅନ୍ତ

ଅଣ ଅକ୍ଷରୁ ରୂପବନ୍ତ

।୨୦।

ଅନନ୍ତ ନାସା କର୍ଣ୍ଣ ମୋର

ଅନନ୍ତ ନୟନ ଯେ ଶିର

।।

ଅନନ୍ତ କର ଯେ ପୟର

କେ ଅନ୍ତ ପାଇବ ତାହାର

।।

 

 

 

 

ମୋହର ନାମ ନିରନ୍ତର

ସ୍ମରଣ କରରେ କୁମର

।।

ଭାବରେ ଭାବଗ୍ରାହୀ ତୁଷ୍ଟ

ସର୍ବଦା କରନ୍ତି ନିକଟ

।।

ଅଭାବେ ଅଦୃଶ୍ୟେ ରହଇ

କେଭେଁ ପ୍ରସନ୍ନ ମୁଁ ନ ହୋଇ

।।

ଯାହାର ଭାବନା ଯେପରି

ସେ ଫଳ ପାଏ ସେହିପରି

।।

 

 

 

 

ଶୁଣି ଅଚ୍ୟୁତ ହୋଇ ତୋଷ

ବୋଇଲେ ନମଃ ପୀତବାସ

।।

ମୋତେ ଯେ କୃତାର୍ଥ କରିଲ

ନାମ ମହିମା ପ୍ରକାଶିଲ

।।

ଦ୍ୱିତୀୟ ପଟଳ ପୂରଣ

ହୋଇଲା ଶୁଣ ସୁଜ୍ଞଜନ

।।

ଶ୍ରୀଗୁରୁ ପଦେ ଦେଇ ଚିତ୍ତ

ବୋଲେ ଫକୀର ଅରକ୍ଷିତ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ନାମ ମହିମା ବର୍ଣ୍ଣନେ

ନାମ ଦ୍ୱିତୀୟ ପଟଳ ।

 

ତୃତୀୟ ପଟଳ

ଅଚ୍ୟୁତାନନ୍ଦ କର ଯୋଡ଼ି

କହେ ପ୍ରଭୁଙ୍କ ପାଦେ ପଡ଼ି

।।

ହେ ଗୁରୁଦେବ ନାରାୟଣ

ଅଶେଷ ଭୁବନ କାରଣ

।।

ପବିନ୍ତ୍ରାନନ୍ଦ ପୁଣ୍ୟ ଦେହୀ

ତୁମ୍ଭର ଆଦିଅନ୍ତ ନାହିଁ

।।

ବୋଇଲେ ନାମ ବ୍ରହ୍ମ ଧ୍ୟାନ

କଲେ ହୋଇବ ସଦଜ୍ଞାନ

।।

ସେ ବ୍ରହ୍ମଜ୍ଞାନ କାହିଁ ଥିଲେ

କେମନ୍ତେ କାହିଁ ବିଶ୍ରାମିଲେ

।।

ଏମନ୍ତ ରୂପ ବ୍ରହ୍ମଜ୍ଞାନ

କିପରି ତାଙ୍କ ବର୍ଣ୍ଣ ଚିହ୍ନ

।।

କେଉଁସ୍ଥାନରେ ସେ ରହନ୍ତି

କି କର୍ମ କଲେ ଭେଟପାନ୍ତି

।।

କଳା କି ଶ୍ୟାମଳ ଗଉର

କିବା ଲୋହିତ ବର୍ଣ୍ଣ ତାର

।।

ଦିବା ରାନ୍ତ୍ରରେ କାହିଁ ଥାନ୍ତି

ସ୍ତିରୀକି ପୁରୁଷ ବୋଲାନ୍ତି

।।

ଶ୍ରବଣେ ଅଚ୍ୟୁତ ବଚନ

ବୋଲନ୍ତି କମଳ ଲୋଚନ

।।

ତୁ ଯେ ପୁଚ୍ଛଲୁ ଭଲା ମର୍ମ

କହିବା ଶୁଣ ବ୍ରହ୍ମ ଧର୍ମ

।।

ବ୍ରହ୍ମ ପୁରୁଷ ଯେ ଅଟନ୍ତି

ଶୁକ୍ଲାମ୍ୱର ଯେ ତାଙ୍କ ଜ୍ୟୋତି

।।

ଅରୂପ ଶୂନ୍ୟ ବ୍ରହ୍ମ ଦେହୀ

ରୂପରେ ପଟାନ୍ତର ନାହିଁ

।।

ଅଶେଷ ପୁରେ ଯେତେ ସ୍ଥାନ

ବ୍ୟାପିଛି ଅଣାକାର ବ୍ରହ୍ମ

।।

ଅବ୍ୟକ୍ତ ଅଖଣ୍ଡ ମଣ୍ଡଳ

ଶ୍ରବଣେ ବିରାଜେ କୁଣ୍ଡଳ

।।

କୋଟିଏ ରବି ଛବି ନିନ୍ଦେ

ବିଜୟେ ସର୍ବଜୀବ ହୃଦେ

।।

 

 

 

 

ସ୍ତିରୀ ପୁରୁଷ ବୋଲି ଯାହା

ପୁଚ୍ଛିଲ କହେ ଶୁଣ ତାହା

।।

ସ୍ତିରୀ ଅଙ୍ଗଟି ସେହି ଜାଣ

ପୁରୁଷ ସେହିଟି ପ୍ରମାଣ

।।

ଦେଖ ତୋହର ହୃଦେ ସେହି

ସକଳ ଶୁଣାଇ ଶୁଣଇ

।।

ସେ ପ୍ରଭୁ ମୋର ହୃଦେ ବିଜେ

କରି କରାଉଛନ୍ତି ନିଜେ

।।

 

 

 

 

ମୋ ହୃଦେ ଥାଇଣ କହନ୍ତି

ତୋ ହୃଦେ ଥାଇଣ ଶୁଣନ୍ତି

।।

ସେ ବ୍ରହ୍ମ ସକଳ ଘଟରେ

ବିଜୟ ନ୍ତ୍ରିଗୁଣ ରୂପରେ

।।

ପୁଣି ନିର୍ଗୁଣ ରୂପ ଧରି

ନ୍ତ୍ରିଗୁଣ ତଲ୍ଲୁକୁ ଓଟାରି

।।

ମହାବ୍ରହ୍ମଙ୍କ ନିରୂପଣ

କରିବା ବଡ଼ଇ କଠିନ

।।

 

 

 

 

ଅଚ୍ୟୁତ ଅମୃତଟି ସେହି

ତାଙ୍କର ଆଦିଅନ୍ତ ନାହିଁ

।।

ଦେବେ ଅଗମ୍ୟ ମହାବ୍ରହ୍ମ

ତୁ ପୁଣି ପୁଚ୍ଛ ତାର ମର୍ମ

।।

ସେ ଶୂନ୍ୟବ୍ରହ୍ମ କଲେ ଦୟା

ତାଠାରୁ ତୁଟିଯାଏ ମାୟା

।।

ବ୍ରହ୍ମରେ ପଶଇ ଶରଣ

କରଇ ବ୍ରହ୍ମ ନିରୂପଣ

।।

 

 

 

 

ତବ ଆଜ୍ଞାରେ ଶୁଷ୍କ ତରୁ

ପଲ୍ଲବି ଦୁବ ହୁଏ ଦାରୁ

।।

ପର୍ବତ ମେରୁ ପ୍ରାୟେ ହେବ

ପଥର ପାଣିଯେ ହୋଇବ

।।

କଳା କମଳ ଧଳା ହେବ

ମେଘ ନ ଥାଇ ବୃଷ୍ଟିହେବ

।।

ବୃଦ୍ଧ ଯୈାବନ ଅଙ୍ଗ ହେବ

ପାଚିଲା ବାଳ କଅଁଳିବ

।।

 

 

 

 

ଘୁଙ୍ଗା ଯେ ବାକ୍ୟ ଉଚ୍ଚାରିବ

ପଙ୍ଗୁ ପର୍ବତ ଲଂଘିଯିବ

।।

ଗବ ଯେ ହୋଇବ ଚନ୍ଦନ

ପାପୀକି ପ୍ରାପ୍ତ ସ୍ୱର୍ଗସ୍ଥାନ

।।

ଲୈାହ ଯେ ହୋଇବ ସୁବର୍ଣ୍ଣ

ଖର୍ପର ହେବ ଅଷ୍ଟରତ୍ନ

।।

ମୃତ୍ତିକା ପିତୁଳା ନିର୍ଜୀବ

ସେ ପୁଣି ବଚନ କହିବ

।।

 

 

 

 

ଅସଙ୍ଗା ଗାବ କ୍ଷୀର ଦେବ

ନିର୍ଝରୁ ଝର ଯେ ବହିବ

।।

ଫଟା ଆଶ୍ରମ ନୂଆ ହେବ

ଅଦିନେ ବସନ୍ତ ବହିବ

।।

ମହାବ୍ରହ୍ମଙ୍କ କରୁଣାରେ

ବ୍ରହ୍ମରେ ଲୀନହୋଇପାରେ

।।

ଯୋଗୀଏ ଯୋଗମାର୍ଗେ ବଣା

ହୁଅନ୍ତୁ ନ ପାଇ ଠିକଣା

।।

 

 

 

 

ଯୋଗାଙ୍ଗୀ ଭୋଗାଙ୍ଗୀ ଯେ ପୁଣି

ନ୍ତ୍ରିବୀଜ ଅଭ୍ୟାସ ଯେ ଜ୍ଞାନୀ

।।

କେହୁ ଯୁଗଳ ମୂର୍ତ୍ତଧ୍ୟାନେ

ରହନ୍ତି ଗର୍ବ କରିମନେ

।।

ଯେ କରେ ଓମତି ସାଧବ

ମାଳା ଜପଇ ଠକ ଠକ

।।

ଭେଦଇ ସପ୍ତ ପଞ୍ଚାତ୍ମିକ

ବସାଣ ବସାଏ ଅନେକ

।।

 

 

 

 

କେ ପୁଣି ସପ୍ତାଙ୍ଗରେ ଥାଇ

ଛାୟା ଅବାଡ଼ କେ ସାଧଇ

।।

ଅଷ୍ଟାଙ୍ଗ ଯୋଗ କରି କରି

ମନ ଯେ ତହୁଁ ଆସେ ଫେରି

।।

ବ୍ରହ୍ମର ନୋହିଲେ କରୁଣା

ବ୍ରହ୍ମାଦି ସୁରେ ହୋନ୍ତି ବଣା

।।

ବ୍ରହ୍ମ ଯେ ହୋଇଲେ ପ୍ରସନ୍ନ

ଆପେ ଦିଅନ୍ତି ଦରଶନ

।।

 

 

 

 

 

 

 

 

ମନ ଯାହାର ସରୁ ହୋଇ

ସେହି ବ୍ରହ୍ମଙ୍କୁ ଭେଟ ପାଇ

।।

ନୋହିଲେ ନ ପାବନ୍ତି ଭେଟ

ଯାହାର ମନ ଗର୍ବେ ମୋଟ

।।

ବ୍ରହ୍ମର ନାହିଁ ସ୍ଥଳ କୂଳ

ବ୍ରହ୍ମହିଁ ଏକା ଆଦିମୂଳ

।।

ବ୍ରହ୍ମରେ ଯେହୁ କରେ ଲୟେ

ତାର ନ ଥାଏ ଭବ ଭୟେ

।।

 

 

 

 

ଭାବିତେ ପ୍ରେମେ ବ୍ରହ୍ମ ଧ୍ୟାଇ

ଅନ୍ତିମେ ବ୍ରହ୍ମେ ଲୀନ ହୋଇ

।।

ଜନ୍ମ ମରଣୁ ନିସ୍ତରଇ

ଯେ ବ୍ରହ୍ମଦର୍ଶୀ ପ୍ରେମେ ଥାଇ

।।

ସେ ଶୂନ୍ୟବ୍ରହ୍ମ ହୃଦେ ଧ୍ୟାଇ

ଫକୀର କହେ କର ନ୍ତ୍ରାହି

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ନାମ ବ୍ରହ୍ମସାର ତତ୍ତ୍ୱ ନିରୂପଣ କଥନେ

ନାମ ତୃତୀୟ ପଟଳ ।

 

ଚତୁର୍ଥ ପଟଳ

ଶ୍ରୀଗୁରୁ ଚରଣେ ଲଗାଇ ଶିର।

କହେ ଅଚ୍ୟୁତ ଯୋଡ଼ି ବେନି କର ।୧।

ସମସ୍ତ ସାର ବ୍ରହ୍ମମୂର୍ତ୍ତ ଯେହୁ।

ଏକ କି ଅନେକ ଅଟନ୍ତି ସେହୁ।୨।

ମୋତେ ତା ବୁଝାଇ ଦିଅନ୍ତୁ ଗୁରୁ ।

ଆପଣ ଅଟ ବାଞ୍ଛା କଳ୍ପତରୁ।୩।

ଅଚ୍ୟୁତ ବାକ୍ୟ ଶୁଣି ନିରାକାର ।

ବୋଲନ୍ତି ସେ ମର୍ମ ଶୁଣ କୁମର ।୪।

ଅପ୍ରତେ ନ କର ମନରେ ତୁହି।

ପ୍ରତେ ଯିବୁ ଯେହ୍ନେ ଦେବା ବୁଝାଇ ।୫।

ସେ କାଳେ ସର୍ବ ଶୂନ୍ୟମୟ ଥିଲା ।

ସେ ଶୂନ୍ୟ ବ୍ରହ୍ମେ ସମସ୍ତ ଲୁଚିଲା ।୬।

ସୃଷ୍ଟି ସର୍ଜନାରେ କଳ୍ପିଲେ ଯହୁଁ ।

କାରୁଣ୍ୟ ଜଳ ଉପୁଜିଲା ତହୁଁ ।୭।

ମନରୁ କଲ୍ୟାଣ ଉଦୟ ହୋଇ ।

ଶବ୍ଦ ସ୍ୱରୂପେ ସେ ଜଳେ ପଡ଼ଇ ।୮।

 

ସେ ଶବ୍ଦ ସଙ୍ଗେ ଚାରିକଳା ମିଶି ।

କାରୁଣ୍ୟ ଜଳେ ବିନ୍ଦୁ ରୂପ ଦିଶି ।୯।

ଆଦି ପଞ୍ଚଭୂତ କାୟା ପ୍ରକାଶି ।

କାରୁଣ୍ୟ ଜଳେ ମୂର୍ତ୍ତି ଏକ ଭାସି ।୧୦।

 

ସେହି ନ୍ତ୍ରିକାଳ ବେଦ ବ୍ରହ୍ମ କାୟା ।

ଆଦ୍ୟଙ୍ଗ ଅଭଙ୍ଗ ସେ ଯୋଗମାୟା ।୧୧।

ପ୍ରଚଣ୍ଡ ଶବଦ କଲେକ ଯହୁଁ।

ଆଦିଚଣ୍ଡୀ ନାମ ହୋଇଲା ତହୁଁ ।୧୨।

 

ଆଦ୍ୟକେ ରୂପ ପ୍ରକାଶନ୍ତେ ଏକା ।

ତେଣୁ ତାଙ୍କ ନାମ ହେଲା ଅମ୍ବିକା ।୧୩।

ଦୁର୍ଗମ କାଳରୁ ହୋନ୍ତେ ଉତ୍ପତ୍ତ ।

ଦୁର୍ଗତ ଖଣ୍ଡିନୀ ଦୁର୍ଗା ବୋଲାନ୍ତି ।୧୪।

 

ଏକାର୍ଣ୍ଣବ କାଳେ ଘୋଟନ୍ତେ ବାୟା ।

ତେଣୁ ବୋଲାଇଲେ ସେ କାଳମାୟା ।୧୫।

ଅଣ୍ଡଗୋଟି ପ୍ରାୟେ ଅଦୃଶ୍ୟେ ଥାନ୍ତି ।

ନାମ ପ୍ରକାଶିଲେ ଅମୋହ ଶକ୍ତି ।୧୬।

 

 

ଭୁବନେ କାୟା ହୁଅନ୍ତେ ଅଦୃଶ୍ୟ ।

ଭୁଶକ୍ତି ବୋଲିଣ ନାମ ପ୍ରକାଶ ।୧୭।

ଆଦ୍ୟ ଶିରୋମଣି ସେ ମହାମାଈ ।

ଶ୍ରୀଶକ୍ତି ନାମଟି ହୋଇଲା ତହିଁ।୧୮।

 

ପୂର୍ଣ୍ଣବ୍ରହ୍ମ ଶକ୍ତି ନିର୍ବେଦୁଁ ବେଦ।

ଅଶେଷ ମହିମା କେ ପାଏ ଭେଦ ।୧୯।

ବେଦ ବ୍ରହ୍ମ ବୋଲି ତାହାଙ୍କୁ କହି ।

ସାମ ଯଜୁ ଋକ ଅଥର୍ବ ସେହି ।୨୦।

 

ପୁଣି ବୋଲନ୍ତି ଦେବୀ ଆଦ୍ୟଶକ୍ତି ।

ଏକର୍ଣ୍ଣବ ଜଳେ ମନେ ଭାବନ୍ତି।୨୧।

ଜଳଶୂନ୍ୟ ଅଛି କୁଳତ ନାହିଁ ।

ଟଳ ଟଳ ଯେ ହେଉଅଛି ମୁହିଁ ।୨୨।

 

କେଉଁଠାରେ ମୁଁ କରିବି ବିଶ୍ରାମ ।

ରହିବାପାଇଁ କାହିଁ ନାହିଁ ସ୍ଥାନ ।୨୩।

ଏମନ୍ତ ଭାବି ହୁଂକାର ସେ କଲେ ।

ଲୋମେକ ନାଭି ମୁଳୁଁ ଉପାଡ଼ିଲେ।୨୪।

 

 

ହୁଙ୍କାର ଶବ୍ଦୁଁ ମୁର୍ତ୍ତ ଏକ ଜାତ ।

ଓଁ କାର ନାମ ଦେଲେ ଆଦିମାତ ।୨୫।

ଘୋର ନାଦ କରି ପୋତିଲେ ଜଳେ ।

ଭେଦିଣ ଗଲା ସପତ ପାତାଳେ ।୨୬।

 

ତା ପରେ ବସନ୍ତେ ସେ ମହାମାଈ ।

ଟଳ ଟଳ ଆଉ ନୋହିଲା ସେହି ।୨୭।

ମହାତ୍ମାଣୀ ତହୁଁ କଲ୍ୟାଣ କଲେ ।

ବଜ୍ରାଙ୍ଗ ହୁଅ ବୋଲି ବରଦେଲେ ।୨୮।

 

ଦେବୀ ଆଜ୍ଞାରେ ସେ ବଜ୍ର ହୋଇଲା ।

ଲିଙ୍ଗ ସ୍ୱରୂପେ ଶ୍ରୀ ଅଙ୍ଗେ ଭେଦିଲା ।୨୯।

ଦେଖି ମହାଦେବୀ ମନ ସନ୍ତୁଷ୍ଟେ ।

ବର ମାଗ ବୋଲି ବୋଲନ୍ତି ହୃଷ୍ଟେ ।୩୦।

 

ଓଁକାର ବୋଲେ କର ଯେବେ ଦେବ ।

ବେଦ ମନ୍ତ୍ରେ ମୋତେ ଆଗେ ରଖିବ ।୩୧।

ଓଁକାର ବୋଲି ଉଚ୍ଚାରିବ ବେଦ ।

ମୋତେ ନ ବନ୍ଦିଲେ ନୁହେଟି ଶୁଦ୍ଧ ।୩୨।

 

 

ତୋ ପାଦପଦ୍ମେ ଧ୍ୟାନ ଥିବ ମୋର ।

ବିରାଟ ନାମଟି ଦିଅ ମୋହର।୩୩।

ଅଶେଷ ଭୁବନେ ଘୋଟିଛୁ ଦେବୀ ।

ତିଳ ଚୋପାଏ ମୁହଁ ଧରିଥିବି ।୩୪।

 

ବଳେ ମୋତେ କେହି ନୋହିବେ ସମ ।

ବଳଭଦ୍ର ବୋଲି ଦିଅ ମୋ ନାମ ।୩୫।

ଶାସ୍ତ୍ର ପୁରାଣ ମୂଳ ହେବି ମୁହିଁ ।

ଶେଷଦେବ ନାମ ଦିଅ ମା ତୁହି ।୩୬।

 

ମୋ ମସ୍ତକେ ଆପେ ବିରାଜି ଥିବୁ ।

ତୋ ପରେ ଲିଙ୍ଗ ସ୍ୱରୂପେ ରଖିବୁ ।୩୭।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ।

ଲିଙ୍ଗ ରୂପରୁ କରାଇବୁ ଜନ୍ମ।୩୮।

 

ବିରାଟ ବୋଲି ନାମଦେଲେ ମାତ ।

ମୋ ପାଶେ ଥିବ ତୋ ଉଦୟ ଅସ୍ତ।୩୯।

ଅସ୍ତୁ ଅସ୍ତୁ ବୋଲି କହିଣ ଦେବୀ ।

ଆସନେ ବସିଣ ମନରେ ଭାବି ।୪୦।

 

 

କାହୁଁ ଅଇଲି ମୁଁ କେ କଲା ଜନ୍ମ ।

ଚାହିଁଲେ ଦିଶେ ଦଶଦିଗ ଶୂନ୍ୟ ।୪୧।

ସେ ଶୂନ୍ୟ ମଣ୍ଡଳେ ରଖନ୍ତେ ଲୟେ ।

ଅନାଉଁ ଅନାଉଁ ସେ ଜ୍ୟୋତିର୍ମୟେ ।୪୨।

 

କୋଟି ରବି ଛବି ନିନ୍ଦେ ମଣ୍ଡଳ ।

କୋଟି ଚନ୍ଦ୍ରକାନ୍ତି ଜିଣି ସେ ଠଳ ।୪୩।

ସେହିଟି ସୋମ ମଣ୍ଡଳ ଅଟଇ ।

ଅଗ୍ନି ମଣ୍ଡଳ ତା ପରେ ଦିଶଇ ।୪୪।

 

ତା ଉପରେ ଦିଶେ ହେମ ମଣ୍ଡଳ ।

ଶୂନ୍ୟ ମଣ୍ଡଳ ପରେ ଢଳ ଢଳ ।୪୫।

ସେ ଶୂନ୍ୟ ମଧ୍ୟେ ମହାଶୂନ୍ୟ ବାସୀ ।

ନିର୍ଗୁଣ ରୂପ ବିନ୍ଦୁ ବ୍ରହ୍ମରାଶି ।୪୬।

 

ମହାବ୍ରହ୍ମ ମୂର୍ତ୍ତ କରି ଦର୍ଶନ ।

ଦେବୀଙ୍କର ତହିଁ ହଜିଲା ଜ୍ଞାନ ।୪୭।

ମହାବ୍ରହ୍ମେ ହଜି ମଜ୍ଜିଲେ ଯହୁଁ ।

କେତେ କଳ୍ପ ଗଲା ନ ଜାଣେ କେହୁ ।୪୮।

 

 

ମହାତ୍ମାଣୀ ମନ ଜାଣିଲେ ପ୍ରଭୁ ।

ଅରୂପ ତେଜି ରୂପ ହେଲେ ବିଭୁ ।୪୯।

ପ୍ରେମ ଭକ୍ତିରେ ପ୍ରେମ ସିନ୍ଧୁ ବଢ଼ି ।

ସେ ପ୍ରେମ ଜଳ ଦେବୀ କରେ ପଡ଼ି ।୫୦।

 

ଚେତନା ପାଇଣ ଜଗତ ମାତ ।

ମନେ ବିଚାରନ୍ତି ଏ କି ଅଦ୍ଭୂତ ।୫୧।

ପଦ୍ମ ପନ୍ତ୍ରେ ଜଳ ପକାନ୍ତେ ଯେହ୍ନେ ।

ଢଳ ଢଳ ହୋଇ ଦିଶଇ ତେହ୍ନେ ।୫୨।

 

ସୁଗନ୍ଧରେ ଦେବୀ ଶାନ୍ତି ହୋଇଲେ ।

ଶୂନ୍ୟ ବ୍ରହ୍ମ ଧ୍ୟାଇ ଆପ୍ୟାନ କଲେ ।୫୩।

ବେନି ହସ୍ତେ ଧରି ଭକ୍ଷିଲେ ଯେଣୁ ।

ବେନି ଭାଗେ ଗର୍ଭେ ପଡ଼େ ସେ ତେଣୁ ।୫୪।

 

ଏମନ୍ତେ କିଛି ଦିନ ଗଲା ଯହୁଁ ।

ମନେ ଯୋଗମାୟା ଭାବନ୍ତି ତହୁଁ ।୫୫।

ଯେଉଁ ବ୍ରହ୍ମବିନ୍ଦୁ ଗର୍ଭେ ରହିଲା ।

କିରୁପ ହେଲା ଜଣା ନ ପଡ଼ିଲା ।୫୬।

 

 

ବିଶେଷ ଭାରା ହୁଏ ମୋ ଉଦର ।

ହେ ଶୂନ୍ୟ ବ୍ରହ୍ମ ଉଦ୍ଧରିଣ ଧର ।୫୭।

ବ୍ରହ୍ମ ସ୍ମରଣେ ପ୍ରସନ୍ନ ହୋଇଲେ ।

ଆଦି ଶକ୍ତିଙ୍କି ବୁଦ୍ଧି ବତାଇଲେ ।୫୮।

 

ବେନିକରେ ପଞ୍ଜରାକୁ ଧଇଲେ ।

ନାଭିମଣ୍ଡଳଠାରୁ ଚାପିଦେଲେ ।୫୯।

ତହୁ ବେନି ମୂର୍ତ୍ତ ହେଲା ଉତ୍ପନ୍ନ ।

ବାଳକ ବାଳିକା ରୁପ ଶୋଭନ ।୬୦।

 

ଅକ୍ଷର ସ୍ୱରୁପୀ ସେ ରାମ ନାମ ।

ଆଦ୍ୟ ନାମ ବ୍ରହ୍ମ ହେଲେ ଜନମ ।୬୧।

ଅନନ୍ତ କୋଟି ନାମରୁ ସେ ସାର ।

ମହାବ୍ରହ୍ମ ଅନାମରୁ ବାହାର ।୬୨।

 

ସେହି ଅଟନ୍ତି ଯେ ଜୀବ ପରମ ।

ସେହି ପ୍ରକୃତି ପୁରୁଷ ଉତ୍ତମ ।୬୩।

ଏହି ରାମ ନାମ ଅଟେ ସିଦ୍ଧାନ୍ତ ।

ବେଦ ବେଦାନ୍ତରେ ନ ମିଳେ ଅନ୍ତ ।୬୪।

 

 

ବେନି ମୂର୍ତ୍ତି ନୀଳ ଗଉର ବର୍ଣ୍ଣ ।

ସର୍ବନ୍ତ୍ର ବିରାଜେ ସେ ବ୍ରହ୍ମ ଶହ୍ନ ।୬୫।

ଆଦ୍ୟରେ ସ୍ୱୟଂ ଏକ ବ୍ରହ୍ମ ଥିଲା ।

ତହିଁରୁ ପ୍ରକୃତି ଜାତ ହୋଇଲା ।୬୬।

 

ପ୍ରକୃତିରୁ ସବୁ ହୋଇଲା ଜାତ ।

ଏକୋଇଶ ପୁର ହୋଇଲା ଖ୍ୟାତି ।୬୬।

ଏକଇ ବ୍ରହ୍ମ ସର୍ବନ୍ତ୍ର ବିରାଜେ ।

ବସ୍ତୁ ବିକାରେ ଭିନ୍ନ ଭିନ୍ନ ରାଜେ ।୬୭।

 

ଏକଇ ବ୍ରହ୍ମରୁ ହୁଏ ଅନେକ ।

ଯେ ବ୍ରହ୍ମ ସେହି ଅନାମ ଅଲେଖ ।୬୯।

ସେହି ନିର୍ବିକଳ୍ପ ପୁରୁଷାତ୍ତମ ।

ଶୂନ୍ୟ ଶୂନ୍ୟ ମହାଶୂନ୍ୟେ ବିଶ୍ରାମ ।୭୦।

 

ଅଚ୍ୟୁତ ନାମ ବ୍ରହ୍ମେ ରଖ ଲୟ ।

ବୃଥା ଚୌରାଶିକି ନ କର ଭୟ ।୭୧।

ହେ ଭକ୍ତ ତୋତେ କହିଲୁଁ ବୁଝାଇ ।

ବ୍ରହ୍ମ ଧ୍ୟାନେ ମନ ଥାଅ ମଜ୍ଜାଇ ।୭୨।

 

 

କହେ ଫକୀର ଧ୍ୟାଇ ଶୂନ୍ୟ ବ୍ରହ୍ମ ।

ଶ୍ରୀଚରଣ ତଳେ ରହୁ ମୋ ମନ ।୭୩।

ଏକମାନ୍ତ୍ର ଭବେ ମୁହିଁ ଅରକ୍ଷ ।

ଅନ୍ତିମେ ନ୍ତ୍ରାହି କରିବେ ଅଲେଖ ।୭୪।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଜୀବ ପରମ ବିବରଣ କଥନେ

ନାମ ଚତୁର୍ଥ ପଟଳ ।

 

Unknown

ପଞ୍ଚମ ପଟଳ

ଅଚ୍ୟୁତ ଉବାଚ ।

 

ପୁଣିହିଁ ଅଚ୍ୟୁତ ପ୍ରଣମି

ପୁଚ୍ଛିଲେ ଆହେ ଅନ୍ତର୍ଯ୍ୟାମୀ

।।

ବ୍ରହ୍ମର ମର୍ମ ବୁଝାଇଲେ

କେତେକ କଥା ନ କହିଲେ

।।

ଯେ କିଛି ରହିଲା ସଂଶୟ

ବୁଝାଇ ଦିଅ ଦୟାମୟ

।।

ଆଦି ଅପର୍ଣ୍ଣା ଯେଉଁ ଦେବୀ

ଦୁର୍ଗତି ଖଣ୍ଡିନୀ ଭୈରବୀ

।।

 

ତାହାଙ୍କ ଗର୍ଭରୁ ଉତ୍ପତ୍ତି

କେମନ୍ତେହେଲେ ବେନିମୂର୍ତ୍ତ

।।

ଯେ ଅଣ ଆକାରୁ ଆକାର

ନ ଥିଲା ତାଙ୍କ ଜନ୍ମ ଦ୍ୱାର

।।

କେଉଁ ଦୁଆରେ ହେଲେ ଜନ୍ମ

ସେ ମର୍ମ କହ ଗୁରୁବ୍ରହ୍ମ

।।

ବୋଲନ୍ତି ପ୍ରଭୁ ନିରାକାର

ଶୁଣ ଅଚ୍ୟୁତ ମର୍ମ ତାର

।।

ଶ୍ରୀ ନିରାକାର ଉବାଚ

ସେ ଯୋଗମାୟା ଯୋଗବଳେ

ଲୋମକୁ ଉପାଡ଼ିବା ବେଳେ

।।

ବିମ୍ବର ରହିଥିଲା ତହିଁ

ଆଣ୍ଟେଚାପନ୍ତେ ମହାମାଈ

।।

ସେହି ବିମ୍ବର ଦ୍ୱାର ଦେଇ

ଉତ୍ପନ୍ନ ହେଲେ ମୂର୍ତ୍ତି ଦୁଇ

।।

ହେମ ମର୍କତ ପ୍ରାୟେ ଜ୍ୟୋତି

ବିରାଜି ଦିଶନ୍ତି ସେ ମୂର୍ତ୍ତି

।।

 

 

 

 

 

 

 

 

 

 

 

 

ମୃତ୍ୟୁ ପିଣ୍ଡରେ ଯେ ସମାନ

ନ ଥିଲା ତାଙ୍କର ଚେତନ

।।

ଏମନ୍ତ ଦେଖି ଆଦିମାତ

ବିକଳ ହୋଇଣ ବହୁତ

।।

ମହାବ୍ରହ୍ମକୁ ଲୟ କଲେ

ବ୍ରହ୍ମ ଯେ ପ୍ରସନ୍ନ ହୋଇଲେ

।।

ଦଶ ଅକ୍ଷର ମନ୍ତ୍ର ତହିଁ

ଦର୍ଶନ ଦ୍ୟନ୍ତେ ମହାମାଈ

।।

 

 

 

 

ଭାବନ୍ତି ଏହି ବ୍ରହ୍ମ ମନ୍ତ୍ର

ଜଗତେ ହୋଇବ ସିଦ୍ଧାନ୍ତ

।।

ବାଳକ ବାଳିକାଙ୍କୁ ଘେନି

କୋଳେ ଧରିଣ ଠାକୁରାଣୀ

।।

ସେ ଦଶାକ୍ଷର ବ୍ରହ୍ମ ମନ୍ତ୍ର

ଶ୍ରବଣେ ଫୁଙ୍କିଲେ ତୁରିତ

।।

ପ୍ରାପତ ହୋଇଲା ଜୀବନ

ଚେତିଣ ବୁଲାନ୍ତି ନୟନ

।।

 

 

 

 

ସେ ବେନି ଅଙ୍ଗ ଜଡ଼ା ଜଡ଼ି

କେହି ଯେ କାହାକୁ ନ ଛାଡ଼ି

।।

ଭେଦା ଭେଦ ଯେ କିଛି ନାହିଁ

ଯୁଗଳ ମୂରତି ସେ ଦୁଇ

।।

ଯୁଗଳ ଅଙ୍ଗ ଯେ ଏକାଙ୍ଗ

ନିମିଷେ ନ ଛାଡ଼ନ୍ତି ସଙ୍ଗ

।।

ବାମାଙ୍ଗ ଅଟେ ରାଧା ରୂପ

ଡାହାଣ ଶ୍ରୀକୃଷ୍ଣ ସ୍ୱରୂପ

।।

 

 

 

 

ଦୁର୍ଗା ଯେ ଆନନ୍ଦ ମନରେ

ତାହାଙ୍କୁ ଧଇଲେ କୋଳରେ

।।

ଯୁବା ସ୍ୱରୂପ ତାଙ୍କୁ କଲେ

ନିଜେ ତାହାଙ୍କୁ ସ୍ଥାନଦେଲେ

।।

ଦେବୀ ହୋଇଲେ ସିଂହାସନ

ତହିଁ ବସିଲେ ବେନିଜନ

।।

ତହୁଁ ଯୁଗଳ ଲୀଳା ହେଲା

ସଂସାରେ ପ୍ରଘଟ ହୋଇଲା

।।

 

 

 

 

 

 

 

 

ଅରୂପ ବ୍ରହ୍ମରୁ ଯେ ରୂପ

ହୋଇଲା ଯୁଗଳ ସ୍ୱରୂପ

।।

ଗୋଲକ ଭୁବନେ ରହିଲେ

ଯେଯେଉଁ ସେବାରେ ରହିଲେ

।।

ପଟଳ ଛୟାଳିଶ ସେହି

ବିଶେଷ ବର୍ଣ୍ଣିତ ଅଛଇ

।।

ଯୁଗଳ ମୁରତିର ଲୀଳା

ଚାରି ଯୁଗରେ ପ୍ରକାଶିଲା

।।

 

 

 

 

ଅରୂପ ବ୍ରହ୍ମରୂପ ହେଲେ

ଜଗତ ମଧ୍ୟେ ଗୋଳକଲେ

।।

ସେହିଟି ଲକ୍ଷ୍ମୀ ନାରାୟଣ

ସେ ବ୍ରହ୍ମ ଶ୍ରୀରାମ ଲକ୍ଷ୍ମଣ

।।

ସେହି ଶ୍ରୀକୃଷ୍ଣ ହଳଧର

ସେହିଟି ନାନା ଅବତାର

।।

ଲୀଳା ସାରିଣ ବ୍ରହ୍ମଅଂଶୀ

ମହାବ୍ରହ୍ମରେ ଯାନ୍ତି ମିଶି

।।

 

 

 

 

ସେ ମହାବ୍ରହ୍ମ ପଦ ଧ୍ୟାଇ

ଫକୀର ମହାନ୍ତି କହଇ

।।

ହେ ଶୂନ୍ୟବାସୀ ଶୂନ୍ୟଦେହୀ

ତବ ଆଶ୍ରୟେ ଅଛି ରହି

।।

ପଦ୍ମ ଚରଣେ ରହୁ ମନ

ଏତିକି ମାନ୍ତ୍ର ମୋ ଧିଆନ

।।

କୃପାରେ ହୋଇ ସୁପ୍ରସନ

ତାର ହେ ଅବିନାଶୀ ବ୍ରହ୍ମ

।।

ଦର୍ଶନ ଦେଇଣ ଉଦ୍ଧବ

ଏତିକି ପ୍ରାର୍ଥନା ମୋହର

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକର ଅଚ୍ୟୁତ

ସମ୍ବାଦେ ଯୁଗଳ ଅଟ୍ଟ ସଂକ୍ଷେପ ଭେଦ ବର୍ଣ୍ଣନେ

ନାମ ପଞ୍ଚମ ପଟଳ ।

 

ଷଷ୍ଠ ପଟଳ

ଅଚ୍ୟୁତ ଉବାଚ ।

ଅଚ୍ୟୁତ ଶିରେ ଯୋଡ଼ିକର

ବୋଲେ ହେ ଗୁରୁ ନିରାକାର

।।

ନମସ୍ତେ ମହାଶୂନ୍ୟ ବ୍ରହ୍ମ

ନିସ୍କାମ ନିର୍ମୋହ ନିର୍ଗୁଣ

।।

ଜୟ ଅନାଦି ଯୋଗେଶ୍ୱର

ଅନନ୍ତ ମହିଁମା ସାଗର

।।

ନମସ୍ତେ ମହାଶୂନ୍ୟ ବାସୀ

ଅରୂପାନନ୍ଦ ବ୍ରହ୍ମରାଶି

।।

ଏକଇ ବ୍ରହ୍ମରେ ଅନେକ

ପ୍ରକାଶ କଲ ପଦ୍ମମୁଖ

।।

କେଉଁ ଯୁଗରେ କେଉଁ ଖେଳ

କଲ ହେ ପ୍ରଭୁ ଆଦିମୂଳ

।।

ସତ୍ୟରେ କେଉଁ ଅବତାର

ହୋଇଲେ ପ୍ରଭୁ ନିରାକାର

।।

ନ୍ତ୍ରେତାରେ କେଉଁ ରୂପ ଧର

ଦ୍ୱାପରେ କି ରୂପ ତୁମ୍ଭର

।।

କଳିରେ କେବଣ ମୂରତି

ହୋଇବ ପ୍ରଭୁ ଦାଶରଥି

।।

ଜଗତେ ପ୍ରାଣୀମାନେ ଯେତେ

ସତ୍ୟରେ ତରିବେ କେମନ୍ତେ

।।

କି ମନ୍ତ୍ର କରିବେ ଭଜନ

ଫେଡ଼ି କହିବା ନିରଞ୍ଜନ

।।

ଶୁଣି ବୋଲନ୍ତି ଭଗବାନ

ଶୁଣ ଅଚ୍ୟୁତ ଦେଇ ମନ

।।

 

 

ନିରାକାର ଉବାଚ ।

ସତ୍ୟ ଯୁଗର ପ୍ରାଣୀ ଯେତେ

ସତ ଯେ କହନ୍ତି ସମସ୍ତେ

।।

ଶ୍ରୀ ନାରାୟଣ ମନ୍ତ୍ର ସ୍ମରି

ଭବ ସାଗରୁ ଯାନ୍ତି ତରି

।।

ନ୍ତ୍ରେତାରେ ଶ୍ରୀରାମ ତାରକ

ମନ୍ତ୍ର ଭଜନ୍ତେ ନରଲୋକ

।।

ଜୀବିତେ ଆନନ୍ଦରେ ଥାଇ

ଅନ୍ତିମେ ବୈକୁଣ୍ଠେ ବସଇ

।।

ଦ୍ୱାପର ଯୁଗରେ ଯେ ପୁଣି

ଗୋପାଳ ମନ୍ତ୍ର କରି ଧ୍ୟାନ

।।

ଗୋଲକ ଭୁବନେ ବସନ୍ତି

ଏବେ ତୁ ଶୁଣ କଲି ରୀତି

।।

କଳିଯୁଗରେ ମହାମନ୍ତ୍ର

ଧ୍ୟାଇଣ ହୋଇବ ମୁକତ

।।

ଏବେ ତୁ ଶୁଣ ସତ୍ୟ ମୁହିଁ

ନରକେଶ୍ୱରୀ ମୂର୍ତ୍ତି ହୋଇ

।।

ମୃତ୍ତ ଦାରୁଣଙ୍କୁ ନାଶିଲି

ଧରଣୀ ଭାରା ଉଭାସିଲି

।।

ସେ ଦୁଷ୍ଟେ ଯହୁଁ ହେଲେ ନଷ୍ଟ

ଦେବତା ହୋଇଲେ ସନ୍ତୁଷ୍ଟ

।।

ପୁଣିହିଁ ସେ ମୃତ୍ତ ଦାରୁଣ

ହେଲେ ରାବଣ କୁମ୍ଭକର୍ଣ୍ଣ

।।

ନ୍ତ୍ରେତାଯୁଗରେ ଜନ୍ମ ହୋଇ

କମ୍ପମାନ ଯେ ହେଲା ମହୀ

।।

ତପେ ତୋଷିଣ ବେଦବର

ପାଇଲେ ଜଟଜ୍ଜୟୀ ବର

।।

ସମସ୍ତ ଭୁବନ ଜିଣିଲେ

ସୁରଙ୍କୁ ପାଦେ ଖଟାଇଲେ

।।

ଜାଣିଲି ଦେବଙ୍କ ବିପତ୍ତି

ଭାରା ନାଶନେ କଲୁମତି

।।

ଶ୍ରୀରାମ ସ୍ୱରୂପ ଧରିଣ

ବଧି ରାବଣ କୁମ୍ଭକର୍ଣ୍ଣ

।।

ଭୂଭାରା ନାଶି ଧରାଧାମେ

ମିଶିଲି ଯାଇଁ ମହାବ୍ରହ୍ମେ

।।

ନ୍ତ୍ରେତା ଯୁଗରେ ଖେଳି ସାରି

ପୁଣି ଦ୍ୱାପରେ ଅବତରି

।।

ଗୋପୀଏ ମୋହର ବିଶ୍ୱାସ

କଂସ କେଶୀଙ୍କି କଲି ନାଶ

।।

ଦ୍ୱାରକା ପୁରେ ଖେଳ କଲି

ଶେଷରେ ବ୍ରହ୍ମରେ ମିଶିଲି

।।

କଳିରେ କଳିଙ୍ଗ ଦଇତ

ଉତ୍ପାତ କରନ୍ତେ ବହୁତ

।।

କଳଙ୍କି ଅବତାର ହେବି

ସେ ଦୁଷ୍ଟଦୈତ୍ୟକୁ ନାଶିବି

।।

ବସୁଧା କରିବି ଉଦ୍ଧାରି

ସନ୍ତୁଷ୍ଟ ହେବେ ସୁରନର

।।

ଭକ୍ତ କରିବେ ଜୟେ ଜୟେ

ମୋ ପାଦପଦ୍ମେ ଥିବଲୟେ

।।

କରିବେ ମୋର ଗୁଣମାନ

ମୋ ନାମ କରିବେ କୀର୍ତ୍ତନ

।।

ପାଇବେ ଦିବ୍ୟ ଭୋଗମାନ

ଅନ୍ତିମେ ପାଦେ ହେବେ ଲୀନ

।।

ଶୁଣି ଅଚ୍ୟୁତ ତୋଷ ହେଲେ

କାକୁସ୍ଥ ହୋଇଣ ରହିଲେ

।।

ଫକୀର କହେ ପୂର୍ଣ୍ଣବ୍ରହ୍ମ

ପୂରଣ କର ମନସ୍କାମ

।।

ତବ ଆଜ୍ଞାରେ ସର୍ବସିଦ୍ଧ

କୁଳ ନ ଲଘଂଇ ଜଳଧି

।।

ପ୍ରଭୁ ହୋଇଣ ପରସନ୍ନ

କୃପାରେ ଦିଅ ଦରଶନ

।।

ଏତିକି ମୋହର ବିନତି

ଅଶେଷ ଭୁବନର ପତି

।।

ଏ ଜୀବ ଅଟେ ତବାଧୀନ

ତବ ଚରଣେ ରହୁ ମନ

।।

ତୋ ନାମ ଗାଇ ଜୀବ ଯାଉ

ପ୍ରାଣ କରତା ମହାବାହୁ

।।

ମୁଁ ଅଟେ ଅଜ୍ଞାନୀ ଅରକ୍ଷ

ଉଦ୍ଦର ଶ୍ରୀଗୁରୁ ଅଲେଖ

।।

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଯୁଗାନୁରୂପ ଅବତାର ବର୍ଣ୍ଣନେ

ନାମ ଷଷ୍ଠ ପଟଳ ।

 

ସପ୍ତମ ପଟଳ

ଅଚ୍ୟୁତ ଉବାଚ ।

ଅଚ୍ୟୁତ ହୋଇଣ ବିନୟ

ବୋଲେ ଶୁଣ ହେ ଦୟାମୟ

।।

ଆପଣେ ସ୍ୱୟଂ ପରଂବ୍ରହ୍ମ

କରି କରାଅ ସର୍ବ କର୍ମ

।।

ମର୍ମ୍ମ ତା ନ ଜାଣନ୍ତି କେହି

ଭ୍ରମରେ ପଡ଼ି ଭ୍ରମୁଥାଇ

।।

କେବଳ ଶ୍ରମ ମାନ୍ତ୍ର ସାର

ଆତ୍ମା ପରତେ ନୋହେ ଯାର

।।

 

 

 

 

ହେ ପ୍ରଭୁ ଅନନ୍ତ ଶୟନେ

ଆପଣ ଥିଲେ ଯୋଗଧ୍ୟାନେ

।।

ଅନନ୍ତ କିଏ ସେ ଅଟଇ

କାହୁଁ ଜନମ ହେଲେ ସେହି

।।

ଆପଣ ପୂର୍ଣ୍ଣ ବ୍ରହ୍ମମୟ

କେଉଁ ବ୍ରହ୍ମକୁ କର ଲୟ

।।

ହେ ପ୍ରଭୁ ପ୍ରକାଶ ତା କର

ଶୁଣି ବୋଲନ୍ତି ନିରାକାର

।।

ଶ୍ରୀ ନିରାକାର ଉବାଚ ।

ଶୁଣ ହେ ଭକତ ଉତ୍ତମ

ତୋତେ କହିବା ତାର ମର୍ମ

।।

ଯେ ପ୍ରଭୁ ଅଲେଖ ଅବ୍ୟକ୍ତ

ତାଙ୍କର ନାହିଁ ଆଦି ଅନ୍ତ

।।

ସେ ଅଣ ଆକାରୁ ଆକାର

ହୋଇଲି ମୁହିଁ ନିରାକାର

।।

ସେ କାଳେ ମନେ ଭାବିଲଇଁ

ସଙ୍ଗେ ମୋହର କେହିନାହିଁ

।।

 

 

 

 

 

 

 

 

ସଖା ଯେ କରିବ ଗୋଟିଏ

ସେ ମୋତେ ହୋଇବ ଆଶ୍ରୟେ

।।

ଏମନ୍ତ ମନେ ବିଚାରିଲି

ମସ୍ତକ କେଶକୁ ଧରିଲି

।।

ସେ କେଶ ହସ୍ତରେ ସଜାଡ଼ି

ଗୋଟିଏ ତହିଁରୁ ଉପାଡ଼ି

।।

ଭାବିଲି କେଶ ନାଗବଳି

ଏ କେଶ ଜନ୍ମୁ ନାଗ ଭଳି

।।

 

 

 

 

ମନ୍ତ୍ରରେ ଜୀବନ୍ନ୍ୟାସ କଲି

ତଦନ୍ତେ ତାର ନାମ ଦେଲି

।।

ଶୁଣ ଅଚ୍ୟୁତ ବୋଲେ ଗୁରୁ

କି ନାମ ଦେଲ କଳ୍ପତରୁ

।।

ପ୍ରଭୁ ବୋଲନ୍ତି କହେ ଶୁଣ

ତା ନାମ ଅଟଇ ସୁଜାଣ

।।

ସେ ନାଗ ବଡ଼ ବୁଦ୍ଧିମନ୍ତ

କହୁଛି ତହିଁର ବୃତ୍ତାନ୍ତ

।।

 

 

 

 

ତା ଲାଞ୍ଜ ମୁଣ୍ଡ ଏକଠାରେ

କଲା ଯେ ମଣ୍ଡଳ ଆକାରେ

।।

ପଦ୍ମକେଶର ପ୍ରାୟେ ହୋଇ

ସେହି ମଣ୍ଡଳ ଶୋଭା ପାଇ

।।

ତା ପରେ ମୁଁହି ଯୋଗାସନେ

ରହିଲି ମହାବ୍ରହ୍ମ ଧ୍ୟାନେ

।।

ଚାରି ଯୋଜନ ଲମ୍ବ ସେହି

ସେବେଳେ ମୋତେ ସେ କହଇ

।।

 

 

 

 

ହେ ଦେବ ଦେବ ଭାବଗ୍ରାହୀ

ଦ୍ୱାର ରକ୍ଷଣେ କେହି ନାହିଁ

।।

ମୋ ପରେ ଆରୋହିଲି ପ୍ରଭୁ

ପ୍ରାନ୍ତରେ ଅଗୋଚର ସବୁ

।।

ସୁର ଅସୁରେ ଯେ କପଟି

ଛାମୁକୁ ଆସିବେ ସେ ଭେଟି

।।

ତାଙ୍କର ଗତାଗତ ଭାବ

କିଛି ତ ଜଣା ନ ପଡ଼ିବ

।।

 

 

 

 

 

 

 

 

ଏଥକୁ ଦ୍ୱାର ରକ୍ଷାକର

ଜଣାଇ ଦେଲି ଶ୍ରୀଛାମୁର

।।

ସେ ନାଗ ବଚନ ଶୁଣିଲି

ମନରେ ଆନନ୍ଦ ହୋଇଲି

।।

ଜାନୁରୁ ଲୋମକୁ ଉପାଡ଼ି

ଜୀବନ ଦେଲି ମନ୍ତ୍ର ପଢ଼ି

।।

ବୋଇଲି ବୃକ୍ଷେକ ତୁ ହୁଅ

ପଶ୍ଚିମ ଦ୍ୱାର ଜଗିଥାଅ

।।

 

 

 

 

ପ୍ରବେଶ ହେଲେ ସୁରାସୁର

ତାହାଙ୍କୁ ନିରୋଧ ତୁ କର

।।

ପଶ୍ଚିମ ଦ୍ୱାର ରକ୍ଷା ହେଲା

ଦକ୍ଷିଣ ରଖିବ କେ ଭଲା

।।

ଏମନ୍ତ ମନରେ ଭାବିଲି

ଶ୍ରୀ ଭୁଜୁଁ ଲୋମେକ କାଢ଼ିଲି

।।

ଦକ୍ଷିଣ କର ଲୋମ ବୋଲି

ଦକ୍ଷିଣ ଦୁଆରେ ସ୍ଥାପିଲି

।।

 

 

 

 

ବୋଇଲି ଏ ସ୍ଥାନେ ତୁ ଥିବୁ

କାହାକୁ ଛାଡ଼ିଣ ନ ଦେବୁ

।।

କପଟ କରି ଯେ ଆସିବ

ତୋହର କରେ ନାଶଯିବ

।।

ଦୈତ୍ୟ ଦଳନ ନାମ ଦେଇ

ଦକ୍ଷିଣ ଦୁଆରେ ରଖାଇ

।।

ସେ ଲୋମ ଭୀମ ମୂର୍ତ୍ତ ହେଲା

ଦକ୍ଷିଣ ଦ୍ୱାର ଆବୋରିଲା

।।

ମୋତେ ବହିଛି ଯେଉଁ ନାଗ

ତାହାର ପୂର୍ବ ଦ୍ୱାର ଭାଗ

।।

 

 

 

 

ଶୁଣ ହେ ଭକ୍ତ ମନ ଦେଇ

ସୁଜାଣ ପର୍ବଦ୍ୱାର ଚାହିଁ

।।

ମୂହୁର୍ତ୍ତେ ନ ପଡ଼େ ପଇତ

ତା ତେଜେ ଦିଶଇ ଆଲୋକ

।।

ପୁଣିହିଁ ନିଜ ଭ୍ରୂଲତାରୁ

ଲୋମେକ ଉପାଡ଼ିଲି ସରୁ

।।

ମନ୍ତ୍ରରେ ଜୀବନ୍ନ୍ୟାସ ଦେଇ

ମହାମୂର୍ତ୍ତ ଯେ ହେଲା ସେହି

।।

 

 

 

 

ତାହାକୁ କହିଲି ଏମନ୍ତ

ଭ୍ରୂଲତା ଲୋମୁଁ ହେଲୁ ଜାତ

।।

ଶ୍ରୀମନ୍ତ ନାମ ହେଉ ତୋର

ଜଗ ତୁ ଉତ୍ତର ଦୁଆର

।।

ଏ ଦ୍ୱାର ରହେ ତୋର ଭାଗେ

ଯା ହାନିଲାଭ ତୋତେ ଲାଗେ

।।

ଏଥେଁ ଆସିଲେ ସୁରାସୁର

କେଭେଁ ତୁ ନ ଛାଡ଼ିବୁ ଦ୍ୱାର

।।

 

 

 

 

ମୋର ଶ୍ରୀ ଛାମୁରେ କହିବୁ

ଯା ଆଜ୍ଞା ହେବ ତା କରିବୁ

।।

ଏମନ୍ତ ଚାରିଦ୍ୱାର ଦ୍ୱାରୀ

ଜଗିଣ ରହିଲେ ମୋହରି

।।

ସୁରଙ୍କୁ ପଡ଼ିଲେ ବିପତ୍ତି

ସଙ୍ଗତେ ଘେନି ବେଦପତି

।।

ଭବ ବାସବ ରତ୍ନାକର

ଆଦିତ୍ୟ ଚନ୍ଦ୍ର ନିଶାକର

।।

 

 

 

 

ମୋ ଥିବା ସ୍ଥାନରେ ଜଣାନ୍ତି

ଆଶ୍ୱାସି ତାଙ୍କ କରେ ଶାନ୍ତି

।।

ତାହାଙ୍କ ଯୋଗୁଁ ଅବତାର

ହୋଇଣ ନାଶଇ ଭୂଭାର

।।

ବୋଲଇ ଫକୀର ଅଧମ

ଧ୍ୟାଇଣ ଗୁରୁ ଶ୍ରୀଚରଣ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଚାରିଦିଗ ରକ୍ଷଣ ନିରୂପଣ କଥନେ

ନାମ ସପ୍ତମ ପଟଳ ।

 

ଅଷ୍ଟମ ପଟଳ

ଅଚ୍ୟୁତ ଉବାଚ ।

ଅଚ୍ୟୁତ ଶିରେ କରଯୋଡ଼ି

ଶ୍ରୀଗୁରୁ ପାଦତଳେ ପଡ଼ି

।।

ଭୋ ଗୁରୁଦେବ ନିରାକାର

ଅଶେଷ ବ୍ରହ୍ମାଣ୍ଡ ଠାକୁର

।।

ମୋହର ପୂର୍ବ ଭାଗ୍ୟବଳୁ

ଦର୍ଶନ ଦେଲ ହେ ଦୟାଳୁ

।।

ତବ ଶ୍ରୀଚରଣେ ଶରଣ

ଯିବାରୁ କରିଲି କାରଣ

।।

ନିର୍ମାୟା ପୁରୁଷ ଆପଣ

ଅଣ ଅକ୍ଷରୁ ଯେଣୁ ଜନ୍ମ

।।

ଅଚ୍ୟୁତ ବାକ୍ୟ ଶୁଣି ତହୁଁ

ଶ୍ରୀ ନିରାକାର ମହାବାହୁ

।।

ନିରାକାର ଉବାଚ ।

ବୋଲନ୍ତି ଶୁଣରେ ନନ୍ଦନ

କହିବା ତହିଁର କାରଣ

।।

ଅଣ ଆକାରୁ ମୁଁ କ୍ଷରିଲି

ନିରାକାର ଯେ ବୋଲାଇଲି

।।

ଠୁଳ ଶୂନ୍ୟରେ ମୋ ବିହାର

ଜ୍ୟୋତି ସ୍ୱରୂପ ଅଟେ ମୋର

।।

ସେ ଠୁଳ ଶୂନ୍ୟେ ଜ୍ଞାନ ନାହିଁ

ମୋ ଯୋଗୁ ସର୍ବ କର୍ମହୋଇ

।।

ନ୍ତ୍ରିସପ୍ତ ବ୍ରହ୍ମାଣ୍ଡର ପତି

ମୋତେ ସକଳେ ମାନିଛନ୍ତି

।।

ଚାରି ଯୁଗରେ ରୂପ ମୋର

ଏକଇ ପ୍ରକାରେ କୁମର

।।

ଜ୍ୟୋତି ପୁରୁଷ ବୋଲାଇଲି

ଅରୂପେ ଗଣନା ନୋହିଲି

।।

ରଚନା ରୂପ ମୁଁ ଅଟଇ

ଅରୂପେ ଲକ୍ଷ ହେବି କାହିଁ

।।

 

 

 

 

ଯେଣୁ ମୋହର ରୂପ ଅଛି

ପ୍ରକୃତ କଳ୍ପନା ଲାଗିଛି

।।

ମୁଁ ନିରାକାର ବ୍ରହ୍ମ ହରି

ଅଙ୍ଗେ ପୁରୁଷ ଅଙ୍ଗେ ସ୍ତିରୀ

।।

ବାମାଙ୍ଗ ଅଟେ ସ୍ତିରୀ ରୂପ

ଡାହାଣ ପୁରୁଷ ସ୍ୱରୂପ

।।

ତହିଁରୁ କଳ୍ପଣା କ୍ଷରିଲା

ନାଦ ବିନ୍ଦୁ ଯେ ଜନ୍ମ ହେଲା

।।

 

 

 

 

ଯେଣୁ ସେ କଳ୍ପନା ଭୁବନ

ତେଣୁସେ ନୋହେ ବ୍ରହ୍ମଜ୍ଞାନ

।।

ମୋହର ଜ୍ୟୋତି ରୂପ କାୟା

ତହୁଁ ଲାଗିଛି ମୋହ ମାୟା

।।

ଆଦି ସଂସାରେ ମୋହ ଜାଲେ

ପ୍ରକୃତିଛନ୍ତି ମାଳେ ମାଳେ

।।

ସେ ରୂପ ବିଷ୍ଣୁ ମାୟା ହୋଇ

ଜନ୍ମ ହୋଇଲେ ମୁକ୍ତି ନାହିଁ

।।

 

 

 

 

ବିଷ୍ଣୁ ଯୋନିରେ ବିଷ୍ଣୁ ମାୟା

ବୁଡ଼ାଇ ରଚିଲା ଏ କାୟା

।।

ମାୟାକୁ ଆଦିଶକ୍ତି କହି

ଅନନ୍ତ ଗର୍ଭରେ ସେ ବୋଲାଇ

।।

ନ୍ତ୍ରିସପ୍ତ ବ୍ରହ୍ମାଣ୍ଡରେ ଜାଣ

ଲାଗିଛି ଜନମ ମରଣ

।।

ତହିଁର ଆଗେ କିଛି ନାହିଁ

ଅଭୟ ବ୍ରହ୍ମପୁର ସେହି

।।

 

 

 

 

ଯେ ପ୍ରାଣୀ ବ୍ରହ୍ମଅଂଶୀ ଥିବେ

ମହା ବ୍ରହ୍ମରେ ହେତୁଦେବେ

।।

ଅରୂପେ ଯିବେଟି ଶରଣ

ତେଣୁ ସେ ପାଇବେ କାରଣ

।।

ପୂର୍ଣ୍ଣାନନ୍ଦ ଯେ ପୂର୍ଣ୍ଣବ୍ରହ୍ମ

ନିସ୍କାମ ନିର୍ଗୁଣ ସେ ଧର୍ମ

।।

ଏ ଜୀବ ସ୍ୱରୂପେ ଉତ୍ପତ୍ତ

ଅରୂପେ ଆଶ୍ରେ ପାଇଗତ

।।

 

 

 

 

ଶରୀରଧାରୀ ଯେତେ ହୋଇ

ରୂପ ଧ୍ୟାଇଲେ ଗତି ନାହିଁ

।।

ରୂପ ବହିଣ ଜନ୍ମ ହେଲା

ଅରୂପ ବ୍ରହ୍ମ ନ ଚିହ୍ନିଲା

।।

ଅଜ୍ଞାନୀ ଜୀବ ନ ଜାଣଇ

ରୂପରେ କାହୁଁ ବ୍ରହ୍ମପାଇ

।।

ବ୍ରହ୍ମ ଯୋନୀରେ ଯେ ଉତ୍ପନ୍ନ

ସେ ଯେ କରଇ ବ୍ରହ୍ମକର୍ମ

।।

 

 

 

 

ବିଷ୍ଣୁ ଯୋନୀରେ ଯେହୁ ଜନ୍ମ

ବ୍ରହ୍ମଙ୍କୁ ନୁହେ ସେ ଭାର୍ଜନ

।।

ସେ ମହାବ୍ରହ୍ମ ଶୂନ୍ୟ ଦେହୀ

କଳ୍ପଣା ବିକାର ଯେ ନାହିଁ

।।

ସର୍ବଦା ଅଟନ୍ତି ସମାନ

ସେଠାରେ ନାହିଁ ପାପପୁଣ୍ୟ

।।

ଜାତି ଅଜାତି ନ ମାନନ୍ତି

ସକଳ ଘଟେ ପୂରିଛନ୍ତି

।।

 

 

 

 

ଘଡ଼ି ବେଳ ଯେ ତହିଁ ନାହିଁ

ସଦା ଆନନ୍ଦ ବ୍ରହ୍ମ ସେହି

।।

ପୃଥ୍ୱୀ ପରାୟେ ସହିପାରେ

ସର୍ବ ପ୍ରାଣୀଙ୍କୁ ମୋହ ପାରେ

।।

ଅନାଏ ଚନ୍ଦ୍ର କୂପ ଜଳେ

ଆଗ ପଛକୁ ଯେ ନ ଚଳେ

।।

ବୀରତ୍ୱେ ବଚନ କହଇ

ସାଧନେ ସମର୍ଥଟି ସେହି

।।

 

 

 

 

ସର୍ବ ଶରୀରେ ସମଭାବେ

ଫଳ ଦିଅନ୍ତି ଯେଝା ଭାବେ

।।

ଏମନ୍ତ ବ୍ରହ୍ମ ଯେହୁ ଅଟେ

ଆଶ୍ରୟେ ଭବ ଭୟ ତୁଟେ

।।

ଜନ୍ମ ମରଣୁ ସେ ନିସ୍ତରେ

ହେତୁ ରହଇ ଯୁଗାନ୍ତରେ

।।

ସେ ମିଶେ ମହା ବ୍ରହ୍ମେ ଯାଇଁ

ସଂସାର ମାୟା ନ ଲାଗଇ

।।

 

 

 

 

 

 

 

 

ସେ ଭକ୍ତ କରେ ସର୍ବସିଦ୍ଧି

ବାକ୍ୟ କରୁଣ ବାରାନିଧି

।।

ଯାହା କହିବ ତାହା ହୁଏ

ତା ବାକ୍ୟ ଅନ୍ୟଥା ନ ହୁଏ

।।

ହେ ଭକ୍ତ ରଖିଥାଅ ହେତୁ

ଜନ୍ମ ମରଣେ ନ ଡର ତୁ

।।

ପୃଥିବୀ ଆପ ତେଜ ବାଇ

ପଞ୍ଚଭୂତ ଏ ଦେହ ହୋଇ

।।

 

 

 

 

ଧୂମ୍ର ଆକାଶ ଶୂନ୍ୟମୟେ

ଠାରିଣ ଚିହ୍ନ ଏ ହୃଦୟେ

।।

ରବି ଶଶୀ ତା ଦ୍ୱୀପାବଳୀ

ସେ ଯେ ବ୍ରହ୍ମାଣ୍ଡ ପାରେ କଳି

।।

ନକ୍ଷନ୍ତ୍ରମାନେ ଯେ ଶୂନ୍ୟରେ

ଦିଶନ୍ତି ଖଦ୍ୟେ ତ ପ୍ରକାରେ

।।

ତେତିଶକୋଟି ସୁରଗଣ

ଦିଶନ୍ତି କୁସୁମ ସମା

।।

 

 

 

 

ଯୋଗ୍ନୀଗଣ ସେ ଅଷ୍ଟକୋଟି

ପ୍ରକୃତି ବୋଲି ଭାବିବଟି

।।

ସପ୍ତ ସମୁଦ୍ର ଜଳ ଯେତେ

ବୁନ୍ଦେବୋଲି ସେ ଭାବେଚିତ୍ତେ

।।

ପୃଥିବୀ ଏ ମହୀ ମଣ୍ଡଳେ

କୁଙ୍କୁମ ବଟା ଶିଳ ଭାଲେ

।।

ଗୋ ଖୋଜ ସମାନ ଏ ପୃଥ୍ୱୀ

ଏହି ମଧ୍ୟରେ ଦିନ ରାତି

।।

 

 

 

 

ଚାରିଘାଟ ଯେ ଚାରିହାଟ

ଚାରି ଦିଗରେ ଚାରି ବାଟ

।।

ୟା ମଧ୍ୟେ ବିଜେ ଶୂନ୍ୟବ୍ରହ୍ମ

କେହି ଜ ଜାଣେ ତାର ମର୍ମ

।।

ବ୍ରହ୍ମ ଧର୍ମକୁ ଯେ ଛାଡ଼ଇ

ଦେବୀ ଖର୍ପରେ ସେ ପଡ଼ଇ

।।

ତାହାର କେବେ ଗତି ନାହିଁ

ମାୟାରେ ଭ୍ରମେ ପଡ଼ିଥାଇ

।।

 

 

 

 

 

 

 

 

ସମସ୍ତେ ମୋହଠାରୁ ଜନ୍ମ

ମୁଁ ନିରାକାର ଆଦି ବ୍ରହ୍ମ

।।

ଆମ୍ଭେ ଲଗାଉ ଛନ୍ଦମାୟା

ତେଣୁ ନ ରହଇଟି କାୟା

।।

ଶୁଣ ଅଚ୍ୟୁତ ହେତୁ କରି

ଅଙ୍ଗେ ପୁରୁଷ ଅଙ୍ଗେ ସ୍ତିରୀ

।।

ଜନନୀ ରୂପେ ଜନ୍ମ କଲା

ମାୟା ସ୍ୱରୂପେ ହରି ନେଲା

।।

 

 

 

 

ପୂଜା ପାଉଛି ଦେବୀ ରୂପେ

ସଂହାରେ କାଳିକା ସ୍ୱରୂପେ

।।

ସେହି ଦେବୀର ଦୟା ନାହିଁ

ଭକ୍ଷିବା ମୂଳଟି ଅଟଇ

।।

ରୂପ ଭଜନ ଯେ କରଇ

କେବେହେଁ ତରି ନପାରଇ

।।

ଯେ ପ୍ରାଣୀ ଧ୍ୟାଏ ପୂର୍ଣ୍ଣବ୍ରହ୍ମ

ପୂର୍ଣ୍ଣ ହୁଅଇ ମନସ୍କାମ

।।

 

 

 

 

ରୂପ ରଚନା ମନୁ ତେଜ

ଅରୂପ ବ୍ରହ୍ମ ମନେ ହେଜ

।।

ଆମ୍ଭେ ଯେ ମାୟା କଳେବର

ନିର୍ମାୟା ପ୍ରଭୁ ଅଣାକାର

।।

କଳିରେ ବହୁତ ଅଧର୍ମ

କୌଣସି ଯୁଗେ ନୋହେ ଜାଣ

।।

କଳିର ଦେଖି ଆଗମନ

ମୋହର ମନ ଛନ୍ନଛନ୍ନ

।।

 

 

 

 

ଶ୍ରୀଗୁରୁ ମୁଖୁ ଏହା ଶୁଣି

ଅଚ୍ୟୁତବୋଲେ ଯୋଡ଼ିପାଣି

।।

ମୋ ମନେ ଲାଗଇ ସଂଶୟ

ଛାର କଳିକି ତୁମ୍ଭ ଭୟ

।।

ଅଶେଷ ଭୁବନ ମୋହନ

ଭକ୍ତଙ୍କୁ ଦିଅ ଦରଶନ

।।

କଳି କି କରିବ ତୁମ୍ଭର

କଳି କେ ନାହିଁ ଗଦାଧର

।।

 

 

 

 

 

 

 

 

ସେ କଳି କିପରି ଆକାର

ଫେଡ଼ି କହିବ ନିରାକାର

।।

ବୋଲେ ଫକୀର ଧ୍ୟାଇ ଗୁରୁ

ନ୍ତ୍ରାହି କରିବେ କଳ୍ପତରୁ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଆତ୍ମଚରିତ ବର୍ଣ୍ଣନେ ନାମ ଅଷ୍ଟମ ପଟଳ ।

 

ନବମ ପଟଳ

ଗୁରୁ ପାଦ ଧରି ଅଚ୍ୟୁତ ପଚାରି ଆହେ ପତିତ ପାବନ।

କଳିଯୁଗ ରୀତି କହ ଦାଶରଥି ସଂଶୟ ଫିଟୁ ବହନ।୧।

ଜନ୍ମେ ଜନ୍ମେ ମୁହିଁ ସେବକ ଅଟଇ ଆହେ ଶାରଙ୍ଗ ଧାରଣ।

ସକଳ ସନ୍ଦେହ ଫିଟାଇ କହିବ ଶୁଣି ହୋଇବି କାରଣ।୨।

କରୁଣା ସାଗର କରୁଣା ବହିଣ ପ୍ରକାଶନ୍ତୁ କଳି କଥା।

ଶ୍ରବଣେ ମୁକତ ହେବି ହେ ଶ୍ରୀନାଥ ରହିବ ଯେପରି ଚେତା।୩।

ସେ ପଦ୍ମଲୋଚନ ଅଚ୍ୟୁତ ବଚନ ଶୁଣିଣ ବୋଲନ୍ତି ବାଣୀ।

ଧନ୍ୟ ଧନ୍ୟ ଭକ୍ତ କଳିର ଆଗତ ପୁଚ୍ଛା କଲୁ ମୋତେ ପୁଣି।୪।

ଶୁଣ ଭକ୍ତମଣି ସ୍ଥାନେ ସ୍ଥାନେ ପୁଣି ହୋଇବଟି ନାନା ଖେଳ।

ଭଲ ମନ୍ଦ କିଛି ବାରଣ ନ ରଖି ହେବେ ଏକବାର ମେଳ।୫।

ବଡ଼ ବଡ଼ ଜନେ ଅକର୍ମ କରିବେ କୁସଙ୍ଗ ଗୋଷ୍ଠି ରେ ପଡ଼ି।

ଦରିଦ୍ର ଗୃହାରି କେହି ନ ଶୁଣିବେ ମାୟା ପଟଳରେ ପଡ଼ି ।୬।

ଅଧର୍ମ ହେବାରୁ ଇନ୍ଦ୍ର ନ ପାଳିବ ବୃଷ୍ଟି ନ ହୋଇବ ଜଳ

ଶସ୍ୟ ନ ହୋଇବ ଦୁର୍ଭିକ୍ଷ ପଡ଼ିବ ପ୍ରାଣ ହେବ କଲବଲ।୭।

ଧର୍ମ ଅଧର୍ମକୁ ବିଚାର ନ କରି ସର୍ବେ ହେବେ ଜ୍ଞାନହୀନ

ପରଦ୍ରବ୍ୟକୁ ସେ ବଳେ ଘେନିଯିବେ ଦେଖିଲେ ନେବେ ଜୀବନ ।୮।

 

ମୁଁ କାର ପଣରେ ବଡ଼ ବୋଲାଇଣ ଦୁଷ୍ଟାମି ପଣ କରିବେ।

ସାନ ବଡ଼ ସବୁ ଏକନ୍ତ୍ର ହୋଇଣ ଅନ୍ୟାୟକୁ ଆଚରିବେ।୯।

ଯୁବା ସ୍ତିରୀମାନେ ନିର୍ଲ୍ଲଜ ହୋଇବେ ଲାଜ ଭୟ ଉପେକ୍ଷିଣ।

ଧନ ଲୋଭରେ ସେ ଚାଣ୍ଡାଳ ସହିତେ ମେଳ ହୋଇବେ ଯାଇଣ।।୧୦।

 

ବ୍ରାହ୍ମଣମାନେ ଯେ ବେପାର କରିବେ ନିଜକର୍ମ ଛାଡ଼ିଦେଇ।

ଘରେ ଘରେ କଳି ହୋଇବ ବହୁତ କାହାର ଆୟତ୍ତ ନାହିଁ।।୧୧।

ଅର୍ଥ ଲୋଭ କରି ଉତ୍ତମ ଜନ ଯେ ହୀନ ସଙ୍ଗେ ହେବେ ସଙ୍ଗୀ

ଗୁରୁ ବ୍ରାହ୍ମଣଙ୍କୁ ନିନ୍ଦା କରୁଥିବେ ମହତ ବଚନ ଭାଙ୍ଗି।୧୨।

 

ଜଉତିଷମାନେ ଯୋଗ ଭ୍ରମ ହେବେ ନ ଜାଣିଣ ମୂଳତତ୍ତ୍ୱ

ଦେବତା ପୂଜନ ନ କରି ବ୍ରାହ୍ମଣ ବେଶ୍ୟା ସଙ୍ଗେ ହେବେ ରତ ।୧୩।

ନିଜ ପତ୍ନୀ ଛାଡ଼ି ପରସ୍ତ୍ରୀ ସଙ୍ଗତେ ଥୋକାଏ ହୋଇବେ ବାଇ

ମହତ ଜନ ଯେ ଅମହତ ହେବେ ହୀନ ସଙ୍ଗେ ସଙ୍ଗ ହୋଇ।୧୪।

 

ଅଜ୍ଞାନୀମାନେ ଯେ ଆପଣା ମନକୁ ଜ୍ଞାନୀ ବୋଲାଉଣ ଥିବେ

ଅର୍ଥ ଲୋଭ କରି କୁକର୍ମ ଆଚରି କାହାକୁ କେ ନ ମାନିବେ ।୧୫।

ଏମନ୍ତ ପ୍ରକାରେ ପ୍ରାଣୀମାନେ ହେବେ ତୋତେ କହିଲି ବୁଝାଇ

କହୁଅଛି ଯାହା ହେତୁ ରଖିଥିବୁ କା ଆଗେ କହିବୁ ନାହିଁ।୧୬।

 

ଏମନ୍ତ ବଚନ ଶୁଣିଣ ଅଚ୍ୟୁତ ପୁଣି ପ୍ରଣମି ପୁଚ୍ଛଇ

କଳିଯୁଗେ ତୁମ୍ଭ ଭକ୍ତମାନେ କେହ୍ନେ ରକ୍ଷା ପାଇବେ ଗୋସାଇଁ ।୧୭।

ଏମନ୍ତ ବଚନ ଶ୍ରବଣ କରିଣ ବୋଲନ୍ତି ଶ୍ରୀ ନିରାକାର

ଯାହା ପଚାରିଲ ସମସ୍ତ କହିବା ସୁମନେ ଶୁଣ କୁମର।୧୮।

 

କୀଟୁ ବ୍ରହ୍ମଯାଏ ମୁହିଁ ପୁରିଅଛି ପରାପର ମେର ନାହିଁ

ଛପନ କୋଟି ଜୀବଜନ୍ତୁମାନଙ୍କୁ ନିତ୍ୟେ ପଡ଼ି ଦେଉଥାଇ।୧୯।

ଯେଉଁ ପ୍ରାଣୀମାନେ ଭକ୍ତି ଦେଖାଇଣ ଠକପଣ ଆଚରନ୍ତି

ସୋହତିରେ ପଡ଼ି ବଣା ହୋଇ ସେ ଯେ ନାନା କଷ୍ଟ ପାଉଥାନ୍ତି ।୨୦।

 

ପୁନ୍ତ୍ର ହୋଇ ଯଦି ପିତାକୁ ନ ମାନେ ପିତା ତାକୁ ଦଣ୍ଡଦେବ

ପ୍ରଜା ହୋଇ ଯଦି ଅନ୍ୟାୟ କରିବ ରାଜାତାକୁ ଦଣ୍ଡୁଥୁବ।୨୧।

ସତ୍ୟ ନ୍ତ୍ରେତୟା ଦ୍ୱାପରଯୁଗରେ ମହା ମହା ବୀର ଥିଲେ

ବଳି ବେଣୁ ମାନଧାତା ଆଦି କରି ମୋ ପାଦପଦ୍ମେ ସେବିଲେ ।୨୨।

 

ଧର୍ମରେ ଥିବାରୁ ମୋହର ଭୁବନେ ବାସ ଦେଲି ତାଙ୍କୁ ମୁହିଁ

ଅଧର୍ମରେ ନ ଶଗଲେ ସସ୍ରାର୍ଜନ କଂସ ଜରା ଲଙ୍କସାଇଁ।୨୩।

ଏହିପରି ଲୀଳା ଯୁଗେଯୁଗେ ହେଲା ସାନ ବଡ଼ ମୋର ନାହିଁ

ମୋର ଭକ୍ତପରେ ଦୟା ଯେ ରଖଇ ମୋ ଦୟା ତାଠାରେ ଥାଇ ।୨୪।

 

 

କଳିଯୁଗ ପ୍ରାଣୀ ସୁଖ ନ ମିଳିବ ଅନ୍ୟାୟରେ ଦୁଃଖୀ ହେବେ

ଦେବାଳୟେ ଯାଇ କୁକର୍ମ କରିଣ ଅପରାଧ ଅରଜିବେ।୨୫।

ହୀନ ଦୁର୍ଜ୍ଜନ ଯେ ବଡ଼ ବୋଲାଇବେ ତାକୁ ଡରିବେ ସଜ୍ଜନ୍ନ

ପରଦ୍ରବ୍ୟ ଖାଇ ମୂର୍ଖ ପାଷାଣ୍ଡ ଯେ କହୁଥିବେ ବ୍ରହ୍ମଜ୍ଞାନ।୨୬।

 

ପ୍ରଜାଙ୍କ ଗୁହାରି ରାଜା ନ ଶୁଣିବେ ଅଳ୍ପ ଦିନେ ଯିବେ ନାଶ

ଧର୍ମବନ୍ତ ଲୋକ ଗୁପତରେ ଥିବେ ମୋ ନାମ କରି ଅଭ୍ୟାସ।୨୭।

ଠାବେ ଠାବେ ପୁଣି କନ୍ଦଳ ଲାଗିବ ହେତୁ ରଖିଥାଅ ବାବୁ

ବିଶେଷେ ପାପରେ କେତେକ ମାତିବେ କୁହୁକ ବିଦ୍ୟାଟି ସବୁ ।୨୮।

 

ଚୋର ଖଣ୍ଟମାନେ ବିଶେଷ ମାତିବେ କନ୍ଦି ବିକନ୍ଦିରେ ବୁଲି

ବ୍ରହ୍ମଜ୍ଞାନ କହି ତଣ୍ଟି ଚିପିଦେବେ ଦୟା ନ ଥିବ କାହାରି।୨୯।

ମାଳା ଗଡ଼ାଇଣ ଦାସ ବୋଲାଇବେ ବଡ଼ିମା ପଣ ଦେଖାଇ

ପରଧନ ପର ରମଣୀ ଦେଖିଣ ହେଉଥିବେ ସୁଖେ ବାଇ ।୩୦।

 

ହୀନ ଲୋକଙ୍କୁ ଯେ ଶିଷ୍ୟହିଁ କରିବେ ଅର୍ଥ ଯହୁଁ ହେବ ପ୍ରାପ୍ତ

ନୀଚ ହେଉ ପଛେ କହିଲେ ତା ଗୃହେ ଭୋଜନ କରିବେ ଭକ୍ତ।୩୧।

ପ୍ରକୃତ ଭକତ ନୁହନ୍ତି ସେମାନେ ଅଳସୁଆ ଖଣ୍ଟମାନେ

ବେଳ ପଡ଼ିଲେ ଯେ ତାହାକୁ ନାଶିଣ ସମ୍ପଦ ନେବେ ଅଜ୍ଞାନେ।୩୨।

 

 

ଆଚାର ବିଚାର ନ ରଖି ବୈଷ୍ଣବେ ଲୋଭପଣ ପ୍ରକାଶିବେ

ନିର୍ଦ୍ଧନୀ ଲୋକ ଯେ ସତ୍ୟ ପ୍ରକାଶିଲେ ତାକଥା କେ ନ ମାନିବେ ।୩୩

ହୀନ ନିର୍ବୁଦ୍ଧିଆ ତର୍କରେ ମାତିବେ ଦତ୍ତ ପଦାର୍ଥୁ ହରି

କୁଷ୍ଠ ବ୍ୟାଧି ହେବ ଅଙ୍ଗ ନ ଚଳିବ ମାଗୁଥିବେ ଥରିଥରି।୩୪।

 

ନିଷ୍ଠୁର ହୃଦୟ ଯେଉଁ ମାନଙ୍କର ସେମାନେ ମହାପାତକୀ

ତିନିପୁରେ ତାଙ୍କୁ ଠାବ ନ ମିଳିବ ଯେହୁ ବିଶ୍ୱାସ ଘାତକୀ।୩୫।

ଧର୍ମ ଚରଚାରେ ବିଘ୍ନ ଘଟାଇବେ ମନରେ ନ ଥିବ ଡ଼ର

ଅଗ୍ନିରେ ଆହୁତି ନଦେବାରୁ ପୃଥ୍ୱୀ ହୋଇବଟି ନାରଖାର।୩୬।

 

ମୋର ପାଦପଦ୍ମେ ହେତୁ ଯାର ଥିବ ତାକୁ ନ ଚିହ୍ନିବେ କେହି

ନିଊନ ହୋଇ ସେ ଗୁପ୍ତରେ ରହିବ ପ୍ରକୃଥ ଭକ୍ତ ମୋ ସେହି ।୩୭।

ତୋହ ପ୍ରତି ଦୟା ନାହିଁ ମୋର ମାୟା ବୁଝାଇ କହୁଛି ତୋତେ

ଯେତେ ଯେତେ ସିଦ୍ଧ ପୀଠ ସ୍ଥାନମାନ ରହିଅଛଇ ଗୁପତେ।୩୮।

 

ସମସ୍ତ ତୋ ଆଗେ ପ୍ରକାଶ କରିବି ଶୁଣି ସନ୍ତୋଷ ହୋଇବୁ

ଗୁରୁପାଦ ଧ୍ୟାଇ ଫକୀର କହଇ ଭରସା ମୋ ଶୂନ୍ୟ ପ୍ରଭୁ ।୩୯।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଆଗତ ଭବିଷ୍ୟ ବର୍ଣ୍ଣନେ ନାମ

ନବମ ପଟଳ ।

 

ଦଶମ ପଟଳ

ନିରାକାର ଉବାଚ ।

 

ଶୁଣ ଅଚ୍ୟୁତ ଦେଇ ଚିତ୍ତ

କହିବା ଭକ୍ତଙ୍କ ଚରିତ

।।

ଯେତେକ ସିଦ୍ଧ ପୀଠ ସ୍ଥାନ

ଗୁପ୍ତରେ ଅଛଇଟି ଜାଣ

।।

ସମସ୍ତ କହିବା ବୁଝାଇ

ତେ ପ୍ରତି ମୋର ଦୟା ନାହିଁ

।।

ଶ୍ରୀ କ୍ଷେନ୍ତ୍ରଠାରୁ ଯାଜପୁର

ପର୍ଯ୍ୟନ୍ତେ ସ୍ଥାନ ଅଟେ ସାର

।।

 

 

 

 

ଠାବେ ଠାବେ ଯେ ସାଧୁ ବୃନ୍ଦେ

ମେଳା ଯେ କରନ୍ତି ଆନନ୍ଦେ

।।

କେବଳ ଭକ୍ତ କେଉଁ ସ୍ଥାନେ

ବସିଅଛନ୍ତି ମୋର ଧ୍ୟାନେ

।।

କେତେ ଯେ ଯୋଗାସନେ ବସି

କେ ରାମ ନାମ ମୁଖେ ଘୋଷି

।।

କେ ମାତିଛନ୍ତି ସଂକୀର୍ତ୍ତନେ

କେ ବସି ଶୁଣନ୍ତି ଶ୍ରବଣେ

।।

 

 

 

 

କେ ରାମତାଳି ଧରି କରେ

ମୁଖେ ବୋଲଇ ହରେ ହରେ

।।

ଯାଜପୁର ଯେ ଦିବ୍ୟସ୍ଥାନ

ବିରୋଜା ଦେବୀଙ୍କ ଆସ୍ଥାନ

।।

ଜଳୌକା ପର୍ବତଟି ଯହିଁ

ସିଦ୍ଧମାନେ ଯେ ଛନ୍ତି ରହି

।।

ଗୁପ୍ତେ ଅଛନ୍ତି ଋଷିଗଣେ

ଏକ ଅକ୍ଷର ସ୍ମରି ମନେ

।।

 

 

 

 

 

 

 

 

 

 

 

 

ଅମରାବତୀ ସିଦ୍ଧଗିରି

ତହିଁରେ ଭକ୍ତେ ଛନ୍ତି ପୂରି

।।

ଆବର ହନୁ ମଞ୍ଚେଶ୍ୱର

ପାହାଡ଼ ଦିଶଇ ସୁନ୍ଦର

।।

ସେ ସ୍ଥାନେ ଉତ୍ତରକୁ ଦେଇ

ନଦୀଏ ସଧୀରେ ବହଇ

।।

ଭକ୍ତେକ ତହିଁଛନ୍ତି ଗୁପ୍ତେ

ମୋ ପ୍ରେମେ ଥାନ୍ତି ଅନୁକୁଳେ

।।

ନାମ ତାଙ୍କର ସିଦ୍ଧଦେବ

ମୋଠାରେ କରିଥାନ୍ତି ଭାବ

।।

ଯେତେକ ଅବତାର ମୋର

ସେ ଭକ୍ତ ଦେଖିଛି ନେନ୍ତ୍ରର

।।

ଶ୍ରୀରାମ ଅବତାର ମୁହିଁ

ସେ ସିଦ୍ଧସ୍ଥାନେ ଥିଲି ରହି

।।

ପୁଣିହିଁ କୃଷ୍ଣ ଅବତାରେ

ଲୁଚିଲି ଜରାସନ୍ଧ ଡ଼ରେ

।।

ଅମରାବତୀ ସିଦ୍ଧଗିରି

ତହିଁରେ ଛନ୍ତି ଭକ୍ତେ ପୁରି

।।

ଏ ଅଷ୍ଟାଦଶ ସିଦ୍ଧିମାନ

ସେଠାରେ କରନ୍ତି ସାଧନ

।।

ଚିନ୍ତ୍ରୋତ୍ପଳା ନଦୀର ପାଶେ

ଶାରଳା ବଟ ଶୋଭା ଦିଶେ

।।

ନେମ୍ବାଳ ବୋଲି ଯେଉଁ ଗ୍ରାମ

ଅଚ୍ୟୁତ ସେ ତୋର ଆଶ୍ରମ

।।

ସିଦ୍ଧ ସାଧୁଏ ତହିଁ ଛନ୍ତି

ବ୍ରହ୍ମ ଯେ ଏକାକ୍ଷର ଚିନ୍ତି

।।

ନିମ୍ବ ବୃକ୍ଷେକ ତହିଁ ଅଛି

ତାହାର ମହିଁମା କହୁଛି

।।

ସେ ବୃକ୍ଷେ ବ୍ରହ୍ମା ନ୍ତ୍ରିଲୋଚନ

ସମୟେ କରି ଆରୋହଣ

।।

ସଙ୍ଗତେ ସୁରଗଣ ଘେନି

ଆବର ସର୍ବସିଦ୍ଧ ମୁନି

।।

 

 

 

 

ଗୁପ୍ତରେ ଦେଖ ଭକତକୁ

ତୃପତ କରିଣ ଚିତ୍ତକୁ

।।

ପୁଣି ଚଳନ୍ତି ଯେଝା ସ୍ଥାନେ

ପ୍ରଶଂସା କରିଣ ସେ ମନେ

।।

ମହାଳ ବନ ଅଛି ଯହିଁ

ସାଧୁଙ୍କ ମେଳ ହୁଏ ତହି

।।

ବଟ ବୃକ୍ଷେକ ଶୋଭା ପାଇ

କୁଣ୍ଡୀ କଟକ ସେ ବୋଲାଇ

।।

 

 

 

 

ରୁକ୍ମିଣୀ ହରଣ ସେ ସ୍ଥାନ

ଶୁଣ ଅଚ୍ୟୁତ ଦେଇ ମନ

।।

ସେ ସ୍ଥାନେ ରହି ଭଗବତୀ

ହୋଇବେ ଯୋଗମାୟା ମୂର୍ତ୍ତି

।।

ପରୀକ୍ଷା କରିବେ ସେ ମାତ

ପୁଚ୍ଛିବେ ଏକାକ୍ଷର ମନ୍ତ୍ର

।।

ଦିନକ ମଧ୍ୟେ ଜ୍ଞାନୀଜନେ

ମେଳ ହୋଇବେ ସେହିସ୍ଥାନେ

।।

 

 

 

 

ଦ୍ୱାଦଶ ଦିନ ଭାଗବତ

ସେଠାରେ ହୋଇବ ଅଚ୍ୟୁତ

।।

ତହିଁ ଅଛନ୍ତି ବେନି ଲିଙ୍ଗେ

ସେବେଳେ ବାହାରିଣ ବେଗେ

।।

ମଧ୍ୟରେ ରହିଅଛି ବଟ

ସେ ବଟ ଅଟେ ମହାଶ୍ରେଷ୍ଠ

।।

ଲିଙ୍ଗ ଯେ ମୂର୍ତ୍ତିବନ୍ତ ହୋଇ

ନୀଳକେଶରୀ ନାମ ବହି

।।

 

 

 

 

ମସ୍ତକେ ଝୁଲିଥିବ ଜଟ

ବଟରେ ବାନ୍ଧିଦେବ ପାଟ

।।

ଗୁପତେ କ୍ଷୀର ନଦୀ ତହିଁ

ଧାରେକ ଯାଉଥିବ ବହି

।।

ଅମୃତ ଯୋଗେ କ୍ଷୀର ନଦୀ

ବହିବ ବଟଯାଏ ଭେଦ

।।

ସେ ଯେ ନିଗମ ଗୁପ୍ତଧା

ଭକ୍ତେ ଅଛନ୍ତି ସ୍ମରି ନାମ

।।

ଉତ୍ତର ଦିଗୁଁ ଦ୍ରୋଣ ମେଘ

ଘୋଟିଯିବ ଯେ ଅତି ବେଗ

।।

 

 

 

 

ଫିରି ଫିରି ଯେ ବୃଷ୍ଟି ହେବ

ଦୁର୍ଗାଙ୍କ ଖପରେ ପଡ଼ିବ

।।

ରାନ୍ତ୍ରରେ ପାଞ୍ଚ ଘଡ଼ିଠାରେ

ପବନ ବହିବ ସେ କାଳେ

।।

ହୋଇବ ଘୋର ଅନ୍ଧକାର

ଭାଙ୍ଗି ପଡ଼ିବ ଘରଦ୍ୱାର

।।

ଛଘଡ଼ି ଉତ୍ତାରୁ ସେ ପୁଣ

ଓଲଟି ବହିବ ପବନ

।।

 

 

 

 

ଊନପଞ୍ଚାଶ ମୂର୍ତ୍ତି ପ୍ରାୟେ

ଦକ୍ଷିଣ ଦିଗରୁ ଉଦୟେ

।।

ବୃଷ୍ଟି ଯେ ହୋଇ ତତକାଳ

ମୂଷଳଧାରା ପ୍ରାୟେ ଜଳ

।।

ତା ସଙ୍ଗେ ହୋଇବ ବତାସ

ପ୍ରାଣୀଏ ହୋଇବେ ହତାଶ

।।

ଅଭୟ ପଦ୍ମପାଦ ଧ୍ୟାନେ

ନିର୍ଭୟେ ଥିବେ ଭକ୍ତମାନେ

।।

 

 

 

 

ତା ପରଦିନ କଥା ଶୁଣି

ବଡ଼ ବଡ଼ ଯେ ତରୁଗଣ

।।

ଉପୁଡ଼ି ପଡ଼ିବ କେତେକ

ଭକ୍ତେ ଡ଼ାକିବେ ପ୍ରଭୁ ରଖ

।।

ପ୍ରାଣୀଏ ହୋଇବେ କାତର

ଉଡ଼ି ଭାଙ୍ଗିଛି ଘରଦ୍ୱାର

।।

କୂଳ ଲଘିଂଣ ଅଳ୍ପ ଦୂର

ମାଡ଼ିଣ ଆସିବ ସାଗର

।।

 

 

 

 

କୃଷି ଯେ ଅଳ୍ପକେ ହୋଇବ

ସଂସାରେ ଦୁର୍ଭିକ୍ଷ ପଡ଼ିବ

।।

ଠାବେ ଠାବେ ଯେ ଭାଗବତ

ପଠନେ ଜନେ ଦେବ ମତ

।।

ଝିଙ୍କାରୀ ବୋଲି ଏକବର୍ଣ୍ଣେ

କୀଟହିଁ ଆସିଣ ବିସ୍ତୀର୍ଣ୍ଣେ

।।

ଉଡ଼ିବେ ଗଗନ ମଣ୍ଡଳେ

ମାୟାଧରଙ୍କ ମାୟାବଳେ

।।

 

 

 

 

ଚାହୁଁ ଚାହୁଁ ସେ ଗଛ ପନ୍ତ୍ର

ଗିର କରିବେ ଛିନ୍ନଛନ୍ତ୍ର

।।

ଅତି ନିରାଶେ ପ୍ରାଣୀମାନେ

ଭ୍ରମୁଥିବେ ଯେ ଏଣେତେଣେ

।।

କ୍ଷୁଧାରେ ମାଗିଲେ ଯେ କେହି

ନ ଦେବେ କାହାକୁ କିଛିହିଁ

।।

ପ୍ରାଣୀଏ ପାଇବେ କଷଣ

ଡାକିବେ ରଖ ନାରାୟଣ

।।

 

 

 

 

ସେ ପରିନ୍ତ୍ରାଣ ଦାତା ହରି

ଶୁଣିବେ ତାଙ୍କରି ଗୁହାରି

।।

ରକ୍ଷା କରିବେ ନିର୍ଦ୍ଧନୀଙ୍କି

ବିପଦ ପଡ଼ିବ ଧନୀଙ୍କି

।।

ଧନ ଅଟଇ ନିଜ ଶନ୍ତ୍ରୁ

ଧନ ଲୋଭରେ ଅପମୃତ୍ୟୁ

।।

ଧନ ଭୋଳରେ ହୋଇ ବଣା

ପାଇବେ କେତେ ରାତିହଣା

।।

 

 

 

 

ବାସୁଦେବଙ୍କ ଧ୍ୟାନ ଛାଡ଼ି

ଧନ ଲୋଭରେ ଜନେ ପଡ଼ି

।।

ଦରିଦ୍ରେ ନ ଦେବଟି ଦାନ

ଆକାଶ ହେବ ରଙ୍ଗବର୍ଣ୍ଣ

।।

ପ୍ରାଣୀଏ ହୋଇବେ ଅବୁଝା

ଆକାଶେ ଉଠିବଟି ଧ୍ୱଜା

।।

ଦିନକୁ ଦିନ ଯେ କଷଣ

ପାଉଣ ଥିବେ ନରଗଣ

।।

 

 

 

 

ମାତିବେ ଚଣ୍ଡୀ ଯେ ଚାମୁଣ୍ଡା

ଯୋଗ୍ନୀଙ୍କ ହସ୍ତେ ଥିବ ଖଣ୍ଡା

।।

ବିରୂପା ବୋଲି ନଦୀ ଯହିଁ

ପ୍ରସିଦ୍ଧ ସ୍ଥାନ ଅଛି ତହିଁ

।।

ପର୍ବତ ଏକ ଅଛି ତହିଁ

ତା ଶିଖେ ଜଳ ପୂର୍ଣ୍ଣ ଥାଇ

।।

ତା ମଧ୍ୟେ ଏକଇ କମଳ

ଫୁଟିଣ ଦିଶଇ ସୁଢ଼ଳ

।।

 

 

 

 

 

 

 

 

କାହାକୁ ନୁହଇ ସେ ଦୃଶ୍ୟ

ଆମୋଦ କରଇ ଅଶେଷ

।।

ବହୁତ ସିଦ୍ଧ ସାଧୁ ବୃନ୍ଦେ

ସେ ସ୍ଥାନେ ରହନ୍ତି ଆନନ୍ଦେ

।।

ସେ ପଦ୍ମ ରହନ୍ତି ବେଢ଼ିଣ

କରନ୍ତି ନାମ ସଂକୀର୍ତ୍ତନ

।।

ମଞ୍ଚେଶ୍ୱର ଯେ ପର୍ବତେକ

ନଦୀଏ ବହଇ ତା ପାଖ

।।

 

 

 

 

ଉତ୍ତର ମୁଖ କରି ସେହି

ବନ୍ଧ ଯେ ଭାଙ୍ଗିବଟି ତହିଁ

।।

ସେ ମହାନଦୀ ବଢିଯିବ

ନ୍ତ୍ରିବେଣୀ ଧାରଟି ହୋଇବ

।।

କୁଶଭଦ୍ରାରେ ହେବ ମେଳ

ସେଠାରେ ହେବ ବହୁଖେଳ

।।

ଗଉଡ଼ ଦେଶର ନରେନ୍ଦ୍ର

ତା ନାମ ତୈଲଙ୍କ ମୁକୁନ୍ଦ

।।

 

 

 

 

ସେ ନୃପ କିଲା ବାରବାଟୀ

ତୋଳାଇ ରଖିବ କୀରତି

।।

ସେ ମହାନଦୀ କୂଳେ ପୁଣ

ଅଛନ୍ତି ମୋର ଭକ୍ତଗଣ

।।

ଗୁପତେ କାଟୁଛନ୍ତି ଦିନ

ମୋ ନାମ କରିଣ ଭଜନ

।।

କଳଙ୍କି ରୂପ ଧ୍ୟାନ କରି

ବସିଅଛନ୍ତି ଅନୁସରି

।।

ଯାହାକୁ ଚଉଦ୍ୱାର କହି

କେତେକ ଭକ୍ତେ ଛନ୍ତି ତହି

।।

 

 

 

 

କଳଙ୍କ ରୂପ ଦରଶନେ

ଗୁପ୍ତେ ଅଛନ୍ତି ମୋର ଧ୍ୟାନେ

।।

ସେଠାରୁ ହଂସନାଥ ଯାଏ

ମୋ ଭକ୍ତ ଅଛନ୍ତି ନିର୍ଭୟେ

।।

ନନ୍ଦିକେଶ୍ୱରୀ ସ୍ଥାନେ କେତେ

ଭକତ ଅଛନ୍ତି ଗୁପତେ

।।

ଧବଳେଶ୍ୱର ସ୍ଥାନେ ରହି

ଭକତେ ମୋର ଛନ୍ତି ଧ୍ୟାଇ

।।

 

 

 

 

କାଳିଆବୋଦା ସ୍ଥାନ ମାଡ଼ି

ମୋ ଭକ୍ତେଛନ୍ତି କେତେ ବେଢ଼ି

।।

ପଦ୍ମପୁର ଯେ ଚାଟେଶ୍ୱର

ସେଠାରେ ଛନ୍ତି ଭକ୍ତ ମୋର

।।

ଆବର କୁଜଙ୍ଗରେ ପୁଣି

ଅଛନ୍ତି କେତେ ଭକ୍ତଶ୍ରେଣୀ

।।

କେତେ ଅଛନ୍ତି ଭକ୍ତଗଣ

କରନ୍ତି ତାରକ ଭଜନ

।।

 

 

 

 

କେତେ ବୋଲନ୍ତି ହରି ହରି

କେ ମହାମନ୍ତ୍ରକୁ ଉଚ୍ଚାରି

।।

କେହୁବା କରନ୍ତି ଭଜନ

କେ କରେ ତୀର୍ଥ ପର୍ଯ୍ୟଟନ

।।

କେ କରୁଅଛନ୍ତି କୀର୍ତ୍ତନ

କେ ନାମ କରନ୍ତି ଶ୍ରବଣ

।।

କେହୁ ବା ରାଧାକୃଷ୍ଣ ମୂର୍ତ୍ତି

ସ୍ଥାପନା କରିଣ ପୂଜନ୍ତି

।।

 

 

 

 

କେ ଅବା ଧ୍ୟାଇ ରାଧାକୃଷ୍ଣ

ମନରେ ହେଉଛନ୍ତି ଦୃଷ୍ଟା

।।

କେହୁ ବା ସୀତାରାମ ଧ୍ୟାଇ

ବସିଅଛନ୍ତି ତୁଷ୍ଟ ହୋଇ

।।

କେତେକ ଆତ୍ମାରାମ ଧ୍ୟାନେ

ବସିଣ ଅଛନ୍ତି ମଉନେ

।।

ଆବର ଗୃହୀମାନେ କେତେ

ଅଛନ୍ତି ବିଷୟା ଆଶକ୍ତେ

।।

 

 

 

 

ଅନାଦି ସୁକର୍ମ କରନ୍ତି

ମୋ ପଦ୍ମପାଦେ ରଖି ମତି

।।

ମୋର ଚରଣ ତେଜାନଳ

ପାପକୁ ଦହିବ ସକଳ

।।

ଲୋକେ କରିଣ ଦୁଷ୍ଟପଣ

ନିନ୍ଦିବେ ବେଦାନ୍ତ ପୁରାଣ

।।

ଦୟା ଧର୍ମକୁ ହୃଦୁଁ ତେଜି

ଅପଥ କୁକର୍ମରେ ମଜ୍ଜି

।।

 

 

 

 

 

 

 

 

ପ୍ରାଣୀଙ୍କି ଦେବେ ଯେ କୁଶିକ୍ଷା

ବିପଦେ ନ କରିବେ ରକ୍ଷା

।।

ତେଣୁ ଆୟୁଷ ହେବ କ୍ଷୟ

ଏ ବାକ୍ୟ ଅଟଇ ନିଶ୍ଚୟ

।।

କାହାରି ଜ୍ଞାନ ନ ରହିବ

ପାପର ଭାରା ବୃଦ୍ଧି ହେବ

।।

ମୋ ଭକ୍ତେ ହୋଇଣ ବିକଳ

ଡାକିବେ ରଖ ଆଦିମୂଳ

।।

 

 

 

 

 

 

 

 

ଭକ୍ତଙ୍କ ବିନୟରେ ପୁଣି

ଧର୍ମ ଉଦୟ ମନେ ଗୁଣି

।।

ହୋଇବି ବୁଦ୍ଧ ଅବତାର

ଧର୍ମ ଧାରଣା ହେବେ ନର

।।

ଶୁଣି ଅଚ୍ୟୁତ ହେଲେ ତୋଷ

ବୋଲନ୍ତି ନମଃ ହୃଷୀକେଶ

।।

ନମସ୍ତେ ଦେବ ନାରାୟଣ

ତୋ ପଦେ ସର୍ବଦା ଶରଣ

।।

 

 

 

 

ବାରଣ କର ସନାତନ

ହରଣ କର ପାପମାନ

।।

ବାରଣ ତାରଣ କରିଛ

ଆରତନ୍ତ୍ରାଣ ବୋଲାଇଛ

।।

ମୁଁ ଶରଣାର୍ଥି ପଦତଳେ

ଶରଣ ଗଲି ରଖ ବଳେ

।।

କହଇ ଫକୀର ଅଧମ

ଉଦ୍ଧର ଗୁରୁ ଶୂନ୍ୟବ୍ରହ୍ମ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁ

ସମ୍ବାଦେ ଭକ୍ତ ସଂଖ୍ୟା ଓ ପ୍ରସିଦ୍ଧ ପୀଠ ସ୍ଥାନ ନିର୍ଣ୍ଣୟ

କଥନେ ନାମ ଦଶମ ପଟଳ ।

 

ଏକାଦଶ ପଟଳ

ଅଚ୍ୟୁତ କରଯୋଡ଼ିଣ ବୋଲଇ ।

ହେ ଅବିନାଶୀ ବ୍ରହ୍ମାଣ୍ଡ ଗୋସାଇଁ।୧।

ପତିତଜନଙ୍କୁ ଆପେ ତାରୁଛ।

ପତିତପାବନ ନାମ ବହିଛ।୨।

କଳ୍ପ କଳ୍ପାନ୍ତେ ଯୁଗ ଯାଏ ବହି।

ତୁମ୍ଭ ମହିମାକୁ ନ ଜାଣେ କେହି ।୩।

ଯେ ପ୍ରାଣୀଙ୍କି କୃପାଦୃଷ୍ଟି ହୋଇଛି ।

ସେ ପ୍ରାଣୀ ବ୍ରହ୍ମ ତତ୍ତ୍ୱ ଜାଣେ କିଛି ।୪।

ପାପ କଳିଯୁଗ ହୋଇ ପ୍ରବେଶ ।

ପାପେ ବ୍ରହ୍ମାଣ୍ଡକୁ କରିବ ଧ୍ୱଂସ ।୫।

ଆପଣେ କହିଲ ବୁଦ୍ଧାବତାର ।

ହୋଇଣ ନାଶିବ ଅବନୀ ଭାର ।୬।

କିପରି କାହିଁ ହୋଇବ ପ୍ରକାଶ ।

ସଂକ୍ଷେପି ମୋତେ କହ ପୀତବାସ ।୭।

ଭକ୍ତ ବଚନ ଶୁଣି ନିରାକାର।

ବୋଲନ୍ତି ଶୁଣ ସେ ଚରିତ ସାର ।୮।

 

ଅଶେଷ ଭୁବନ କଳା ହରିବି ।

ଧରା ଉପରେ ମୁହିଁ ବିହରିବି ।୯।

ବ୍ରହ୍ମ ମଣ୍ଡଳରୁ ପ୍ରକାଶ ହେବି ।

ବୁଦ୍ଧ ରୂପ ଧରି ଖେଳ ଖେଳିବି ।୧୦।

 

କରେ ଶୋଭିବ ଦଣ୍ଡ କମଣ୍ଡଳ ।

ଗଳେ ବିରାଜିଥିବ ବନମାଳ ।୧୧।

ମସ୍ତକେ ଜଟା ହୋଇବ ଶୋଭନ ।

ଯୋଗୀନ୍ଦ୍ର ବେଶେ କରିବି ଭ୍ରମଣ ।୧୨।

 

ପ୍ରବେଶିବ ଚିନ୍ତ୍ରକୂଟ କାନନେ ।

ଅଘୋର ଅଜ୍ଞାତ ଗହନ ବନେ ।୧୩।

ପାପ ନାଶିବ ତପ ପ୍ରଭାବରେ ।

ଆରୋହଣ କରି ବ୍ରହ୍ମ ଶିଳାରେ ।୧୪।

 

ସେଠାରେ ସାକ୍ଷାତ ହେବ ଗୋବିନ୍ଦ ।

ପ୍ରମାଣ କରିବି ସେ ପଦ୍ମପାଦ ।୧୫।

ତହୁଁ ଆମ୍ଭେ ବେନି ସଙ୍ଗ ହୋଇଣ ।

ସଂସାର ମଧ୍ୟେ କରିବୁଁ ଭ୍ରମଣ ।୧୬।

 

ପ୍ରାଣୀମାନଙ୍କର ତୁଟିବ ଭ୍ରମ ।

ଖ୍ୟାତ ହୋଇବ ଏକାକ୍ଷର ଧର୍ମ ।୧୭।

ମାତା ଗର୍ଭ ତତ୍ତ୍ୱ ବୁଝିଣ ଜନେ ।

ଅନ୍ତିମେ ଚଳିବେ ଗୋଲକ ଧାମେ ।୧୮।

 

ଜ୍ୟୋତି ଛାୟା ପୁଣି ଅବାଡ଼ ନ୍ତ୍ରାସ ।

ଏ ଭକ୍ତିରେ କାର ନ ଥିବ ଆଶ ।୧୯।

ମହୀରେ ମହିମା ଧର୍ମ ଉଦୟ ।

ହୋଇଣ ନାଶଯିବ ଭବ ଭୟ ।୨୦।

 

ମହିମା ମହିମା ହୋଇବ ଡାକ ।

କୃପା କରିବେ ଅନାଦି ଅଲେଖ ।୨୧।

ମହିମା ଧର୍ମ ଯେ ପ୍ରଚାର ହେବ ।

ମହିମା ପୂଜା କରିବେ ମାନବ ।୨୨।

 

ଉଦୟ ଅସ୍ତ ସମୟରେ ଭକ୍ତେ ।

ସାଷ୍ଟାଙ୍ଗେ ପ୍ରଣାମ କରିବେ ନିତ୍ୟେ ।୨୩।

ମହାନିତ୍ୟର ଯେ ଭେକ ବକଳ ।

କୌପୀନ ପିନ୍ଧିବେ ଭକତ କୁଳ ।୨୪।

 

 

ସଂସାରି ପିନ୍ଧି ଗେରୁଆ ବସନ ।

ଶ୍ରୀଗୁରୁ ଅଲେଖ କରିବେ ଧ୍ୟାନ ।୨୫।

ବ୍ରହ୍ମ ଶକତି ଯେ ହୋଇବ ଟେକ ।

ଅବତାରେ ଯେଣୁ ହେବେ ଅଲେଖ ।୨୬।

 

ସେ ବେଳେ ନ୍ତ୍ରିୟାକର୍ମ ହେବ ଦୁର ।

ନିର୍ଗୁଣେ କହିବେ ଭକତେ ମୋର ।୨୭।

ଭକତମାନଙ୍କ ହିତରେ ବାବୁ ।

ଅନାହତ ଧ୍ୱନି ମର୍ତ୍ତ୍ୟେ ସ୍ଥାପିବୁ ।୨୮।

 

ମୋର ଭକତ ଯେ ବ୍ରହ୍ମକୁ ଲୟ ।

ରଖିଥିବେ ତାଙ୍କୁ ନ ଥିବ ଭୟ ।୨୯।

ମହା ଗୁପତ ଧର୍ମ ଅଟେ ସେହି ।

ତାହାର ଭେଦ ଶୁର ବାବୁ ତୁହି ।୩୦।

 

କୋଟି ବ୍ରହ୍ମାଣ୍ଡରେ ନୁହଇ ଦେଖ ।

କେହି ନ ଜାଣନ୍ତି ସେ ବ୍ରହ୍ମ ଦୀକ୍ଷା ।୩୧।

ଅରୂପ ରୂପରେ ଅବାଣୀ ସେହି ।

ମୋର ନିଜ ତତ୍ତ୍ୱ ନ ଜାଣେ କେହି ।୩୨।

 

 

ସକଳ ଧର୍ମରୁ ଅଟଇ ସାର ।

ଓଁକାର ମଧ୍ୟେ ଯେହ୍ନେ ଏକାକ୍ଷର ।୩୩।

ଅଲେଖ ଲେଖ ସଂଖ୍ୟା ନୋହେ କହି ।

ଅବାଇ ବାଇ ତମ କ୍ଷୟ ଯାଇ ।୩୪।

 

ଆଦି କଳ୍ପମାନ ଅଟେ ତାଙ୍କର ।

ଉଦୟ ସଦା ମହା ଶୂନ୍ୟପୁର ।୩୫।

ଅଗାଧ ଭେଦାଭେଦ ସଙ୍ଗ ନାହିଁ ।

ଅଘଟ ଘଟେ ଘଟେଛନ୍ତି ଉଇଁ ।୩୬।

 

ଗୁରୁ ପାଦପଦ୍ମେ ଥାଏ ଯା ଚିତ୍ତ ।

ସାରସ୍ୱତ ଧର୍ମ ହୁଏ ପ୍ରାପତ ।୩୭।

ବାହାରେ ଭ୍ରମିଣ ପାଇବ କାହିଁ ।

ଶ୍ରୀଗୁରୁ କୃପାରେ ସବୁ ଜାଣଇ ।୩୮।

 

ପ୍ରକାଶ ହୋଇ ବିରାଟ ଅଙ୍ଗରେ ।

ସେ ବ୍ରହ୍ମ ଖେଳୁଥାନ୍ତି ନିରନ୍ତରେ ।୩୯।

ନିରତେ ଉଦୟ ଅସ୍ତ ହୁଅନ୍ତି ।

ଦକ୍ଷିଣ ବାମେ ଯା ଆସ କରନ୍ତି ।୪୦।

 

 

ଯେମାନେ ଅଲେଖ ପ୍ରେମେ ରହନ୍ତି ।

ସେମାନେ ବ୍ରହ୍ମ ଦର୍ଶନ କରନ୍ତି ।୪୧।

ଆଦ୍ୟ ବିଭୂତି ମୋହରଟି ସେହି ।

ଯେ ଜାଣେ ସେ ଭକ୍ତେ ଗଣନା ହୋଇ ।୪୨।

 

ନିର୍ଗୁଣ ଲୟ ଯାହାରଟି ଥିବ ।

ନ୍ତ୍ରିତାପ ବାଧା ତାକୁ ନ ଲାଗିବ ।୪୩।

ସକଳ କର୍ମକୁ ମନୁ ତେଜିବ ।

ଅକର୍ମେ ବାସୁଦେବଙ୍କୁ ଭଜିବ ।୪୪।

 

ଅନଳ ଦିହୁଡ଼ି ଜଳାଇ ଦେବ ।

ଶିଶୁମୁନା ନ୍ତ୍ରିକୁଟରେ ଜାଗିବ ।୪୫।

ଅଲେଖ ନାମ ସ୍ଥିର କରି କଣ୍ଠେ ।

ସେ ଜ୍ଞାନ ଦିହୁଡ଼ି ଘେନିଣ ଆଣ୍ଟେ ।୪୭।

 

ଝସାଇ ପଶିଯିବ ନିଗୂଢ଼ରେ ।

ଶ୍ରୀହରିଙ୍କର ପାଟଣା ଉର୍ଦ୍ଧ୍ୱରେ ।୪୭।

ଅନୁଭବଟି ଅଟଇ ଯେ ମୂଳ ।

ଅନୁଭବରେ ପ୍ରାପ୍ତ ଆଦିମୂଳ ।୪୮।

 

 

ଠୁଳ ଭୁବନେ ପ୍ରଭୁ ଯୋଗାଧିପ ।

ଦର୍ଶନେ ହରଇ ସର୍ବାଙ୍ଗୁ ପାପ ।୪୯।

ବ୍ରହ୍ମଅଂଶୀ ବ୍ରହ୍ମ ଅଟନ୍ତି ସେହି ।

ଲିଙ୍ଗ ପ୍ରତ୍ୟକ୍ଷେ ଯେ ଅଛନ୍ତି ଉଇଁ ।୫୦।

 

ହାଟ ମଧ୍ୟେ ବ୍ରହ୍ମଦେହେ ଉଦୟ ।

ବ୍ରହ୍ମଟି ସତ ଅଟେ ମାୟାମୟ ।୫୧।

ତିତିକ୍ଷା ବୋଳି ନ୍ତ୍ରିବୀଜକୁ କହି ।

ଅନନ୍ତ ନିତ୍ୟଟି ଅଟନ୍ତି ସେହି ।୫୨।

 

ତହୁଁ ବିରାଜଅଛି ଶ୍ୱେତ ମଣି ।

ରବି ଉଦୟ କାନ୍ତି ପ୍ରଭା ଜିଣି ।୫୩।

ସପ୍ତମ ବର୍ଣ୍ଣ ଅଟେ ତାହାଙ୍କର ।

ଅକ୍ଷୟ ଅବ୍ୟୟ ଅଜରାମଇ ।୫୪।

 

ସେହି ପ୍ରଭୁ ସ୍ୱୟଂ ଅଲେଖ ସ୍ୱାମୀ ।

ଅଣ ଉଦିଆ ନମୋ ଅନ୍ତର୍ଯ୍ୟାମୀ ।୫୫।

ଅଣାକାର ସ୍ୱାମୀ ଆକାର ହୋଇ ।

କୃପାରେ ଦର୍ଶନ ଦେବଟି ସେହି ।୫୬।

 

 

ସେ ଶୂନ୍ୟବାସୀଙ୍କ ଚରଣ ଧ୍ୟାଇ ।

କହେ ଫକୀର ପ୍ରଭୁ କର ନ୍ତ୍ରାହି ।୫୭।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ମହିମା ଧର୍ମ ବର୍ଣ୍ଣନେ

ନାମ ଏକାଦଶ ପଟଳ ।

 

Unknown

ଦ୍ୱାଦଶ ପଟଳ

ପୁଣି ପ୍ରଭୁଙ୍କ ପାଦଧରି

ଅଚ୍ୟୁତ ବିନୟେ ପଚାରି

।।

କାହାକୁ ଗୋଲାହାଟ କହି

କେଉଁଠି ସେ ହାଟ ବସଇ

।।

କେଉଁ ଜିନିଷ ବିକାହୁଏ

ବିକନ୍ତା କିଣନ୍ତା ଯେ କିଏ

।।

ସେ ହାଟେ ଅଟେ କେ ପ୍ରଧାନ

ନୃପତି ଅଟେ କେଉଁ ଜନ

।।

କେତେକ ପସରା ବସଇ

ମୋତେ ତା କହିବା ବୁଝାଇ

।।

ଅଚ୍ୟୁତ ବାକ୍ୟେ ନିରାକାର

ବୋଲନ୍ତି ଶୁଣରେ କୁମର

।।

ହାଟର ବିଷୟ କହି ବା

ତୋ ମନୁ ସଂଶୟ ଦହିବା

।।

ଅଟଇ ଅତ୍ୟନ୍ତ ଗହନ

କେହି ନ ଯାନ୍ତି ହେ ନନ୍ଦନ

।।

କାଉଁରୀ ମଣ୍ଡଳ ଆସ୍ଥାନ

ତା ପରେ ଗୋଲାହାଟ ସ୍ଥାନ

।।

ଅମନ ମନ୍ଦିରଟି ସେହି

ମନ ବୁଦ୍ଧିର ଗମ୍ୟ ନାହିଁ

।।

ହାଟର ଅଟେ ଚାରି ଦ୍ୱାର

କହିବା ତାର ସମାଚାର

।।

ଋକ ବେଦ ଯେ ପର୍ବଦ୍ୱାରା

ଅଥର୍ବ ପଶ୍ଚିମେ ବିହରି

।।

ଉତ୍ତର ଦ୍ୱାର ଯଜ୍ଜୁର୍ବେଦ

ରଖନ୍ତି କରିଣ ନିରୋଧ

।।

ଦକ୍ଷିଣେ ସାମବେଦ ଥାନ୍ତି

ଦ୍ୱାର ଯେ ରକ୍ଷଣ କରନ୍ତି

।।

ପାଞ୍ଚ ପ୍ରଧାନ ପାଞ୍ଚ ମନ

ହାଟରେ ଅଟନ୍ତି ପ୍ରଧାନ

।।

ଯେମାନେ ପଚିଶ ପ୍ରକୃତି

ସେମାନେ ପ୍ରଜାଏ ଅଟନ୍ତି

।।

 

 

 

 

ପଞ୍ଚାଶ ସହସ୍ର ପସରା

ସେହି ହାଟରେ ଦିଶେ ତୋରା

।।

ହାଟର ଦଣ୍ଡିଆ ଯେ ଜାଣ

ତୋଳା ଯେ କରଇ ସାଧନ

।।

ଖଣ୍ଟ ବୁଦ୍ଧି ଯେ ଲୋଭ ତାର

ନାମ ଯେ ଅନେକ ପ୍ରକାର

।।

ଯେ ଦ୍ରବ୍ୟ କିଣଇ ପଣକୁ

ବିନ୍ତ୍ରି କରଇ କାହାଣକୁ

।।

 

 

 

 

ନ୍ତ୍ରୋଧ ହିଂସା ଯେ ଭାବମେଳେ

ତା ସଙ୍ଗେ ଖଟନ୍ତି ସକଳେ

।।

ମଧୁର ଆଦି ପିତାଫଳ

କେ କୃଷ୍ଣବର୍ଣ୍ଣ କେ ଶୁକଳ

।।

ଯେ ପ୍ରେମ ଭକ୍ତି କରିଥାଇ

ସେ ଶୁକ୍ଲବର୍ଣ୍ଣ ଫଳ ପାଇ

।।

ସେ ତାକୁ ଆହାର କରଇ

କ୍ଷୁଧା ତୃଷା ଯେ ନ ଲାଗଇ

।।

 

 

 

 

ଅସତ୍ୟବାଦୀ ଯେଉଁମାନେ

କାମ ନ୍ତ୍ରୋଧୀ ଯେ ହିଂସ୍ରଗଣେ

।।

ସେମାନେ କୃଷ୍ଣବର୍ଣ୍ଣ ଫଳ

ପାଇଣ ହୁଅନ୍ତି ବିକଳ

।।

ଆତ୍ମାର ମୁଖ ସେ ନ ପାନ୍ତି

ଶମନ ଭୁବନେ ବସନ୍ତି

।।

ହାଟର ଯେତେକ ବ୍ୟବସ୍ଥା

ହାନିଲାଭ ଯେ ଦୁଇକଥା

।।

 

 

 

 

ନୃପତି ଅଟନ୍ତି ପରମ

ବୁଝନ୍ତି ସବୁ ହାଟ ମର୍ମ

।।

ପସରା ସତ ମିଛ ଦୁଇ

ବିକା କିଣା ଯେ ନିତ୍ୟେହୋଇ

।।

ଯେମାନେ ସାଧୁ ସନ୍ଥ ହୋନ୍ତି

ଜ୍ଞାନୀ ବିବେକ ଶୁଦ୍ଧ ମତି

।।

ସେହି ତ ଅଟନ୍ତି ସୁମନ

ହାଟରେ ଅଟନ୍ତି ପ୍ରଧାନ

।।

 

 

 

 

ପରମ ଦେଉଥାନ୍ତି ଠଣା

ଗୁରୁ ସେବିଲେ ହୁଏ ଜଣା

।।

ଦିଶଇ ତାହାଙ୍କୁ ଯେ ବାଟ

ଦେଖି ପାରନ୍ତି ଗୋଲାହାଟ

।।

ଅଣ ଗୁରୁଅଙ୍କୁ ଅଜଣା

ବାଟରେ ହେଉଥାନ୍ତି ବଣା

।।

ହାଟ ମାଲିକ ଯେ ଅଟଇ

ତାହାଙ୍କୁ ନ ଜାଣନ୍ତି କେହି

।।

 

 

 

 

କୋଟିଏ ରବି ତେଜ ଜିଣି

ସେ ତେଜ ଦିଶଇ ଅଗ୍ରଣି

।।

ତାହାଙ୍କ ସାଙ୍ଗ ଯାର ଭାବ

ସେ ହାଟ ବାଟ ପାଉଥିବ

।।

ତାହାର ବାଦୀ କେ ନ ଥାଇ

ଯିବା ଆସିବା ସେ କରଇ

।।

ନିଷ୍କାମ ଭକ୍ତି ଯାର ଥିବ

ସେ ଲୋକ ତହିଁରେ ପଶିବ

।।

 

 

 

 

ବସିଣ ବିକା କିଣା କରି

ତା ଭୋଗ କହିଲେ ନ ସରି

।।

ସେ ହାଟେ ପଶିବାକୁ ବାଟ

ଅଛଇ ଶିଶୁମନା ଘାଟ

।।

ବଜ୍ର କିଳଣୀସମ କଚ୍ଛ

ସେଠାରେ ପଡ଼ିଛି କବାଟ

।।

ନାମ ବ୍ରହ୍ମ ଯେ ଆଦିନାରୀ

ସେଠାରେ ଅଟନ୍ତି ପ୍ରହରୀ

।।

 

 

 

 

କରି ପାରିଲେ ତାଙ୍କୁ ବଶ

କବାଟ ଫେଡ଼ିବେ ଅବଶ୍ୟ

।।

ତେବେ ସେ ଭିତରେ ପଶିବ

ଅମନେ ମନ ପ୍ରବେଶିବ

।।

ନାଦ ଉପରେ ବିନ୍ଦୁ ବ୍ରହ୍ମ

ବର୍ଣ୍ଣନେ ତୁଟି ଯାଏ ଭ୍ରମ

।।

ଉଦୟ ହୋଇଛନ୍ତି ତହିଁ

ପ୍ରେମ ଭକ୍ତିରେ ଦେଖାପାଇ

।।

 

 

 

 

 

 

 

 

କୋଟି କୋଟିଏ ଯୁଗ ଗଲେ

ପଲକ ନ ପଡ଼ଇ ଭଲେ

।।

ଅଚଳ ପୁରୁଷ ଯେ ତହିଁ

ନିଶ୍ଚଳ ଭାବେଛନ୍ତି ରହି

।।

ସେ ସ୍ଥାନେ ନାହିଁ ରାନ୍ତ୍ରଦିନ

ଦିଶଇ ଏକଇ ସମାନ

।।

ସୁଷୁପ୍ତି ନିଷୁପ୍ତି ଯେ ତହିଁ

ସ୍ୱପ୍ନ ଜାଗ୍ରତ ଆଦି ନାହିଁ

।।

 

 

 

 

ଯେ ପ୍ରେମଧର ପାରେ ଦେଇ

ସେ ପ୍ରେମରତ୍ନ କିଣେ ତହିଁ

।।

ବିକନ୍ତି ବିବେକ ମହତ

କିଣନ୍ତି ଜ୍ଞାନୀ ସାଧୁଗ୍ରନ୍ଥ

।।

ପ୍ରେମେ ସେ ହାଟ ଶବ୍ଦ ବାରି

କଳ୍ପାନ୍ତେ ଗୋଲକେ ବିହରି

।।

ଅସତ୍ୟବାଦୀ ଯେ ହିଂସ୍ରକ

ରାଗୀ ଯେ କାମୀ ନ୍ତ୍ରୋଧୀଲୋକ

।।

 

 

 

 

ହାଟକୁ ନ ପାରନ୍ତି ଗମି

ବାହାର ହାଟେ ହୋନ୍ତି ଭ୍ରମି

।।

ବିଅର୍ଥେ ପଥ ଶ୍ରମିହୋନ୍ତି

ଆତ୍ମାର ଗତି ନ ଜାଣନ୍ତି

।।

ଅନନ୍ତ ଲୋକ ହାଟେ ଥାନ୍ତି

ପରମ ଡ଼ାକ ସେ ଡ଼ାକନ୍ତି

।।

ଗହ ଗହ ଯେ ଶବ୍ଦ ହୁଏ

ସମୁଦ୍ର ଉଛୁଳିଲା ପ୍ରାୟେ

।।

 

 

 

 

ସେ ଶବ୍ଦ ବ୍ରହ୍ମ ସାରସ୍ୱତ

ଶୂନ୍ୟ ଶିଖରେ ବିରାଜିତ

।।

ଏକାଗ୍ର ଚିତ୍ତ ଯାର ଥିବ

ସେ ଶବ୍ଦବ୍ରହ୍ମକୁ ଭେଦିବ

।।

ଜାଣିବ ସମସ୍ତ ବିଷୟ

କଳୁଷ ମାନ ହେବ କ୍ଷୟ

।।

କୃପା କରିବେ ଅବିନାଶୀ

ଅନାମେ ଡେଉଁଥିବେ ଚାଷୀ

।।

 

 

 

 

 

 

 

 

ଅନାମ ନାମ ଅଟେ ଏକ

ଶ୍ରୀଗୁରୁ ଅନାଦି ଅଲେଖ

।।

ଏ ଭବ ଭୟୁ ପରିନ୍ତ୍ରାଣ

କର ହେ ଦେବ ନାରାୟଣ

।।

କହଇ ଫକୀର ଅଧମ

ଧ୍ୟାଇଣ ପ୍ରଭୁ ଶୂନ୍ୟବ୍ରହ୍ମ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଗୋଲାହାଟ ନିରୂପଣ କଥନେ

ନାମ ଦ୍ୱାଦଶ ପଟଳ ।

 

ତ୍ରୟୋଦଶ ପଟଳ

ଅଚ୍ୟୁତ ପ୍ରଣମି ବୋଲେ ହେ ଗୁରୁ ।

ଆପଣ ଅଟ ବାଞ୍ଛା କଳ୍ପତରୁ।୧।

ପ୍ରକାଶିଲ ଯାହା ହାଟ ବ୍ୟବସ୍ଥା ।

ପୁଣି ରହି ଅଛି ତହିଁର କଥା।୨।

ହାଟକୁ ଆବୃତ କରନ୍ତି କିଏ।

ମୋତେ ତା କହିବା ଦେବାଧିରାଏ ।୩।

ହାଟ ସମ୍ପଦ ରହିଥାଏ କାହିଁ।

ସମସ୍ତ ପ୍ରଭୁ ଦିଅନ୍ତୁ ବୁଝାଇ।୪।

ଭକ୍ତ ବାଣୀ ଶୁଣି ସେ କୃପାମୟ ।

ବୋଲନ୍ତି ଶୁଣ ମନ କରି ଥୟ।୫।

କ୍ଷିତି ଆପ ତେଜ ବାୟୁ ଆକାଶ ।

ପଞ୍ଚଭୂତେ ସୃଷ୍ଟି ହୁଏ ପ୍ରକାଶ।୬।

ଏମାନେ ହାଟ ଆବୃତ କରନ୍ତି ।

ହିଂସା ଅହଙ୍କାର ଛନ୍ଦ ପ୍ରକୃତି।୭।

ଲୋଭ କୋପ ମିଥ୍ୟା ଦମ୍ଭ କପଟ ।

ହାଟର ସମ୍ପଦ କରନ୍ତି ଲୁଟ।୮।

 

ଶ୍ରୀଗୁରୁ ଆଜ୍ଞାକୁ କର କୁଠାର ।

ଶାନ୍ତି ପ୍ରେମକୁ କରି ଧନୁଶର।୯।

ମହାରଥି ପଣେ ପଶି ସମରେ।

ଶନ୍ତ୍ରୁ ନାଶି ଯଶ ରଖ ସଂସାରେ ।୧୦।

 

ହାଟରେ ପଶ ତୁ ନିଶ୍ଚିନ୍ତ ହୋଇ ।

ଦର୍ଶନ ଦେବେ ଶବ୍ଦ ବ୍ରହ୍ମ ତହିଁ ।୧୧।

ସର୍ବଦା ଉଜ୍ଜଳ ପୁରଟି ସେହି।

ଯେତେବେଳେ ଯାହା ଖୋଜିଲେ ପାଇ ।୧୨।

 

ହାଟ ଅଟଇ ଅଣାକାର ମୟ ।

ଭକ୍ତି କଲେ ଶବ୍ଦ ବ୍ରହ୍ମ ଉଦୟ ।୧୩।

ଅଭକ୍ତି କଲେ ନୁହଇ ପ୍ରାପତ।

ସେ ଶବ୍ଦବ୍ରହ୍ମ କରାନ୍ତି ଜାଗ୍ରତ ।୧୪।

 

ହାଟର ମହିମା ଅଟେ ଅଶେଷ ।

ନ୍ତ୍ରିଗୁଣେ ପଡ଼ି ଯାଉଛନ୍ତି ନାଶ ।୧୫।

ଅରୁପାନନ୍ଦଙ୍କ ହାଟଟି ସେହି।

ଅଲେଖ ପାଟଣାଠାରେ ବସଇ ।୧୬।

 

 

ଦିବସରାନ୍ତ୍ର ଯେ ବାରି ନୋହୁଛି ।

ଗହ ଗହ ତହିଁ ଶବ୍ଦ ଶୁଭୁଛି।୧୭।

ଅଲଗେ ରହି ଅଣାକାର ମୂର୍ତ୍ତି ।

ବାକି ଅସୁଲ ସବୁ ଦେଖୁଥାନ୍ତି।୧୮।

 

ମନ ଚଇତନ କରଣ ଦୁଇ।

ଲେଖାପଢ଼ା କାମ ତାଙ୍କର ତହିଁ ।୧୯।

ନ୍ତ୍ରିଗୁଣ ଧ୍ୟାନେ ସେ ନ୍ତ୍ରିଭାଗେ ଥାନ୍ତି ।

ଲେଖିଲା ବେଳେ ସେ ଭୁଲାଇ ଦ୍ୟନ୍ତି ।୨୦।

 

ଜୀବନ ସମ୍ପଦ ଅଟଇ ହାଟ ।

ହାଟେ ପଶିବାକୁ ବଡ଼ ଆକଟ ।୨୧।

ପ୍ରକୃତିଗଣ ଯେ ଗୋଡ଼ାଇ ଥାନ୍ତି ।

ଭିତରକୁ ଗଲେ ଟାଣି ନିଅନ୍ତି।୨୨।

 

ଷଡ଼ ଅଲରୀ ଏ ଜୀବନ ବାଦୀ ।

ସାଧି ନ ଦେଇ ଯେ ରଖନ୍ତି ଯିଦି ।୨୩।

ନିର୍ମଳ ମନେ ବ୍ରହ୍ମେ କରେ ଲୟ ।

ପାପ ପ୍ରାକୃତିକି ନ କରି ଭୟ ।୨୪।

 

 

ନାମ ଖଣ୍ଡା ଧରି ରିପୁଙ୍କୁ କାଟ ।

ତେବେ ସେ ହାଟକୁ ମିଳିବ ବାଟ ।୨୫।

ଗୋଲାହାଟ ନ୍ୟାୟ ଅତି ଦୁର୍ଗମ ।

ସନ୍ଥ ଯେ ଜାଣନ୍ତି ସେ ହାଟ ମର୍ମ ।୨୬।

 

ବହୁତ ଅଛି ତହିଁ କଟକଣା ।

ଯାହାର ନାମ ଅଲେଖ ପାଟଣା ।୨୭।

ଯୋଗୀଏ ଯୋଗ କରି ଭ୍ରମି ଭ୍ରମି ।

ଗୋଲାହାଟକୁ ନ ପାରନ୍ତି ଗମି ।୨୮।

 

ସଦଗୁରୁ କୃପା ଯାହାକୁ ଥିବ।

ସେ ପ୍ରାଣୀ ହାଟ ଭିତରକୁ ଯିବ ।୨୯।

ଯୋଗୀନ୍ଦ୍ର ନଗେନ୍ଦ୍ର ଖଗେନ୍ଦ୍ର ହନୁ ।

ସ୍ୱୟଂ ବ୍ରହ୍ମା ପୁଣି କଶ୍ୟପ ସୁନୁ ।୩୦।

 

ଏମାନେ ହାଟ କରିଣ ଦର୍ଶନ ।

ନ୍ତ୍ରିପୁରେ ହୋଇଲେ ସେ ମହାଜନ ।୩୧।

ହାଟ ଚରିତ ଏ ବ୍ରହ୍ମାଙ୍କ ଖେଳ ।

ଶବ୍ଦବାରି ଯେହୁ ହୋଇବ ମେଳ ।୩୨।

 

 

ସେହୁ ଦେଖଇ ଅଲେଖ ପାଟଣା ।

ମହା ବ୍ରହ୍ମଙ୍କୁ ହୁଅଇ ଭେଟଣା ।୩୩।

ଯେ ଏହା ପଢ଼ଇ ଶୁଣି ଶୁଣାଇ ।

ନାନାଦି ପାପୁ ନିସ୍ତାର ସେ ହୋଇ ।୩୪।

 

କହଇ ଦୀନ ଫକୀର ଅଧମ ।

ମୋର ଭରସା ଗୁରୁ ଶୂନ୍ୟବ୍ରହ୍ମ ।୩୫।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଗୋଲାହାଟ ବିବରଣ ବିଶେଷ ବର୍ଣ୍ଣନେ

ନାମ ନ୍ତ୍ରେୟୋଦଶ ପଟଳ

 

ଚତୁର୍ଦ୍ଦଶ ପଟଳ

ଅଚ୍ୟୁତ ଶିରେ ଦେଇ କର

ବୋଲେ ହେ ବ୍ରହ୍ମାଣ୍ଡଠାକୁର

।।

ଆପଣ ସ୍ୱୟଂ ନାରାୟଣ

ମୋତେ କରିବା ପରିନ୍ତ୍ରାଣ

।।

ଶ୍ରୀ ଭାଗବତ ଅର୍ଥଭେଦ

ଉଦ୍ଧର ମାଧବ ସମ୍ବାଦ

।।

କିପରି ଭାଗବତ ହୁଏ

ଫେଡ଼ି କହିବା ଦେବରାୟେ

।।

ସେ ଶାସ୍ତ୍ର ପୂର୍ବେ କାହିଁଥିଲେ

କିପରି ସଂସାରେ କ୍ଷରିଲେ

।।

ସମସ୍ତ ନିର୍ଣ୍ଣୟ କହିବା

ମୋ ମନୁ ସଂଶୟ ଦହିବା

।।

କିଏ ଅଟନ୍ତି ବାରସ୍କନ୍ଧ

ବୁଝାଇ ଦିଅ ପୂର୍ଣ୍ଣାନନ୍ଦ

।।

ଶୁଣ ଅଚ୍ୟୁତ ଦେଇ ମନ

ଶ୍ରୀ ଭାଗବତଙ୍କର ଜନ୍ମ

।।

ପୂର୍ବେ ଯେ ଥିଲେ ମହାଶୂନ୍ୟ

ତହିଁରୁ ପ୍ରଣବର ଲବଣ ଉତ୍ପନ୍ନ

।।

ପ୍ରଣବ ଅଟନ୍ତି ଓଁକାର

ସେହି ଅଟନ୍ତି ଏକାକ୍ଷର

।।

ଓଁକାର ନାମ ଯେ ହୋଇଲେ

ସେ ନାମୁ ଦେବ ଉପୁଜିଲେ

।।

ଦେହ ଯେ ବୋଲାଏ ସାହାସ

ନାମ କରନ୍ତି ତାହିଁ ବାସ

।।

ଦିବାରାନ୍ତ୍ରରେ ଭଜୁଥାନ୍ତି

ତିଳେହେଁ ନାମ ନ ଛାଡ଼ନ୍ତି

।।

ଏବେ କହୁଛି ଶୁଣ ବାବୁ

ଷଡ଼ ସମ୍ବାଦ କଥା ସବୁ

।।

ପୂର୍ବେ ଯେ ସେହି ଏକାକ୍ଷର

ଅନନ୍ତ ମୁଖରୁ ବାହାର

।।

ଅନନ୍ତ ବାସୁକୀ କି କହି

ବାସୁକୀ ବ୍ରହ୍ମାଙ୍କୁ ବୁଝାଇ

।।

 

 

 

 

ବ୍ରହ୍ମା କହିଲେ ନାରଦଙ୍କୁ

ନାରଦ କହିଲେ ବ୍ୟାସଙ୍କୁ

।।

ବ୍ୟାସ ତା ଶୁକଙ୍କୁ କହନ୍ତେ

ଶୁକ କହିଲେ ପରୀକ୍ଷିତେ

।।

ପରୀକ୍ଷଠାରୁ ସୁତ ଶୁଣି

ସନକ ଆଗରେ ବଖାଣି

।।

ସନକ ମୈନ୍ତ୍ରେୟଙ୍କୁ ଭାଷି

ମୈନ୍ତ୍ରେୟ ବିଦୁରେ ପ୍ରକାଶି

।।

 

 

 

 

ଷଡ଼ ସମ୍ବାଦ ଅଟେ ସେହି

କହିଲି ସେ ମର୍ମ ବୁଝାଇ

।।

ପୁଣି ଅଚ୍ୟୁତ କର ଯୋଡ଼ି

ପୁଚ୍ଛଇ ପ୍ରଭୁ ପାଦେ ପଡ଼ି

।।

ପୂର୍ବେ ଯେ ଏକାକ୍ଷର ଥିଲେ

କିପରି ମୁଖରୁ କ୍ଷରିଲେ

।।

ପୂର୍ବେ ଯେ କାହାକୁଟି କହି

ଏକାକ୍ଷରଟି କେ ଅଟଇ

।।

 

 

 

 

କିପରି ଅଟନ୍ତି ଅନନ୍ତ

ମୁଖରୁ କ୍ଷରିଲା କେମନ୍ତ

।।

କିଏ ଯେ ବାସୁକୀ ମହାତ୍ମା

କିଏ ଅଟଇ ବେଦବ୍ରହ୍ମା

।।

ନାରଦ ବ୍ୟାସକେ ହୋଇଲେ

ଶୁକମୁନି କେ ବୋଲାଇଲେ

।।

କିଏ ପରୀକ୍ଷ ନୃପମଣି

ସୁତ ଋଷିଟି କେହୁପୁଣି

।।

 

 

 

 

ସନକ କିଏ ବା ହୋଇଲେ

ମଇନ୍ତ୍ର କିଏ ବୋଲାଇଲେ

।।

କିଏ ଯେ ଅଟନ୍ତି ବିଦୁର

ମୋତେ ତା କହ ଗଦାଧର

।।

ଶୁଣି ବୋଲନ୍ତି ନିରାକାର

ଶୁଣ ଅଚ୍ୟୁତ ମର୍ମ ତାର

।।

ପୂର୍ବେ ଯେ ମହା ଶୂନ୍ୟମୟ

ଅନନ୍ତ ଜ୍ୟୋତି ଯେ ଉଦୟ

।।

 

 

 

 

ଏକା ଅକ୍ଷର ଯେ ଓଁ କାର

ଜ୍ୟୋତିରୁ ପ୍ରକାଶ ଚକର

।।

ବାସୁକୀ ପବନ ବୋଲାଇ

ଚକାରୁ ଯେଣୁ ସେ କ୍ଷରଇ

।।

ଓଁକାରୁ ଉଦ୍ଭବ ହୋଇଲେ

ନାମ ବ୍ରହ୍ମ ଯେ ବୋଲାଇଲେ ।।

 

ନାରଦ ଅଟନ୍ତି ନ୍ତ୍ରିଗୁଣ

ଚକାରୁ ହୋଇଲେ ଉତ୍ପନ୍ନ

।।

 

 

 

 

ଚଇତନ୍ୟଟି ବେଦବ୍ୟାସ

ଓଁ କାରୁ ହୋଇଲେ ପ୍ରକାଶ

।।

ସୁଷୁମ୍ନା ଦ୍ୱାର ଶୁକମୁନି

ଚକାରୁ ବାହାର ସେ ପୁଣି

।।

ନାମ ପରୀକ୍ଷ ନରପତି

ଓଁ କାର ଶବଦ ଉତ୍ପତି

।।

ସୁନ୍ତ୍ରଟି ସୁତମୁନି ହେଲେ

ସକଳ ଶକ୍ତି ବୋଲାଇଲେ

।।

 

 

 

 

ବିନ୍ଦୁ ହୋଇଲେ ମଇନ୍ତ୍ରୟେ

ବିଦୁର ଜ୍ଞାନଟି ଉଦୟ

।।

ଶୂନ୍ୟରୁ ବିନ୍ଦୁ ଯେ ଖସଇ

ଷଡ଼ପ୍ରକାରେ ଯେ ଆସଇ

।।

ଷଡ଼ ସମ୍ବାଦ ବୋଲାଇଲା

ମାତାଙ୍କ ରଜରେ ମିଶିଲା

।।

ଭାବରୁ ହୁଅନ୍ତେ ଜନମ

ଏଣୁ ସେ ଭାଗବତ ନାମ

।।

 

 

 

 

ବାରସ୍କନ୍ଧର ଅର୍ଥ ଶୁଣ

କହିବା ତହିଁର ପ୍ରମାଣ

।।

ପ୍ରଥମସ୍କନ୍ଧ ତାଳୁ ହୋଇ

ଦ୍ୱିତୀୟ ଲଲାଟ ଅଟଇ

।।

ତୃତୀୟସ୍କନ୍ଧ ଅଟେ କର୍ଣ୍ଣ

ଚତୁର୍ଥ ଅଟଇ ନୟନ

।।

ପଞ୍ଚମ ନାସିକା ପ୍ରମାଣ

ଷଷ୍ଠସ୍କନ୍ଧ ବଚନ ଜାଣ

।।

 

 

 

 

 

 

 

 

ସପ୍ତମସ୍କନ୍ଧ କଣ୍ଠ ହେଲା

ଅଷ୍ଟମ ହୃଦ ବୋଲାଇଲା

।।

ନବମସ୍କନ୍ଧ ନାଭି ଅଟେ

ଦଶମ ପଞ୍ଚ ପ୍ରାଣ ଘଟେ

।।

ଏକାଦଶ ଇନ୍ଦ୍ରିୟ ଯେହି

ଏକାଦଶସ୍କନ୍ଧେ ବୋଲାଇ

।।

ଦ୍ୱାଦଶେ ବାୟୁସୁନ୍ତ୍ର କଲା

ଦ୍ୱାଦଶସ୍କନ୍ଧ ବୋଲାଇଲା

।।

 

 

 

 

ଶୁଣି ଅଚ୍ୟୁତ ହେଲେ ତୋଷ

ପ୍ରମାଣ କରିଲେ ଅଶେଷ

।।

ବୋଲଇ ଫକୀର ଅଧମ

ଉଦ୍ଧର ଗୁରୁ ଶୂନ୍ୟ ବ୍ରହ୍ମ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଭାଗବତ ଜନ୍ମ ପୁଚ୍ଛିନ୍ନ ପରିଚୟ ବର୍ଣ୍ଣନେ

ନାମ ଚତୁର୍ଦ୍ଦଶ ପଟଳ ।

 

ପଞ୍ଚଦଶ ପଟଳ

ଜୟ ଶୂନ୍ୟ ବ୍ରହ୍ମ ଗୁରୁ ଅଲେଖ ।

ଅଶେଷ ଭୁବନେ ମହିମା ଟେକ ।୧।

ଆପେ ନିରାକାର ଆପେ ସାବାର ।

ଅରୂପରୁ ରୂପ ନାନା ପ୍ରକାର ।୨।

ଏପରି ଅଚ୍ୟୁତ ଗୁରୁଙ୍କୁ କହି।

ପୁଣି ସାଷ୍ଟାଙ୍ଗେ ପ୍ରଣିପାତ ହୋଇ ।୩।

ଉଠ ବିନୟରେ ବୋଲେ ହେ ଦେବ ।

ସପ୍ତାଙ୍ଗ ଯୋଗ ମୋତେ ବୁଝାଇବ ।୪।

ପରମ ଯୋଗ ଯେ କାହାକୁ କହି ।

କରୁଣା କରି କହନ୍ତୁ ଗୋସାଇଁ ।୫।

ସିଦ୍ଧାଙ୍ଗ ଧରି କିପରି ରହନ୍ତି ।

କାଳ କବଳୁ କିପରି ବର୍ତ୍ତନ୍ତି ।୬।

ସେ ଜ୍ଞାନ ମୋତେ କହି ନିରାକାର ।

କିପରି ସାଧି କେ ହେଲେ ଅମର ।୭।

ଅଚ୍ୟୁତ ବଚନେ ବୋଲନ୍ତି ପ୍ରଭୁ ।

ଯାହା ପୁଚ୍ଛା କଲୁ ଶୁଣ କହିବୁ ।୮।

 

ତୋହ ପିଣ୍ଡରୁ ନ ଯିବଟି ପ୍ରାଣ ।

ଶୁଣ କହିବା ତହିଁର ପ୍ରମାଣ ।୯।

ଏ ପିଣ୍ଡେ ଆତ୍ମା ଯେଉଁ ଭାବେ ରହି ।

ଯମ ରାଜା ନ୍ତ୍ରାସ ଲାଗିବ ନାହିଁ ।୧୦।

 

କେଉଁଠାରେ ଥାଇ କାହାକୁ ଧରି ।

କି କାର୍ଯ୍ୟ କଲେ ମୃତ୍ୟୁକୁ ନ ଡ଼ରି ।୧୧।

ଅଚେତନ ପିଣ୍ଡ ହୁଏ ଚେତନ ।

ଚିହ୍ନି ପାରଇ ପ୍ରଭୁ ନିରଞ୍ଜନ ।୧୨।

 

ଘଟ ଯୋଗ ତୋତେ ବୁଝାଇ ଦେବୁ ।

ଏ ଦେହ ଘେନି ଯୁଗେ ଯୁଗେ ଥିବୁ ।୧୩।

ହଂସ ସୁହଂସ ଯେ ପରମହଂସ ।

ନ୍ତ୍ରୟ ତତ୍ତ୍ୱରୂପୀ ଦେହେ ପ୍ରକାଶ ।୧୪।

 

ସ୍ୱୟଂ ନିରଞ୍ଜନ ମୂରତି ସେହି ।

ତୃତୀୟ ଭେଦେ ସର୍ବ ଦେହେ ଥାଇ ।୧୫।

ବୀଜ ପ୍ରକୃତି ଯେ କିଳେକ ଏହି ।

ତିନିହେଁ ନ୍ତ୍ରୟତତ୍ତ୍ୱ ଯେ ବୋଲାଇ ।୧୬।

 

 

ଏ ମର୍ମ ତୋତେ କହିବା ବୁଝାଇ ।

ମନ ପବନକୁ ଥିବୁ ମଜ୍ଜାଇ ।୧୭।

ପରମହଂସ ମହିମା ଶୁଣ ।

ନ୍ତ୍ରୟତତ୍ତ୍ୱ ଭେଦ ଅଟେ ନିର୍ଗୁଣ ।୧୮।

 

ଆଦ୍ୟେ ଶୃନ୍ୟୁ ଜନ୍ମ ପରମହଂସ ।

ତାଙ୍କଠାରୁ ଜନ୍ମ ହଂସ ସୁହଂସ ।୧୯।

ଡାହାଣୁ ଜନ୍ମେ ବୀଜରୂପେ ହଂସ ।

ବାମୁଁ ରଜରୂପେ ହେଲା ସୁହଂସ ।୨୦।

 

ବୀଜ ଶକ୍ତି ଯେ କିଳିକ ବୋଲାଇ ।

ଏତିକି ନାମ ଯେ ପ୍ରକାଶ ହୋଇ ।୨୧।

ସର୍ବ ଯନ୍ତ୍ର ମନ୍ତ୍ରେ ଅଛନ୍ତି ହେଜ ।

ହଂସ ମୂର୍ତ୍ତ ବୀଜ ସୁହଂସ ରଜ ।୨୨।

 

ମଧ୍ୟରେ ପରମହଂସ ମୂରତି ।

କିଳକ ସ୍ୱଭାବେ ବିରାଜୁ ଥାନ୍ତି ।୨୩।

ସୁଷୁପ୍ତି ଜାଗ୍ରତ ନିଦାକୁ ଘେନି ।

ଆବୋରି ରହିଲେ ଅବସ୍ଥା ତିନି ।୨୪।

 

 

ଜାଗ୍ରତେ ଜାଗିଣ ଧରଇ ହଂସ ।

ନିଦ୍ରିତରେ ଧରିଥାଇ ସୁହଂସ ।୨୫।

ପରମହଂସ ଧରେ ସୁଷୁପ୍ତିରେ ।

ବୁଝାଇ କହିଳି ଦେହ ଆତ୍ମାରେ ।୨୬।

 

ସ୍ୱପନେ ଜାଗ୍ରତ ନିଦ୍ରତେ ତିନି ।

ଗତାଗତ ହୋନ୍ତି ପ୍ରକୃତ ଘେନି ।୨୭।

ତିନିହେଁ ପ୍ରଳୟେ ଯହି ବିଶ୍ରାମ ।

କରନ୍ତି ନାମ ନିରଞ୍ଜନ ଧାମ ।୨୮।

 

ଏଥିରେ ଭେଦ ଜାଣନ୍ତି ଶଙ୍କର ।

ସେ ସ୍ଥାନକୁ ଯାଇ ହେଲେ ଅମର ।୨୯।

ସେ ଭୋଳାନାଥ ଅଷ୍ଟାଙ୍ଗ ଧାରଣା ।

ଯୋଗ ସିଦ୍ଧିକଲେ ନ ହୋଇ ବଣା ।୩୦।

 

ମୋହଠାରୁ ସେ ପାଇ ଉପଦେଶ ।

କାଟିଲେ ସେହି କାଳଦଣ୍ଡ ପାଶ ।୩୧।

କାଳକୁ ଜିଣିଲେ ମୃତ୍ୟୁ କଲେ ଲୟ ।

ତେଣୁ ବୋଲାଇଲେ ସେ ମୃତ୍ୟୁଞ୍ଜୟ ।୩୨।

 

 

ରୋମାଞ୍ଚ ନାମେ ଥିଲେ ଏକ ଋଷି ।

ମହାଦେବଙ୍କ ଶିଷ୍ୟ ହେଲେ ଆସି ।୩୩।

ସଦୟେ ତାଙ୍କୁ ରୁଦ୍ରଶିକ୍ଷା ଦେଲେ ।

ସେ ଯୋଗ ଅଭ୍ୟାସି ଅମର ହେଲେ ।୩୪।

 

ଯୋଗମାୟା ଖର୍ପରକୁ ଜିଣିଲେ ।

ପ୍ରଳୟକୁ ସେ ମନେ ନ ଗଣିଲେ ।୩୫।

କୋଟି ବ୍ରହ୍ମାଣ୍ଡ ହୋଇଲେ ପ୍ରଳୟେ ।

ଲୋମ ଗୋଟିଏ ତାହାଙ୍କର ଯାଏ ।୩୬।

 

ତେଣୁ ରୋମାଞ୍ଚ ନାମ ବୋଲାଇଲେ ।

କାଳେ କାଳେ ସ୍ୱଦେହରେ ରହିଲେ ।୩୭।

ଥିଲା ଏକ କାକ ନାମ ପ୍ରଚଣ୍ଡ ।

ତାହାର ପୁନ୍ତ୍ର ଅଟଇ ଭୁଷଣ୍ଡ ।୩୮।

 

ସେ ଯାଇଁ ରୋମାଞ୍ଚ ଶିଷ୍ୟ ହୋଇଲେ ।

ଉପଦେଶ ପାଇ ଅମର ହେଲେ ।୩୯।

କୋଟି ଯୁଗ ଗଳେ ନ ଟଳେ କାୟେ ।

ଯୋଗ ସାଧନେ ନାହିଁ ମୃତ୍ୟୁ ଭୟେ ।୪୦।

 

 

ଆମ୍ଭେ ହୋଇଲୁଁ ରାମ ଅବତାର ।

ସେ ବେଳେ ବଶିଷ୍ଠ ଗୁରୁ ଆମ୍ଭର ।୪୧।

ଭୁଷଣ୍ଡ କାକର ଅଟନ୍ତି ଶିଷ୍ୟ ।

ରାମଙ୍କୁ ଦେଇଥିଲେ ଉପଦେଶ ।୪୨।

 

ରାମ କହିଥିଲେ ହନୁମାନକୁ ।

ବୁଝାଇ ସପ୍ତାଙ୍ଗ ଯୋଗ ଜ୍ଞାନକୁ ।୪୩।

ସେହି ଯୋଗେ ତୋତେ କହୁଛି ମୁହିଁ ।

କରି ପାରିଲେ ଏହି ଦେହେ ଥାଇଁ ।୪୦।

 

ସବୁ ଯୋଗଠାରୁ ଏ ସାରସ୍ୱତ ।

ବାସନା ଥିଲେ ହୁଅଇ ପ୍ରାପତ ।୪୫।

ପୂର୍ବର ବାସନା ଯାହାର ଥାଇ ।

ଯେତେ ଶିକ୍ଷା ଦେଲେ ପାସୋର ଯାଇ ।୪୬।

 

କହେ ଫକୀର ହେ ଶୂନ୍ୟ ବିହାରୀ ।

ତବ ଧ୍ୟାନେ ଚିତ୍ତ ରହୁ ମୋହରି ।୪୭।

କରୁଣାସାଗର କରୁଣା କର ।

ଆଉ କେ ଭରସା ନାହିଁଟି ମୋର ।୪୮।

 

 

ଆପଣଙ୍କ ଦାସ ଦାସକୁ କ୍ଷମ ।

ନୁହଇ ମୁହିଁ ପାଷାଣ୍ଡ ଅଧମ ।୪୯।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ସପ୍ତାଙ୍ଗଯୋଗ ବିବରଣ କଥନେ

ନାମ ପଞ୍ଚଦଶ ପଟଳ ।

 

ଷୋଡ଼ଶ ପଟଳ

ପୁଣି ପ୍ରଭୁଙ୍କ ପାଦେ ପଡ଼ି

ଅଚ୍ୟୁତ କହେ କରଯୋଡ଼ି

।।

ହେ ଦେବ ଦେବତାଙ୍କ ହିତେ

ଶ୍ରୀରାମ ରୂପ ହେଲ ମର୍ତ୍ତ୍ୟେ

।।

ଜାନକୀ ଛଳେ ଦଶମୁଖ

ନାଶି ସୁରଙ୍କୁ ଦେଇ ସୁଖ

।।

ନରାବତାରେ ରାମ ଶ୍ରେଷ୍ଠ

ଗୁରୁ ଯେ ହୋଇଲେ ବଶିଷ୍ଠ

।।

ସେ ପୁଣି ଭୂଷଣ୍ଡହୁଁ ଶିକ୍ଷା

ପାଇଲେ ବ୍ରହ୍ମଜ୍ଞାନ ଦୀକ୍ଷା

।।

ତୁମ୍ଭେ ଅନାଦି ରାମଚନ୍ଦ୍ର

ସେବନ୍ତି ବିଧାତା ଯୋଗେନ୍ଦ୍ର

।।

ଅରୁଣ ବରୁଣ ଭାସ୍କର

ଇନ୍ଦ୍ର ଚନ୍ଦ୍ର ଯେ ନାଶକର

।।

ସମସ୍ତେ ରାମଙ୍କ ସେବକ

ରାମ ତ ଶ୍ରୀଗୁରୁ ଅଲେଖ

।।

ଅରୂପାନନ୍ଦ ରୂପବନ୍ତ

ଭୂଭାର ନାଶିବା ନିମିତ୍ତ

।।

ଯା ନାମ ଶ୍ରବଣ କୀର୍ତ୍ତନେ

ତରନ୍ତି ମୂଢ଼ ପ୍ରାଣୀମାନେ

।।

ସେ ହେଲେ ବଶିଷ୍ଠଙ୍କ ଶିଷ୍ୟ

ଜ୍ଞାନ ପାଇଲେ ଉପଦେଶ

।।

ମୋ ମନେ ହୋଇଲା ସଂଶୟ

ସଂଶୟ ଛେଦ ଦୟାମୟ

।।

ଭକ୍ତ ବଚନ ଶୁଣି ହରି

ବୋଲନ୍ତି ଶୁଣ ଶ୍ରୁତି ଡେରି

।।

ତୁ ଯାହା କହିଲୁ ପ୍ରମାଣ

ଶ୍ରୀରାମ ବ୍ରହ୍ମ ପରାୟଣ

।।

ଅରୂପାନନ୍ଦ ରୂପ ହେଲେ

ସଂସାରେ ନର ନିନ୍ଦା କଲେ

।।

ଭକ୍ତ ଯେ ତାଙ୍କର ବଶିଷ୍ଠ

ତେଣୁ ତାହାଙ୍କୁ କଲେ ଶ୍ରେଷ୍ଠ

।।

 

 

 

 

ନରାବତାରେ ମାନ୍ୟ କଲେ

ତାଙ୍କଠୁ ଉପଦେଶ ନେଲେ

।।

ରାମ କହିଲେ ହନୁମାନେ

ସେକଥା ଶୁଣ ସାବଧାନେ

।।

ବିନାଶ ହୋଇବ ସଂଶୟ

ମୃତ୍ୟୁକୁ ନ ଥିବଟି ଭୟ

।।

ପ୍ରଣବ ଯୋଗେ ଏ ଅଟଇ

ଏ ଚନ୍ଦ୍ର ସୂର୍ଯ୍ୟ ନାଡ଼ୀ କହି

।।

 

 

 

 

ସାତ ବାର ଯେ ଗଣ୍ଠି ହୋଇ

ପଡ଼ିଛି ଦେଖ ବାବୁ ତୁହି

।।

ଇଅଁଳା ପିଅଁଳା ଯେ ପୁଣି

ସୁଷୁମ୍ନା ମିଶିଣ ଯେ ତିନି

।।

ସାତ ବାରକୁ ସଙ୍ଗେ ନେଇ

ଉଦୟ ହୋଇଛନ୍ତି ସେହି

।।

ପିଅଁଳା ଉଦୟେ ଦେଖିବୁ

ରବି ମଣ୍ଡଳେ ଚିହ୍ନ ବାବୁ

।।

 

 

 

 

ହେତୁ ରଖିଲେ ଚାରିବାର

ଭେଟିବୁ ଯାଇ ଦିବାକାର

।।

ଇଅଁଳା ଉଦୟେ ଦେଖିଲେ

ସୋମ ମଣ୍ଡଳ ଧ୍ୟାନ କଲେ

।।

ତିନି ବାରକୁ ମାଗି ତୁହି

ନିଶାକରକୁ ଭେଟ ଯାଇ

।।

ସେ ସ୍ଥାନ ଅଟଇ ନ୍ତ୍ରିକୁଟ

ନ୍ତ୍ରିକୁଟ ଦ୍ୱାର ଯେ ଆକଟ

।।

 

 

 

 

ତିଳଚୋପାର ପ୍ରାୟେ ତହିଁ

କବାଟ ଲାଗିଣ ଅଛଇ

।।

ତାଳୁକା ନାଶିକା ମଧ୍ୟରେ

ପ୍ରାଣ ଯେ ରହିଛି ସେଠାରେ

।।

ବିଷମ ଅର୍ଗଳିକକି ସେହି

କାଳଟି ସେ ବାଟେ ପଶଇ

।।

କାଳକୁ ବଳି କରି ଦିଅ

ସେ ବଜ୍ର କବାଟ ଫିଟାଅ

।।

 

 

 

 

ବ୍ରହ୍ମରେ ଯାର ଥିବ ମନ

ଅଲେଖ ପାଇବ ଦର୍ଶନ

।।

କାଳ ଭୟରୁ ଉବୁରିବୁ

ଅଲେଖ ଚରଣ ସେବିବୁ

।।

କାଳ ଧରିବା ଯୋଗୀ ଜାଗେ

ତା ପିଣ୍ଡ କ୍ଷୟ ନୁହେଁ କେଭେଁ

।।

ବାୟୁ ଶାଙ୍କୋଳି ଦେଲେ ଛନ୍ଦି

କାଳକୁ କରିପାରେ ବନ୍ଦି

।।

 

 

 

 

ମାରୁତି ବ୍ରହ୍ମ ଅଗ୍ନି ଜାଳ

ଡରିଣ ପଳାଇବ କାଳ

।।

ସେ ମହାବ୍ରହ୍ମ ଅଗ୍ନି ତାପେ

କାଳ ଯେ ପଳାଇବ ଆପେ

।।

ଉଜାଣି ଉଠିଲେ ପବନ

ତୋ ଘଟ ସିଦ୍ଧ ହେବ ଜାଣ

।।

ସର୍ବଦା ଏ ପିଣ୍ଡରୁ କାଳ

ଘୋଟିଛି ବ୍ରହ୍ମଅଗ୍ନି କାଳ

।।

 

 

 

 

ରାନ୍ତ୍ର ଦିବସ ମିଶିକରି

ସାତବାର ଯେ ଫେରାଫେରି ।।

 

ପୁଣି ଯେ ଦିବସ ରାନ୍ତ୍ରର

ମିଶାଇ ଅଷ୍ଟମ ପ୍ରହର

।।

ଶନି ଗୁରୁ ରବି ମଙ୍ଗଳ

ଏ ଚାରିବାର ସୂର୍ଯ୍ୟଙ୍କର

।।

ବାରୁଣୀ ଯୋଗ ଏହା ନାମ

ଦକ୍ଷିଣେ ବହଇ ପବନ

।।

 

 

 

 

ଏ ଚାରିବାର ସୂର୍ଯ୍ୟଘରେ

ଜାଗି ରହିବ ନିର୍ଭୟରେ

।।

ଦିବସ ଏହାକୁଟି କହି

ଶୁଣ ଅଚ୍ୟୁତ ମନ ଦେଇ

।।

ସୋମ ଶୁନ୍ତ୍ର ଯେ ବୁଧବାର

ଏ ତିନିବାର ଚନ୍ଦ୍ରଙ୍କର

।।

ବାମାଙ୍ଗେ ପବନ ବହଇ

ସେ ତିନିବାର ରାନ୍ତ୍ର କହି

।।

 

 

 

 

 

 

 

 

ଜାଗ୍ରତେ ଯେବେ ଜାଗି ପାରୁ

ତୋତେ ଯେ ତୁହି ଚିହ୍ନିପାରୁ

।।

ସପ୍ତାଙ୍ଗ ଯୋଗ ଆତ୍ମାଭେଦ

ଜାଗିଲା ଯୋଗୀ ହୁଏ ସିଦ୍ଧ

।।

ଏ ଯୋଗ ଧ୍ୟାୟିଲେର ବାବୁ

ଅକ୍ଷୟ ହୋଇ ରହିଥିବୁ

।।

ଏ ଅଟେ ସିଦ୍ଧ ବ୍ରହ୍ମଜ୍ଞାନ

ସାଧ୍ୟ ଯେ କଲେକ ଈଶାନ

।।

 

 

 

 

ଯୋଗାଙ୍ଗେ କରୁଥିବ ଯୋଗ

ଭୋଗାଙ୍ଗେ କରୁଥିବ ଭୋଗ

।।

ଅଛନ୍ତି ଚଉଷଠୀ ରୋଗେ

ଶରୀରେ ପଶି ନ ପାରିବେ

।।

ରୋଗ ଯେ ନ ପଶିଲେ ଦେହେ

କାଳକୁ କରି ପାରୁ ଜୟେ

।।

କହଇ ଫକୀର ଅଧମ

ଧ୍ୟାଇ ଶ୍ରୀଗୁରୁ ଶୂନ୍ୟବ୍ରହ୍ମ

।।

 

 

 

 

ମୋହର ଶକତି ଯେ ନାହିଁ

ପଣ୍ଡିତ ମଧ୍ୟ ମୁଁ ନୁହଇ

।।

ପୂର୍ବରୁ ମହତଙ୍କ ବାକ୍ୟ

ଦେଖିଣ ଅନୁଭବେ ଳକ୍ଷ

।।

କରିଣ ଲେଖଇ ମୁଁ ଦିନ

ଅଲେଖ ନାମ କରି ଧ୍ୟାନ

।।

ମୋ ଦୋଷ ନ ଧରିବ କେହି

ନିତାନ୍ତ ଅଜ୍ଞାନଟି ମୁହିଁ

।।

 

 

 

 

ସୁଦୟା କଲେ ଦୟାନିଧି

କାମନା ମୋର ହେବ ସିଦ୍ଧି

।।

ଅନ୍ୟ କାମନା ମୋର ନାହିଁ

କାମନା ପ୍ରଭୁ ନାମ ଧ୍ୟାଇ

।।

ଅନ୍ତିମେ ଏ ମୋର ଜୀବନ

ପଦ୍ମ ଚରଣେ ହେବ ଲୀନ

।।

ଏତିକି ଦୀନର ପ୍ରାର୍ଥନା

ଶ୍ରୀଗୁରୁ କରିବେଟି ଘେନା

।।

 

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଚନ୍ଦ୍ର ସୂର୍ଯ୍ୟ ନାଡ଼ୀ ବର୍ଣ୍ଣନେ ନାମ

ଷୋଡ଼ଶ ପଟଳ ।

 

ସପ୍ତଦଶ ପଟଳ

ଅଚ୍ୟୁତ ଶ୍ରୀଗୁରୁ ପାଦେ ପ୍ରଣମି ।

ପୁଚ୍ଛଇ ଆହେ ଗୁରୁଦେବ ସ୍ୱାମୀ ।୧।

କହିଲି ନାନାଦି ବିଷୟ ମୋତେ ।

ଯୋଗାଙ୍ଗ ଭୋଗାଙ୍ଗ ସିଦ୍ଧାନ୍ତ ଯେତେ ।୨।

ପ୍ରକୃତି ପରେ ଯେ ଅଛନ୍ତି ବ୍ରହ୍ମ ।

ତାଙ୍କ ଦର୍ଶନରେ ତୁଟଇ ଭ୍ରମ ।୩।

ପ୍ରକୃତିରେ ଯେହୁ ହୁଅନ୍ତି ବସ ।

ଯାଇ ନ ପାରନ୍ତି ବ୍ରହ୍ମଙ୍କ ପାଶ ।୪।

ପ୍ରକୃତିକୁ ଯେହୁ ପାରନ୍ତି ମାରି ।

ଏ ଭବସାଗରୁ ଯାଆନ୍ତି ତରି ।୫।

କିପରି ପ୍ରକୃତି ମାରିଚି କିଏ ।

ମୋତେ ତା କହିବା ଦେବାଧିରାଏ ।୬।

ଅଚ୍ୟୁତ ବାକ୍ୟ ନିରାକାର ଶୁଣି ।

ବୋଲନ୍ତି ଆହେ ଶୁଣ ଭକ୍ତମଣି ।୬।

ପ୍ରକୃତିକି କେହି ଛାଡ଼ିଣ ନାହିଁ ।

ଉତ୍ପତ୍ତ ସ୍ଥିତି ସଂହାରିଣୀ ସେହି ।୮।

 

ଶୁଣ କହୁଛି ପ୍ରକୃତି ଲକ୍ଷଣ ।

ପ୍ରକୃତ ଆଦି ଅନ୍ତ ନାହିଁ ଜାଣ ।୯।

ପ୍ରକୃତି ଜନନୀ ସ୍ୱରୂପେ ଜନ୍ମ ।

କରି କାୟାରୂପେ ଲଗାଏ ପ୍ରେମ ।୧୦।

 

ପୂଜାପାଏ ଦେବୀ ରୂପରେ ସେହି ।

କାଳି ସ୍ୱରୂପେ ସଂହାର କରଇ ।୧୧।

ଏପରି ପ୍ରକୃତିଙ୍କର ମହିଁମା ।

ଧାତା ବିଷ୍ଣୁ ଶିବ ନ ପାନ୍ତି ସୀମା ।୧୨।

 

ଶକ୍ତି ସ୍ୱରୂପା ଆଦ୍ୟା ସନାତନୀ ।

ନ୍ତ୍ରିଜଗତ ମାତା ଦେବୀ ଈଶାନୀ ।୧୩।

ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଯୋଗେନ୍ଦ୍ର ସ୍ମରେ ।

ଅଧିକାର ନାହିଁ ପ୍ରକୃତିଠାରେ ।୧୦।

 

ପ୍ରକୃତି ପାଶେ ଯେ କରନ୍ତି ଗର୍ବ ।

ତା ଗର୍ବ ଭାଙ୍ଗି ସେ କରନ୍ତି ଖର୍ବ ।୧୫।

ଅଚ୍ୟୁତ ପ୍ରକୃତି ଚରିତ ଶୁଣ ।

ଦିନେ କୈଳାସେ ଦେବ ନ୍ତ୍ରିଲୋଚନ ।୧୬।

 

 

କଥା ପ୍ରସଙ୍ଗେ ପାର୍ବତୀଙ୍କି କହି ।

ମୋଠାରୁ ବଡ଼ ନ୍ତ୍ରିପୁରେ କେ ନାହିଁ ।୧୭।

ମୁଁ ଜଗତକର୍ତ୍ତା ପାଳେ ସଂସାର ।

ମୁହୂର୍ତ୍ତକେ କରି ପାରେ ସଂହାର ।୧୮।

 

ଯକ୍ଷ ରକ୍ଷାଦି ଗନ୍ଧର୍ବ କିନ୍ନର ।

ସୁର ନର ଭୂତ ପ୍ରେତ ଅମର ।୧୯।

ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଚନ୍ଦ୍ର ଭାସ୍କର ।

ବନ୍ଦୁଛନ୍ତି ସର୍ବେ ମୋର ପୟର ।୨୦।

 

ଭକ୍ତିରେ ମୋତେ ଯେ କରେ ପୂଜନ ।

ତାର ମନ ବାଞ୍ଛା କରଇ ପୂର୍ଣ୍ଣ ।୨୧।

ଦୈତ୍ୟମାନେ ଯେ ତପସ୍ୟା କରିଣ ।

ବାଞ୍ଛିତ ବର କରନ୍ତି ଗ୍ରହଣ ।୨୨।

 

ଇନ୍ଦ୍ରାଦି ଦେବଙ୍କୁ ଜିଣନ୍ତି ଯୁଦ୍ଧେ ।

ଏପର ମହିମା ମୋର ପ୍ରସାଦେ ।୨୩।

ମୋହରି ରୂପ ଏପରି ସୁନ୍ଦର ।

ସମ ନୋହିବେ ସୋମ ପୁରନ୍ଦର ।୨୪।

 

 

ଇଚ୍ଛାରେ ହୁଅଇ ଭୀଷଣ ରୂପ ।

ଇଚ୍ଛା କଲେ ହୁଏ ଦିବ୍ୟ ସ୍ୱରୂପ ।୨୫।

ଏକ ମୁଖ କେତେବେଳେ ଦିଶଇ ।

ପଞ୍ଚବଦନ କେବେ ପ୍ରକାଶଇ ।୨୬।

 

କୁବେର ଭଣ୍ଡାରେ ଯେତେକ ଧନ ।

ତହିଁରେ ମୋର ଅଧିକାର ପୂର୍ଣ୍ଣ ।୨୭।

ଇଚ୍ଛା ସୁଖେ ଯୋଗୀ ରୂପେ ଭ୍ରମଇ ।

ଶାର୍ଦ୍ଦୁଳ ଚର୍ମର ଛାଲ ପିନ୍ଧଇ ।୨୮।

 

ଅଙ୍ଗେ ଭସ୍ମ ମାଝି କର୍ଣ୍ଣେ କୁଣ୍ଡଳ ।

ଗଳାରେ ଲମ୍ବିଥାଇ ହାଡ଼ମାଳ ।୨୯।

ନାଗଙ୍କ ମାଳ ତା ତଳେ ସୁନ୍ଦର ।

ବିଷପାନେ କିଛି ନୋହିଲା ମୋର ।୩୦।

 

କନ୍ଦର୍ପ ବାଣେ ନ୍ତ୍ରିପୁର ମୋହିତ ।

ସେ କନ୍ଦର୍ପେ କଲି ମୁଁ ଭସ୍ମସାତ ।୩୧।

ନ୍ତ୍ରିଜଗତ ରକ୍ଷା କରଇ ମୁହିଁ ।

ପୁଣି ଦିଗମ୍ବର ବେଶ ଧରଇ ।୩୨।

 

 

ଯାହା ବାଞ୍ଛିବି ତା ହୁଏ ପ୍ରାପତ ।

ମୋର ମହିମା ବ୍ରହ୍ମାଣ୍ଡେ ବିଖ୍ୟାତ ।୩୩।

ଏମନ୍ତ ଗର୍ବ କରନ୍ତେ ମହେଶ ।

ଦୁର୍ଗତିନାଶିନୀ ଜାଣି ମାନସ ।୩୪।

 

ଭାବନ୍ତି ଗର୍ବ କଲେ ନ୍ତ୍ରିଲୋଚନ ।

ନିଶ୍ଚେଁ ତାଙ୍କ ଗର୍ବ କରିବି ଚୂର୍ଣ୍ଣ ।୩୫।

ଯୁଗେ ଯୁଗେ ମୁଁ କୀରତି ସ୍ଥାପିବି ।

ଏହା ବିଚାରି ମାୟା କଲେ ଦେବୀ ।୩୬।

 

କର ମାରି ମାଟିଗୁଡ଼ାଏ ଆଣି ।

ଦଳି ଦଳି ଗୁଳା ସଜାଡ଼ ପୁଣି ।୩୭

ଦିଶିଲା ସେହି ଅତି ମନୋହର ।

ହୀରା ନୀଳାହୁଁ ଅତ୍ୟନ୍ତ ସୁନ୍ଦର ।୩୮।

 

ମହେଶଙ୍କ କରେ ଦେଲେ ସତ୍ୱର ।

ଦେଖି ହରଷ ହେଲେ ଶୂଳଧର ।୩୯।

ଅପୂର୍ବ ଦ୍ରବ୍ୟ ପରାୟେ ମଣିଲେ ।

ସ୍ନେହେ ନିରାକାର କରିଣ ଥିଲେ ।୪୦।

 

 

ଦେଖିଲେ ସେ ଗୁଳା ଏକ ପାରୁଶେ ।

ଏକଇ ଦୁଆର ସୁନ୍ଦର ଦିଶେ ।୪୧।

ସେ ଦ୍ୱାର କାଞ୍ଚନେ ହୋଇ ନିର୍ମାଣ ।

ରତ୍ନ କବାଟ ଦିଶଇ ଘଟଣ ।୪୨।

 

କାହିଁ ଲମ୍ବିଛି ମୁକ୍ତା ଝରାମାନ ।

କାହିଁ ଖଞ୍ଜାହୁଏ ଅମୁଲ୍ୟରତ୍ନ ।୪୩।

ହୀରା ନୀଳା ବଇଡ଼ୁର୍ଯ୍ୟ ମାଣିକ୍ୟ ।

ଶୋଭା ଦିଶୁଅଛି ଏକକୁ ଏକ ।୪୪।

 

ପୁଣି ସୁନା ରୂପା ପୋହଳା ମଣି ।

ଦେଖି ଆଶ୍ଚର୍ଯ୍ୟ ହେଲେ ଶୂଳପାଣି ।୪୫।

ମନେ ଭାବନ୍ତି ଏ ପଦାର୍ଥ କାହିଁ ।

ନେନ୍ତ୍ରରେ ମୁହିଁ କେଭେ ଦେଖି ନାହିଁ ।୪୬।

 

ସେ ରତ୍ନମାନ ଦେଖି ଆନନ୍ଦରେ ।

କବାଟେ କର ମାରିଲେ ଶ୍ରଦ୍ଧାରେ ।୪୭।

ତତ୍‌କାଳେ କବାଟ ଫିଟିଣ ଗଲା ।

ଚାହୁଁ ଚାହୁଁ ସେହୁ ଦ୍ୱାର ଖୋଲିଲା ।୪୮।

 

 

ଏକ ପଡ଼ିଆ ଦେଖି ସେ ଶଙ୍କର ।

ଭାବନ୍ତି ଏତ ଲାଗେ ଚମତ୍କାର ।୪୯।

ଦୁବ ଘାସ ମାନ କଅଁଳି ଅଛି ।

ସେ ଯୋଗୁ ଶ୍ୟାମଳ ବର୍ଣ୍ଣ ଦିଶୁଛି ।୫୦।

 

ଦେଖି ବିଚିନ୍ତ୍ର ମଣିଲେ ମହେଶ ।

ମନ ନୟନକୁ କରଇ ତୋଷ ।୫୧।

ବୋଲେ ଫକୀର ଧ୍ୟାଇଣ ଅଲେଖ ।

ଚାରିଯୁଗେ ତାଙ୍କ ମହିମା ଟେକ ।୫୨।

 

ସତ୍ୟ ପ୍ରଭୁ ଗୁରୁ ଶୂନ୍ୟ ବିହାରୀ ।

ଏ ଭବସାଗରୁ କରିବେ ପାରି ।୫୩।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ପ୍ରକୃତି ମହିମା ବର୍ଣ୍ଣନେ ଶରୀରଭେଦ ନିରୂପଣ

କଥନେ ନାମ ସପ୍ତଦଶ ପଟଳ ।

 

ଅଷ୍ଟାଦଶ ପଟଳ

ପୁଣି ଅଚ୍ୟୁତ ଯୋଡ଼ି କର

ବୋଲନ୍ତି ଗୁରୁ କୃପାକର

।।

ତହୁଁ କି କରିଲେ ଶଙ୍କର

ପ୍ରକୃତି କି କଲେ ତାଙ୍କର

।।

ସେ କଥା କହ ମହାବାହୁ

ଶୁଣି ସନ୍ତୋଷ ମନ ହେଉ

।।

ଭକ୍ତ ବଚନେ ଆଦିନାଥ

ବୋଲନ୍ତି ଶୁଣ ଦେଇ ଚିତ୍ତ

।।

ପ୍ରଥମ ଦ୍ୱାର ଟପି ହର

ବିଲୋକି ବନ ମନୋହର

।।

ନାନାଦି ତରୁ ଅଛି ତହିଁ

ଲତାରେ ବେଷ୍ଟିତ ଯେ ହୋଇ ।।

 

ମୟୂର ମୟୂରୀ ଯେ ପୁଣି

ନୃତ୍ୟ କରନ୍ତି ଶ୍ରେଣୀ ଶ୍ରେଣୀ

।।

ପକ୍ଷୀଏ କରୁଛନ୍ତି ସ୍ୱନ

ଫଳେ ଶୋଭନ ତରୁଗଣ

।।

ପୁଷ୍କରିଣୀ ଯେ ଅଛି ତହିଁ

ଫୁଟିଛି ଧଳା ନାଲି କଇଁ

।।

କେଉଁଠି ଫୁଟିଛି କମଳ

ଶ୍ୱେତ ନାଲି ଯେ ବର୍ଣ୍ଣନୀଳ

।।

ଭ୍ରମରେ ମେଳା ମେଳା ହୋଇ

ଉଡ଼ିଣ ବସୁଛନ୍ତି ତହିଁ

।।

ଏପରି ଦେଖିଣ ଶୋଭନ

ମନରେ ଭାବନ୍ତି ଈଶାନ

।।

ଦେଖିଛି ଚଉଦ ଭୁବନ

ଏମନ୍ତ ନୁହଇ ଶୋଭନ

।।

ଏପରି ବିଚାରନ୍ତେ ହର

ପୁଣି ଦେଖିଳେ ଏକଦ୍ୱାର

।।

ଅନ୍ୟ ଯେ ଏକ ଶୂଳଧାରୀ

ସେ ଦ୍ୱାର ଅଛନ୍ତି ଆବୋରି

।।

ଦଶବଦନ ତାହାଙ୍କର

ଅପୂର୍ବ ଶୋଭା ସେ ଶଙ୍କର

।।

 

 

 

 

ମସ୍ତକେ ଜଟା ସୁଶୋଭିତ

ମଧ୍ୟେ ଅଛନ୍ତି ଗଙ୍ଗାମାତ

।।

ଭାଲେ ଚନ୍ଦ୍ର ଯେ ଶୋଭାବନ

ଉପମା ନାହିଁ ନ୍ତ୍ରିଭୁବନ

।।

ପିନାକ ଧନୁ ଶୋଭେ କର

ନ୍ତ୍ରିଶୂଳ ପାଶୁପତ ଶର

।।

ଡମ୍ବରୁ ବଜାନ୍ତି ସଧୀରେ

ବଦନେ କହି ରାମ ହରେ

।।

 

 

 

 

ପ୍ରକୃତିଙ୍କର ଜୟ ଜୟ

କହନ୍ତି ସେହି ମୃତ୍ୟୁଞ୍ଜୟ

।।

ତହୁଁ ଶଙ୍କର ବିସ୍ମୟରେ

ମିଳିଲେ ସେ ହରି ପାଶରେ

।।

ଦେଖି ସେ ଛାଡ଼ିଦେଲେ ଦ୍ୱାର

ମହେଶ ପଶିଲେ ଭିତର

।।

ବିଲୋକି ଅପୂର୍ବ ନଗର

ବିସ୍ମୟ ହେଲେ ଶୂଳଧର

।।

 

 

 

 

ପ୍ରଶଂସା କଲେ ମନେ ମନେ

ସୁରେତଛନ୍ତି ଏ ଭୁବନେ

।।

ଅସଂଖ୍ୟ ଦେବତା ଅଛନ୍ତି

ଅସଂଖ୍ୟ ଇନ୍ଦ୍ର ବୃହସ୍ପତି

।।

ଅସଂଖ୍ୟ କୁବେର ବରୁଣ

ଅସଂଖ୍ୟ ଚନ୍ଦ୍ରମା ଅରୁଣ

।।

ଅସଂଖ୍ୟ ଅଶ୍ୱିନୀ କୁମାର

ଅସଂଖ୍ୟ ପକ୍ଷ ବିଦ୍ୟାଧର

।।

 

 

 

 

ବ୍ରହ୍ମା ବିଷ୍ଣୁ ଯେ ପଶୁପତି

ସେଠାରେ ବହୁତ ଅଛନ୍ତି

।।

ଅନେକ ଗନ୍ଧର୍ବ କିନ୍ନର

ଅନେକ ଯମ ବୈଶ୍ୱାନର

।।

ପଞ୍ଚବଦନ କେଉଁ ହର

ଦ୍ୱାଦଶ ବଦନ କାହାର

।।

କାହାର ଅଟେ ସପ୍ତମୁଖ

କେଉଁ ଶଙ୍କର ବିଂଶ ମୁଖ

।।

 

 

 

 

କେ ଶିବ ତିରିଶ ବଦନ

କେହୁ ଅଟଇ ଶତାନନ

।।

ଗନ୍ଧର୍ବ କିନ୍ନର ଯେ ତହିଁ

ଗାୟନ କରୁଛନ୍ତି ରହି

।।

କାହିଁ ସେ ଅପସରୀମାନେ

ନୃତ୍ୟକରନ୍ତି ତୋଷମନେ

।।

ପୁଣି ଯେ ଏକଇ ସୁଢ଼ଳ

ନୃତ୍ୟ କରନ୍ତି ହୋଇ ଭୋଳ

।।

 

 

 

 

କେଉଁଠି ଚତୁର ବଦନ

ବେଦକୁ କରନ୍ତି ପଠନ

।।

ତହିଁ ଯେ ଦିଗପାଳଗଣ

ବୁଲୁ ଅଛନ୍ତି ପଣ ପଣ

।।

ସେଠା ତଣ୍ଡବ ନୃତ୍ୟ ଦେଖି

ଆନନ୍ଦେ ପଞ୍ଚଦଶ ଆଖି

।।

ଚଳିଲେ ତହୁଁ ଖଣ୍ଡେ ଦୂର

ଦେଖିଲେ ରତ୍ନମୟପୁର

।।

 

 

 

 

ବିଚିନ୍ତ୍ର ପଲଙ୍କ ତହିଁରେ

ପଡ଼ିଛି ଦେଖି ନୟନରେ

।।

ପଲଙ୍କ ପରେ ସିଂହାସନ

ଶୁଦ୍ଧ ସୁବର୍ଣ୍ଣରେ ଗଠନ

।।

ବିଚିନ୍ତ୍ର ମଣ୍ଡପ ଯେ ତହିଁ

ଅଷ୍ଟ ରତ୍ନରେ ବିରାଜଇ

।।

ମାଣିକ୍ୟ ଝରା ତଥି ପାଶେ

ବଇଡ଼ୁର୍ଯ୍ୟରେ ଶୋଭା ଦିଶେ

।।

 

 

 

 

ରତ୍ନ ଚାନ୍ଦୁଆ ତଥି ପରେ

ରବି ଛବିକି ନିନ୍ଦା କରେ

।।

ପ୍ରକୃତି ଦେବୀ ଆଦ୍ୟା ଶକ୍ତି

ତା ପରେ ବିଜେ କରିଛନ୍ତି

।।

ବ୍ରହ୍ମା ବିଷ୍ଣୁ ଯେ ଶୂଳଧର

ଛାମୁରେ ଯୋଡ଼ିଛନ୍ତି କର

।।

ଦଶ ବଦନ ଶୂଳପତି

ତାଣ୍ଡବ ନୃତ୍ୟ କରୁଛନ୍ତି

।।

 

 

 

 

 

 

 

 

ଭୃତ୍ୟ ପରାୟେ ସୁରଗଣେ

ସେବନ୍ତି ପ୍ରକୃତି ଚରଣେ

।।

ମହେଶ ଏହା ବିଲୋକିଲେ

ଲଜ୍ଜା ହେଲା ବୋଲି ଭାବିଲେ ।।

 

ମନେ ବିଚାରି ଉମାସାଇଁ

ବଡ଼ ବଡ଼ିମା କଲି ମୁହିଁ

।।

ଧିକ ମୋହର ବୁଦ୍ଧି ବଳ

ଧିକ ମୋ ଜୀବନ ବିଫଳ

।।

 

 

 

 

ଆପଣା ମନେ ମନେ ରୁଦ୍ର

ନିଜକୁ ମଣିଲେ ଯେ କ୍ଷୁଦ୍ର

।।

ପ୍ରକୃତି ନିକଟେ ମିଳିଲେ

ସାଷ୍ଟାଙ୍ଗେ ପ୍ରଣିପାତ କଲେ

।।

ଉଭା ହୋଇଲେ ଯୋଡ଼ି କର

ନାନାଦି ସ୍ତବ କଲେ ହର

।।

ଅହଂକାରକୁ ଦେହୁଁ ତେଜି

ପ୍ରକୃତିଙ୍କି ସେ ହୃଦେ ଭଜି

।।

ନୟନ ଫେଡ଼ି ଦେଲେ ଚାହିଁ

ଦେଖିଲେ ଆଉ କିଛି ନାହିଁ

।।

 

 

 

 

ପର୍ବତେ ପାର୍ବତୀ ଅଛନ୍ତି

ମହୀକି ନଖେ ଚିରୁଛନ୍ତି

।।

ତାହା ଦେଖିଣ ନ୍ତ୍ରିଲୋଚନ

ରହିଲେ ହୋଇଣ ମଉନ

।।

କିଛି ନ କହି ପାର୍ବତୀଙ୍କି

ଗଲେ ଯେ ତାହାଙ୍କ କତିକି

।।

ଦେଖିଣ ଉମା ପ୍ରେମ ହେଲେ

ପ୍ରେମେ ଶିବଙ୍କୁ କୋଳ କଲେ ।।

 

 

 

 

 

ଏମନ୍ତ ପ୍ରକୃତି ମହିମା

ଭାଙ୍ଗିଲେ ଶିବଙ୍କ ଗାରିମା

।।

ଗର୍ବ କଲାରୁ ନ୍ତ୍ରିଲୋଚନ

ତାହାଙ୍କ ଗର୍ବ କରି ଚୂର୍ଣ୍ଣ

।।

ନିଜ ମାହାତ୍ମ୍ୟ ଦେଖାଇଲେ

ପୁଣି ପତିଙ୍କି ସେବା କଲେ

।।

ତେଣୁ ପ୍ରକୃତିଦେବୀ ପାଦେ

ଶରଣ ପଶ ଅପ୍ରମାଦେ

।।

 

 

 

 

ମନରେ ତାଙ୍କୁ ଭକ୍ତିକରି

ଭବସାଗରୁ ହେବ ପାର

।।

ପ୍ରକୃତି ସର୍ବ ଧର୍ମ ମୂଳ

ସେବ ତାହାଙ୍କ ପଦତଳ

।।

ମାତାଙ୍କୁ ସେବିଣ ତା ପାଅ

ଚେତାରେ ବଇକୁଣ୍ଠ ଯାଅ

।।

ଅନାଦି ଅଲେଖ ଯେ ପିତା

ମହିମା ପ୍ରକୃତ ଯେ ମାତା

।।

 

 

 

 

ଅଲେଖ ମହିମାକୁ ଭଜ

ପାପ ଯେ ହୋଇବ ଦହିଯ୍ୟ

।।

ବୋଲଇ ଫକୀର ଅଧମ

ଧ୍ୟାଇ ଶ୍ରୀରାମ ଗୁରୁ ବ୍ରହ୍ମ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ପ୍ରକୃତ ମହିଁମା ବର୍ଣ୍ଣନେ ଶିବ ଗର୍ବଭଞ୍ଜନେ

ନାମ ଅଷ୍ଟାଦଶ ପଟଳ

 

Unknown

ଊନବିଂଶ ପଟଳ

ଅଚ୍ୟୁତ ଉବାଚ ।

 

ଶ୍ରୀ ନିରାକାର ପଦାଗ୍ରତ

ପ୍ରଣମି ପୁଚ୍ଛଇ ଅଚ୍ୟୁତ

।।

ହେ ଅବିନାଶୀ ଦୟାମୟ

ଯନ୍ତ୍ରଙ୍କ ସାର କିଏ କହ

।।

ବିରାଟ ଯନ୍ତ୍ରଠାରୁ ଆଉ

ବଡ଼ ଅଛି କି ମହାବାହୁ

।।

ବୁଝାଇ ଦିଅ ତାହା ମୋତେ

ଆପଣ ସଦ୍‌ଗୁରୁ ସାକ୍ଷାତେ

।।

 

 

 

 

ଭକ୍ତ ବଚନେ ଆଦିନାଥ

ବୋଲନ୍ତି ଶୁଣ ହେ ଅଚ୍ୟୁତ

।।

ନ୍ତ୍ରୟ ଭୁବନେ ନ୍ତ୍ରୟଦେବ

ଅଟନ୍ତି ବ୍ରହ୍ମା ବିଷ୍ଣୁ ଶିବ

।।

ନ୍ତ୍ରିବୀଜ ସେହି ତିନି ମୂର୍ତ୍ତି

ନ୍ତ୍ରୟ ଭୁବନେ ବିହରନ୍ତି

।।

ବିଧାତା କରନ୍ତି ସର୍ଜ୍ଜନ

ଶ୍ରୀବିଷ୍ଣୁ କରନ୍ତି ପାଳନ

।।

 

 

 

 

ଶିବ କରନ୍ତି ସଂହାରଣ

ସେ ତିନି ମୂର୍ତ୍ତି ଯେ ନ୍ତ୍ରିଗୁଣ

।।

ଓଁ କାର ସ୍ୱରୂପୀ ନ୍ତ୍ରି ବୀଜ

ବିରାଟ ରୂପୀ ବ୍ରହ୍ମ ତେଜ

।।

ଉପରେ ଅର୍ଦ୍ଧ ମାନ୍ତ୍ରା ଆଦି

ଓଁ କାର ଅଟେ ତାର ଗାଦି

।।

ମାନ୍ତ୍ରା ଉପରେ ଶୂନ୍ୟବ୍ରହ୍ମ

ମହା ଶୂନ୍ୟରେ ଯା ବିଶ୍ରାମ

।।

 

 

 

 

 

 

 

 

 

 

 

 

ମହା ବିରାଟ ରୂପ ସେହି

ତାଙ୍କର ଆଦିଅନ୍ତ ନାହିଁ

।।

ସେ ମହାବିରାଟ ମହିମା

ଦେବ ଯେ ପାଇନାହିଁ ସୀମା

।।

ମହା ବିରାଟ ମହାତେଜ

ସମ ନୁହନ୍ତି କୋଟି ସୂର୍ଯ୍ୟ

।।

ସମସ୍ତଙ୍କର ସେହୁ ପିତା

ଅଶେଷ ଭୁବନ କରତା

।।

ସେ ଅବିନାଶି ଅପ୍ରାପତ

ଅନାମ ଅନାଦି ଅନନ୍ତ

।।

ସେଠାରେ ଯନ୍ତ୍ର ମନ୍ତ୍ର ନାସ୍ତି

ଅରୂପାନନ୍ଦ ସେ ଅମୂର୍ତ୍ତି

।।

ସେ ମହାବାହୁ ମହାବ୍ରହ୍ମ

ସମସ୍ତ କରିଛନ୍ତି ଜନ୍ମ

।।

କରି କରାଉଛନ୍ତି ସବୁ

ସମସ୍ତଙ୍କର ସେହି ପ୍ରଭୁ

।।

ସେ ବ୍ରହ୍ମ ମୋ ପିତା ଅଟନ୍ତି

ପ୍ରସନ୍ନ ହୋଇ ମୋହପ୍ରତି

।।

ମହା ବିରାଟ ମନ୍ତ୍ର ସବୁ

ବୁଝାଇ ଦେଲେ ଶୂନ୍ୟପ୍ରଭୁ

।।

ତୋତେ ତା କହୁଅଛି ଶୁଣ

ମହାବିରାଟ ଯେ ନିର୍ଗୁଣ

।।

ଶୂନ୍ୟ ଶୂନ୍ୟ ଯେ ମହାଶୂନ୍ୟ

ସେ ତିନିଶୂନ୍ୟ ଅର୍ଥ ଶୁଣ

।।

ପ୍ରଥମେ ଅଟେ ଠୁଳ ଶୂନ୍ୟ

ସେ ନିରାକାରଙ୍କ ଭୁବନ

।।

ଆରେକ ଶୂନ୍ୟ ଯାହା କହି

ଭୁବନ ମହାନିତ୍ୟ ସେହି

।।

ମହିମା ଗୋସାଇଁ ଯେ ତହିଁ

ସେହି ଶୂନ୍ୟରେ ଛନ୍ତି ରହି

।।

ଯେଉଁ ଅଟଇ ମହାଶୂନ୍ୟ

ସେ ଅଟେ ଅଲେଖ ଭୁବନ

।।

ମହାବିରାଟ ଯେ ଅଲେଖ

ତାଙ୍କର ନାହିଁ ରୂପ ରେଖ

।।

ଭାବିଲେ ଅଶେଷ ରୂପେରେ

ପୂରି ଅଛନ୍ତି ଚରାଚରେ

।।

ଅଶେଷ ରୂପ ଜାତି କରି

ପୂରି ଅଲଗେ ଛନ୍ତି ହରି

।।

ଯେ ଶୂନ୍ୟବ୍ରହ୍ମ ଅଣାକ୍ଷର

ତହିଁ ରୁ ସର୍ବ କ୍ଷରାକ୍ଷର

।।

ଶୁଣ ତୁ ତହିଁ ର ପ୍ରମାଣ

ମହା ମହିମା ମହାଶୂନ୍ୟ

।।

ଶ୍ଳୋକ

ମହାଶୂନ୍ୟାନ୍ଧ କାରୁଂଚ ଜ୍ୟୋତି ତସ୍ମୈ ପ୍ରକାଶିତ ।

ଆଦ୍ୟ ଶକ୍ତ୍ୟାର୍ଦ୍ଧ ମାନ୍ତ୍ରାଂଚ ଓଁ କାର ରୂପେ ପୁରିତଂ ।।

ଗୀତ ।

ଅନ୍ଧକାର ଯେ ମହାଶୂନ୍ୟ

ଦିଶଇ ଯେହ୍ନେ ଧୂମ୍ର ବର୍ଣ୍ଣ

।।

ତହିଁରୁ ଜାତ ପ୍ରକାଶଇ

ଠୁଳ ରୂପଟି ଅଟେ ସେହି

।।

ତହିଁରୁ ଅର୍ଦ୍ଧମାନ୍ତ୍ରା ହେଲା

ମାନ୍ତ୍ରାରୁ ଓଁ କାର ଜନ୍ମିଲା

।।

ଓଁ କାର ରୁପୀ ନ୍ତ୍ରୟଦେବ

ବ୍ରହ୍ମା ଶଙ୍କର ବାସୁଦେବ

।।

 

 

 

 

ନ୍ତ୍ରିଗୁଣ ପୁରୁଷ ବୋଲନ୍ତି

ଏକ୍ୱୈଶ ପୁରେ ବିହରନ୍ତି

।।

ନ୍ତ୍ରିଗୁଣ ଶକ୍ତି ଆଦିମୂଳ

ସକଳଠାରେ ତାଙ୍କ ଖେଳ

।।

ଅଣ ଅକ୍ଷରୁ ସେ ଜନମ

ସେ ଏକାକ୍ଷର ପୂର୍ଣ୍ଣବ୍ରହ୍ମା

।।

ଭେଦା ଭେଦ ଯେ ତହିଁ ନାସ୍ତି

ଅରୂପ ସ୍ୱରୂପ ବୋଲାନ୍ତି

।।

 

 

ଶ୍ଲୋକ

ପ୍ରଣମାମି ଗୁରୋଃ ପାଦଂ ଭକ୍ତିଦା ମୁକ୍ତିଦାଃ ଗୁରୋଃ ।

ଯନ୍ନାମ ମୋକ୍ଷଦାତା ଚ ତସ୍ମୈ ଶ୍ରୀ ଗୁରୁବେ ନମଃ।।

ଓଁ କାର ରୂପୀ ଭଗବାନ ଧେୟଂ ନିଶ୍ଚଳ ମାନସେ।।

ଓଁ କାରଂ ପରମବ୍ରହ୍ମଂ ଓଁ କାରାତ୍‌ ସମ୍ଭବଂ ଜଗତ୍‌।।

 

ଓଁ କାର ସର୍ବଭୁତେଷୁ ଓଁ କାର ସର୍ବ ନାମକଂ।।

ଓଁ କାରଂ ଏକାକ୍ଷର ଞ୍ଚ ଅଣାକ୍ଷରଂ ଆବିର୍ଭୂତଚଂ।।

ଗୀତ

ଓଁ କାର ଅଟେ ଏକାକ୍ଷର

ଯୁଗର ମୂର୍ତ୍ତ ସର୍ବସାର

।।

ଷଡ଼ଚାଳିଶ ପଟଳରେ

ଭେଦ ରହିଛି ବିଶେଷରେ

।।

ଦ୍ୱିତୀୟ ଖଣ୍ଡରେ ପ୍ରକାଶ

ପଠନେ ବୁଝିବ ଅବଶ୍ୟ

।।

ପଞ୍ଚାତ୍ମାକର ଭେଦାଭେଦ

ଯାହା କି ପୂର୍ବେକଳେ ସିଦ୍ଧ

।।

 

 

 

 

ସେହି ବିଷୟମାନ ତହିଁ

ପୂର୍ଣ୍ଣ ରୂପରେ ଅଛି ରହି

।।

ସନ୍ଥ ମହତଙ୍କର ବାକ୍ୟ

ଆବର ସପ୍ରପଞ୍ଚାତ୍ମିକ

।।

ଯୋଗମାୟା ବସାଣ ଭେଦ

ସେ ସ୍ଥାନେ ହୋଇଛନ୍ତି ବିଷାଦ

।।

ସାବିନ୍ତ୍ରୀ ଗାୟନ୍ତ୍ରୀର ଛନ୍ଦ

ଶ୍ରବଣେ ହୋଇବ ଆନନ୍ଦ

।।

 

 

 

 

ଛାୟା ଜ୍ୟୋତି ଅବାଡ଼ ଘେନି

ପ୍ରଚ୍ଛନ୍ନ ଭାବେ ଅଛ ପୁଣି

।।

ଷଡ଼ଚନ୍ତ୍ର ବସାଣ ଜାଣ

ତହିଁରେ ହୋଇଛି ବ୍ୟାଖ୍ୟାନ

।।

ଶୁଭାଶୁଭ ଚନ୍ଦ୍ର ସୂର୍ଯ୍ୟାଦି

ଦ୍ୱିତୀୟ ଖଣ୍ଡରେ ପ୍ରସିଦ୍ଧି

।।

ଆବର ଭକତଙ୍କ ସ୍ଥାନ

ତହିଁରେ ହୋଇଛି ବର୍ଣ୍ଣନ

।।

 

 

 

 

 

 

 

 

 

 

 

 

ଯେବେ ପାଠ କରିବୁ ବାବୁ

ସକଳ ସଂଶୟ ନାଶିବୁ

।।

ପ୍ରଥମ ଖଣ୍ଡ ଅଟେ ଏହି

ଏଥିରେ ସେ ବିଷୟ ନାହିଁ

।।

ଏମନ୍ତେ ପ୍ରଭୁ ବାକ୍ୟ ଶୁଣି

ଅଚ୍ୟୁତ ଯୋଡ଼ି ବେନିପାଣି

।।

ଭୋ ଗୁରୁ ବୁଝିଲି ସମସ୍ତ

ଓଁ କାର ରୂପୀ ବ୍ରହ୍ମତତ୍ତ୍ୱ

।।

ମହାବିରାଟ ଯନ୍ତ୍ର ଭେଦ

ପ୍ରକାଶ କର ଆଦିକନ୍ଦ

।।

ଶ୍ରୀ ନିରାକାର ଉବାଚ ।

ପୁଣି ବୋଲନ୍ତି ନିରାକାର

ବୁଝ ଅଚ୍ୟୁତ ଯନ୍ତ୍ର ସାର

।।

ଆଦ୍ୟରେ ଲେଖ ମହାବିନ୍ଦୁ

ତାପରେ ବେଢ଼ାଅ ପୁର୍ଣ୍ଣେନ୍ଦୁ

।।

ତାପରେ ମଣ୍ଡଳ ଆକାର

ଯାହା ଉପରେ ଏକାଗାର

।।

ସେ ମହାବିନ୍ଦୁ ଯେ ଅଲେଖ

ପୂର୍ଣ୍ଣେନ୍ଦୁ ମହିମାକୁ ଦେଖ

।।

ମଣ୍ଡଳାକାର ଯେ ଅଟଇ

ଠୁଳ ବ୍ରହ୍ମ ମୂରତି ସେହି

।।

ଯୁଗଳ ମୂର୍ତ୍ତିଟି ପ୍ରମାଣ

ସେହିଟି ନ୍ତ୍ରିବୀଜ ନ୍ତ୍ରିଗୁଣ

।।

ତା ଚଉପାଶେ ସଖୀବୃନ୍ଦେ

ସେବାରେ ଅଛନ୍ତି ଆନନ୍ଦେ

।।

ଜ୍ୟୋତିସ୍ୱରୂପେ ହୋଇ ମେଳ

କରନ୍ତି ମହାନିତ୍ୟ ଖେଳ

।।

ମହାବିରାଟ ମହାବ୍ରହ୍ମ

ସମସ୍ତ କରନ୍ତି ଜନମ

।।

ମୁଖରୁ କ୍ଷରିଲା ଓଁ କାର

ତେଣୁ ବୋଲାନ୍ତି ଏକାକ୍ଷର

।।

ସର୍ବ ଭୂତରେ ଛନ୍ତି ପୁରି

ଏକ୍ୱୈଶ ଭୁବନ ବିହାରୀ

।।

ମହାବିରାଟେ ବେଢ଼ିଛନ୍ତି

ବିରାଟ ପ୍ରଣବ ମୂରତି

।।

ଶୁଣ ଅଚ୍ୟୁତ ସାରସ୍ୱତ

ମହାବିରାଟ ମହାତତ୍ତ୍ୱ

।।

ଶ୍ଳୋକ

ରାଧା ଚନ୍ଦ୍ରାବଳୀ ଦୂତୀ କେତକୀ ମାଳତୀ ଶଶି ।

ଆଦିମାତା ଦୁର୍ଗାଦେବୀ ଅଷ୍ଟକୋଣେ ଅଷ୍ଟକିଶୋରୀ ।

 

ମହତମାନେ ୟା ଜାଣନ୍ତି

ମାୟା ମୋହରୁ ତରିଯାନ୍ତି

।।

ଏ ଭବାର୍ଣ୍ଣବେ ଅଟେ ନାବ

ମହାବିରାଟ ହାଦେ ଭାବ

।।

ସେ ସନ୍ଥ ମହତଙ୍କ ପଥ

ଦେଖିଣ ଶ୍ରଦ୍ଧା ହେଲା ଚିତ୍ତ

।।

ଭାବିଲି ଭାବଗ୍ରାହୀ ପାଦ

ତହୁଁ ସ୍ମରଣ ହେଲା ପଦ

।।

 

 

 

 

ଲିଖନେ ବଳିଲା ମୋ ଆଶ

ସୁଜନେ ନ ଘେନିବ ଦୋଷ

।।

କହଇ ଫକୀର ଅଧମ

ଉଦ୍ଧର ଗୁରୁ ଶୂନ୍ୟ ବ୍ରହ୍ମ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ମହାବିରାଟ ଯନ୍ତ୍ରଭେଦ ବର୍ଣ୍ଣନ କଥନେ

ନା ଊନବିଂଶ ପଟଳ ।

 

ବିଂଶ ପଟଳ

ଅଚ୍ୟୁତାନନ୍ଦ ଶ୍ରୀଗୁରୁ ଚରଣକୁ ଧରି ।

ପୁଚ୍ଛିଲୁ ବ୍ରହ୍ମ ଭକତି କହିବ ବିସ୍ତାରି ।୧।

ନିରାକାର ବୋଲିଛନ୍ତି ଶୁଣ ବାବୁ ତୁହି ।

ବ୍ରହ୍ମ ଭକ୍ତି ଚରିତ ଯେ ପବିନ୍ତ୍ର ଅଟଇ ।୨।

ସତ ଶାନ୍ତି ଦୟା କ୍ଷମା ହୃଦରେ ବହିବୁ ।

ବାକ୍ୟ ଶୁଣି କାହା ପ୍ରତି କୋପିତ ନୋହିବୁ ।୩।

ଯେଉଁ ବ୍ୟକ୍ତି ପୃଥ୍ୱୀ ପ୍ରାୟେ ସହିଣ ପାରଇ ।

ମାୟା ମୋହ ଜିଣି କିଛି ଦିନ ଯେ ବର୍ତ୍ତଇ ।୪।

ଧୀର ସମୀରକୁ ଯେହୁ ଧରିଣ ପାରଇ ।

ନ୍ତ୍ରୋଧ ରାଗ ତମଗୁଣେ ଜ୍ଞାନ ନାଶ ଯାଇ ।୫।

ସମତା ଦୃଷ୍ଟି ତୁ ବାବୁ କରିପାରୁ ଯେବେ ।

ଅନାମିକା ବ୍ରହ୍ମ ତୋର ଅଙ୍ଗରେ ଖେଳିବେ ।୬।

ଜଳପ୍ରାୟେ ଅବାରଣ କଲେ ତୋର ମନ ।

ତେବେ ପ୍ରାପ୍ତ ହେବେ ବ୍ରହ୍ମ ହୋଇଣ ପ୍ରସନ୍ନ ।୭।

ବସୁମତୀ ପରେ କେତେ ଉପଦର୍ପ ହୁଏ ।

ଧୈର୍ଯ୍ୟ ଧରି ବସୁମତୀ ସମ୍ଭାଳିଣ ଥାଏ ।୮।

 

ସେହିପରି ଧୈର୍ଯ୍ୟ ଧରି ସହିପାରୁ ଯେବେ ।

ଅନାମ ବ୍ରହ୍ମ ପ୍ରାପତ ହୋଇପାରେ ତେବେ ।୯।

ଏ ବ୍ରହ୍ମାଣ୍ଡେ ଜଳ ଯେବେ କରଇ ବର୍ଷଣ।

ସମସ୍ତ ସ୍ଥାନେ ପଡ଼ଇ ହୋଇଣ ସମାନ ।୧୦।

 

ଜଳସମ ଧର୍ମ ଯେବେ କରିପାରୁ ବାବୁ ।

ଅଣରୂପ ପୂର୍ଣ୍ଣବ୍ରହ୍ମ ଭକ୍ତ ବୋଲାଇବୁ ।୧୧।

ରବି ଶଶୀ ଉଦେ ହୋଇଥାନ୍ତି ପ୍ରତିଦିନ ।

ଅମୃତ ଦୃଷ୍ଟିରେ ପଡ଼େ ତାହାଙ୍କ କିରଣ ।୧୨।

 

ତେଜ ପଡ଼ିଲା ମାନ୍ତ୍ରକେ ନିଞ୍ଚିକି ବୋଲାନ୍ତି ।

ସର୍ବସମ ଚନ୍ଦ୍ର ସୂର୍ଯ୍ୟ ନିର୍ବିକାର ମୂର୍ତ୍ତ ।୧୩।

ଯେଣୁ ଅଲେଖ ଆଜ୍ଞା ସେ କରନ୍ତି ପାଳନ ।

ତେଜ ପଡ଼ି ଦୋଷ କୃତ ହେଉଛି ଖଣ୍ଡନ ।୧୪।

 

ରବି ଶଶୀ ପ୍ରାୟେ ଧର୍ମ କରିପାରୁ ଯେବେ ।

ଅଲେଖ ବ୍ରହ୍ମଙ୍କ ଭକ୍ତ ହୋଇପାରୁ ତେବେ ।୧୫।

ଯେତେ ପବନ ପରାୟେ ଦୀକ୍ଷା କରିପାରୁ ।

ତରିଯିବୁ ମାୟା ମୋହ ଦୁସ୍ତର ସଂସାରୁ ।୧୬।

 

 

ନବଦ୍ୱୀପ ଧରଣୀରେ ବହୁଛି ପବନ ।

ଅନ୍ତର ନ କରିବ ହେ ହୋଇଣ ସମାନ ।୧୭।

ଆମିଷ ବିଷଣ ଯେଉଁ ଗନ୍ଧ ପ୍ରକଟଇ।

ଏକାକାର ଭାବେ ବାୟୁ ବଳେ ସେ ଭ୍ରମଇ ।୧୮।

 

ସାମାନ୍ୟ ଧର୍ମରେ ତାଙ୍କୁ ଦୋଷ ନ ଲାଗଇ ।

ଯେଣୁ ଧ୍ୟାନ କରୁଥାନ୍ତି ଶୂନ୍ୟବ୍ରହ୍ମ ସେହି ।୧୯।

ପବନ ପ୍ରାୟେକ ଦୀକ୍ଷା ଧରିଥାଅ ବାବୁ ।

ଭଲ ମନ୍ଦ ଉଭୟଙ୍କୁ ଭିନ୍ନ ନ ଭାବିବୁ ।୨୦।

 

ବାୟୁ ଧର୍ମରେ ଚଳିଲେ କିଛି ନ ଲାଗଇ ।

ଧରିଥାଅ ଦୃଢ଼ଚିତ୍ତେ କହୁଛି ବୁଝାଇ ।୨୧।

ସକଳ ସମାନ କରି ହୁଅ ନିର୍ବିକାର ।

ଚାରିଯୁଗେ ଆଶ୍ରୟ ତୋ ହେବେ ନିରାକାର ।୨୨।

 

ବୈଶ୍ୱାନର ପ୍ରାୟେ ଦିକ୍ଷ କରସିରେ ବାବୁ ।

ଅପ୍ରତେ ନ କର ମନେ ବୁଝାଇଣ ଦେବୁ ।୨୩।

କାଷ୍ଠମଧ୍ୟେ ହୁତାଶନ ଯେସନେ ଜଳଇ ।

ଭଲ ମନ୍ଦ ଏକ ଭାବି ସକଳ ଭକ୍ଷଇ ।୨୪।

 

 

ନର ପଶୁ ତରୁ ତୃଣ କୀଟ ଯେ ପତଙ୍ଗ ।

ଖାଦ୍ୟ ଅଖାଦ୍ୟ ଅମେଧ୍ୟ ଭକ୍ଷେ ସର୍ବ ଅଙ୍ଗ ।୨୫।

ସ୍ୱାହା ପ୍ରତି ପ୍ରାୟେ ଦୀକ୍ଷା କରିପାରୁ ଯେବେ ।

ଧର୍ମାଧର୍ମ ଭେଦାଭେଦ ପାଇବୁ ତୁ ତେବେ ।୨୬।

 

ଆଚାର ବିଚାରେ ମହାବ୍ରହ୍ମଙ୍କୁ ନ ପାଇ ।

ବର୍ଣ୍ଣଭେଦ କରିବା ଯେ ଅଧର୍ମ ଅଟଇ ।୨୭।

କାମ ନ୍ତ୍ରୋଧ ଲୋଭ ମୋହ ଅଟନ୍ତି ଯେହୁ ।

ସେମାନଙ୍କୁ ପୂର୍ଣ୍ଣବ୍ରହ୍ମ ପ୍ରାପ୍ତ ହେବ କାହୁଁ ।୨୮।

 

ଦେଖା ଶୁଣା କୁହା ବୋଲା ପ୍ରକୃତି ବିକାର ।

ପଢିବା ଶୁଣିବା ଅର୍ଥ ଅଟଇ ବେଦର ।୨୯।

ଦୃଢ଼ମନେ ନାମ ବ୍ରହ୍ମେ ଲୟ ରଖ ବାବୁ ।

ସମସ୍ତ ଜୀବଙ୍କୁ ସମଭାବରେ ମଣିବୁ ।୩୦।

 

ମହିମାକୁ ହେଜ ତେଜ କାମ ନ୍ତ୍ରୋଧ ତୁହି ।

ଗୁରୁ ଚରଣ ଧ୍ୟାୟିଲେ ଜ୍ଞାନ ଉଦେ ହୋଇ ।୩୧।

ବଡ଼ ପ୍ରଭୁ ଆଶ୍ରୟରେ ହୁଏ ସଦବୁଦ୍ଧି ।

ସୁଦୟା କରିଲେ ବ୍ରହ୍ମ ହୁଏ ସର୍ବ ସିଦ୍ଧି ।୩୨।

 

 

ରୂପରେ ଥାଇ ଅରୂପେ ରଖିଥାଅ ଲୟ ।

କଳ୍ପଣା ଅରିଷ୍ଟମାନ ଯିବ ତୋର କ୍ଷୟ ।୩୩।

ବେଦରେ ଥାଇଣ ଧ୍ୟାନ ରଖ ନିର୍ବେଦରେ ।

ରୂପ ଛାଡ଼ିଲେ ଲୀନ ହେବୁ ଅରୂପରେ ।୩୪।

 

ଏହି ଦେହେ ଅଦେହକୁ କର ବାବୁ ଆଶ ।

ତେବେ ତୁ କରିବୁ ଯାଇଁ ନିଶବଦେ ବାସ ।୩୫।

ଘଟଥିଲେ ପ୍ରାପ୍ତହୁଏ ସବୁ ଜ୍ଞାନ ଧ୍ୟାନ ।

ଘଟ ତେଜିଲେ ପାଇବୁ ଆଉ କାହୁଁ ଜ୍ଞାନ ।୪୬।

 

ଅନୁଭବେ ମନ ଥିଲେ ହୁଏ ବ୍ରହ୍ମ ପ୍ରାପ୍ତ ।

ଅଣ ହେତୁ ହେଲେ ବ୍ରହ୍ମ ନୁହଇ ପ୍ରାପତ ।୩୭।

ଶବ୍ଦ ଘରେ ଥାଇ ନିଶବ୍ଦକୁ ଲୟ ଯାର ।

ଯୋନୀ ଜନ୍ମ ଭୟ ଆଉ ନୁହଇ ତାହାର ।୩୮।

 

ତୁଠର ପଥର ପ୍ରାୟେ ସବୁ ସହୁଥାଇ ।

ଅଣରୂପ ବ୍ରହ୍ମଙ୍କର ତାକୁ ଦୟା ହୋଇ ।୩୯।

ସମର୍ଥ ପଣ ଅଟଇ ସହିବା ଲୋକଟି ।

କହିବା ଲୋକଟି ଜାଣ ଅଟେ ଦୁର୍ଜନଟି ।୪୦।

 

 

ଅଳ୍ପ ବୁଦ୍ଧି ଲୋକ କେଭେ ବ୍ରହ୍ମଙ୍କୁ ନ ପାଇ ।

ସତ୍ୟ ଧର୍ମକୁ ସେ ପୁଣି ସାମାନ୍ୟ ମଣଇ ।୪୧।

ପର କହିବାର କଥା ମନରେ ନ ଧର ।

ପରବୁଦ୍ଧି ଶ୍ୱାନ ନିଜ ବୁଦ୍ଧି ଯେ ଠାକୁର ।୪୨।

 

ବିଷୟାରେ ଚିତ୍ତଥିଲେ ବ୍ରହ୍ମ ନ ମିଳଇ ।

ପୁଣି ଯୋନି ଜନ୍ମ ହୋଇ ସଂସାରେ ଖେଳଇ ।୪୩।

ଶୁଣିଲୁ କିହୋ ଅଚ୍ୟୁତ ଭକ୍ତିର ବିଚାର ।

ପାରୁ ଯେବେ ଏ ଉପାୟେ ସଂସାରୁ ନିସ୍ତର ।୪୦।

 

ନିଜ ବଡ଼ ଦେଉଳରେ ଦେବତାଙ୍କୁ ଚିହ୍ନ ।

ଚିହ୍ନିଲେ ପ୍ରାପତ ହେବ ବ୍ରହ୍ମସନାତନ ।୪୫।

 

ପ୍ରଥମ ଖଣ୍ଡ ।

ସେ ପୂର୍ଣ୍ଣ ବ୍ରହ୍ମଙ୍କୁ ହୃଦେ କରିଣ ସ୍ମରଣ ।

ବୋଲଇ ଫକୀର ଦୀନ ଆଜନ୍ମ ଶରଣ ।

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ବ୍ରହ୍ମଭାବ ଭକ୍ତି ବିଷୟ ବର୍ଣ୍ଣନେ

ନାମ ବିଂଶ ପଟଳ ।

 

ଏକବିଂଶ ପଟଳ

ଅଚ୍ୟୁତ ବିନୟ ଭାବରେ

ପଡ଼ିଣ ଗୁରୁଙ୍କ ପୟରେ

।।

ବୋଲଇ ଆହେ ନାରାୟଣ

ମୁଁ ତବ ଚରଣେ ଶରଣ

।।

କାରଣ କର ପଦ୍ମନାଭ

ମୁଁ ଯାହା ପୁଚ୍ଛଇ କହିବ

।।

ବଡ଼ ଦେଉଳ କେ ଅଟଇ

କାହାକୁ ନୀଳଚକ୍ର କହି

।।

ସେଠାରେ ଥାନ୍ତି ତିନିମୂର୍ତ୍ତି

କେ କେଉଁସ୍ଥାନେ ଦାଶରଥି

।।

ଅଠରନଳା କେ ହୋଇଲା

ବଡ଼ଦାଣ୍ଡ କେ ବୋଲାଇଲା

।।

ଦ୍ୱାବିଂଶ ପାବଚ୍ଛ କେ ହୁଏ

ଜଗମୋହନ ଘର କିଏ

।।

କାହାକୁ ସିଂହାସନ କହି

ରୋଷଇ ଶାଳ କେ ଅଟଇ

।।

କେ ଅଟେ ମଣୋହିର ସ୍ଥାନ

ଚନ୍ଦନ ଅର୍ଗଳି କେ ପୁଣ

।।

ସିଂହ ଦୁଆର କେ ଅଟଇ

କାହାକୁ ନନ୍ଦିଘୋଷ କହି

।।

ଷୋଳ ଚକଟି କେ ବୋଲାଏ

ତୁଳସୀ ଚଉରାଟି କିଏ

।।

ଚାରିବେଦଙ୍କ ସ୍ଥାନ କିଏ

ଚାରିବାଟ ଯେ କେ ବୋଲାଏ

।।

ଚାରିମଠ ଯେ କେ ଅଟନ୍ତି

ସ୍ୱର୍ଗ ଯେ କାହାକୁ ବୋଲନ୍ତି

।।

ମର୍ତ୍ତ୍ୟ ଯେ କିଏ ବୋଲାଇଲା

ପାତାଳ କିଏ ସେ ହୋଇଲା

।।

କିଏ ଅଟଇ ଯାଜପୁର

କେ ଅଟେ ବ୍ରହ୍ମାଙ୍କ ନବର

।।

କେ ଅଟେ କପିଳାସ ସ୍ଥାନ

କେ ଅଟେ ବୈକୁଣ୍ଠ ଭୁବନ

।।

 

 

 

 

କଳାରାଏଟ କେ ହୋଇଲା

କେ ଗୋଲାହାଟ ବୋଲାଇଲା

।।

କାଉଁରୀ ପାଟଣା କେ ହୋଇ

ସାତ ବାରଙ୍କ ସ୍ଥାନ କାହିଁ

।।

ପୂର୍ବ ପଶ୍ଚିମ ଦିଗ କିଏ

ଉତ୍ତର ଦକ୍ଷିଣେ କେ ହୁଏ

।।

ଚନ୍ଦ୍ର ସୂର୍ଯ୍ୟ ଯେ କାହିଁ ଥାନ୍ତି

ଚାରି ମେଘ ଯେ କେ ବୋଲାନ୍ତି

।।

 

 

 

 

ଗଙ୍ଗା ଯମୁନା ନଦୀ କିଏ

ନ୍ତ୍ରିବେଣୀ ଝର କେ ବୋଲାଏ

।।

ଦିବସ ରାନ୍ତ୍ର କେ ବୋଲାଇ

ପ୍ରକାଶ କର ଭାବଗ୍ରାହୀ

।।

ଅଚ୍ୟୁତ ବାକ୍ୟେ ନିରାକାର

ବୋଲନ୍ତି ଶୁଣ ଭକ୍ତସାର

।।

ବଡ଼ ଦେଉଳ କଥା ଶୁଣ

ତୋହର କାୟାଟି ପ୍ରମାଣ

।।

 

 

 

 

ଏ ତୋର ଶରୀର ଅଚ୍ୟୁତ

ଅଟଇ ନନ୍ଦଘୋଷ ରଥ

।।

ରଥର ଚକ ଯେ ବୋଲାଇ

ଶୁଣ ଅଚ୍ୟୁତ ମନ ଦେଇ

।।

ଆଣ୍ଠୁ ରୁ କଟିଯାଏ ପୁଣ

ଏ ତିନି ଚକଟି ପ୍ରମାଣ

।।

ନାଭି ହୃଦୟ କଣ୍ଠ ଘେନି

ଏ ପୁଣି ହୋଇଲା ଯେ ତିନି

।।

 

 

 

 

କର କହୁଣୀ ଖୁଆ ଯାଏ

ବେନି ହସ୍ତର ଯାହା ହୁଏ

।।

ମିଶନ୍ତେ ହୋଇଲା ଦ୍ୱାଦଶ

କର ଅଙ୍ଗୁଳି ବେନି ପାଶ

।।

ହୋଇଲା ଚତୁର୍ଦ୍ଦଶ ପୁଣି

ଲଲାଟ ଚକା ହାତ ବେନି

।।

ମିଶନ୍ତେ ହେଲା ଷଡ଼ ଦଶ

ଚକ ନିର୍ଣ୍ଣୟ ହେଲା ଶେଷ

।।

 

 

 

 

ମିଳାଅ ପିଣ୍ଡ ଯେ ବ୍ରହ୍ମାଣ୍ଡ

ମୁଖ ଯେ ଅଟେ ବଡ଼ ଦାଣ୍ଡ

।।

କଣ୍ଠ ତଳରେ ସ୍ଥାନ ଯେହୁ

ବାଇଶି ପାବଚ୍ଛ ଟି ସେହୁ

।।

ତା ତଳେ ତୁଳସୀ ଚଉରା

ଅଠର ନଳା ତୋର ଗଳା

।।

ଗୁହ୍ୟଟି ଯାଜପୁର ଜାଣ

ନାଭି ଯେ ବ୍ରହ୍ମାଙ୍କ ଭୁବନ

।।

 

 

 

 

ହୃଦ ଯେ ବିଷ୍ଣୁଙ୍କ ବୈକୁଣ୍ଠ

କପିଳାସ ଯେ ଅଟେ କଣ୍ଠ

।।

ନିତ୍ୟ ବୈକୁଣ୍ଠ ମୁଖ କହି

ତାଳୁକା ସ୍ୱର୍ଗଦ୍ୱାର ହୋଇ

।।

ଭାଲପଟ ଯେ ନେନ୍ତ୍ର ବାନା

କପାଳ କାଉଁରୀ ପାଟଣା

।।

କପାଳ ପରେ ଯେଉଁ ସ୍ଥାନ

ଗୋଲାହାଟଟି ସେ ପ୍ରମାଣ

।।

 

 

 

 

ନାସିକା ବେନି ପୁଡ଼ା ଯହିଁ

ବେନି ଆଲଟ ପଡ଼େ ତହିଁ

।।

ନ୍ତ୍ରୟ ଅକ୍ଷର ନ୍ତ୍ରୟ ମୂର୍ତ୍ତ

ତୋ ବେନି ନୟନେ ଅଛନ୍ତି

।।

ଗରୁଡ଼ ସ୍ତମ୍ଭ ଅଟେ ମନ

ନାସିକା ମଣୋହିର ସ୍ଥାନ

।।

ତାଳୁକା ପୂର୍ବଦିଗ ଜାଣ

ନାସିକା ପଶ୍ଚିମ ପ୍ରମାଣ

।।

 

 

 

 

ଉତ୍ତର ଦିଗ ବାମ କର୍ଣ୍ଣ

ଡ଼ାହାଣ ଶ୍ରବଣ ଦକ୍ଷିଣ

।।

ବେନି ନୟନ ଯେ ନ୍ତ୍ରିକୂଟ

ଏମନ୍ତ ହେଲା ଚାରିମଠ

।।

ଆବର୍ତ୍ତ ମେଘ ତାଳୁ ହେଲା

ସମ୍ବର୍ତ୍ତ ଚକ୍ଷୁ ବୋଲାଇଲା

।।

ପୁଷ୍କର ମେଘ ନାସା ଜାଣ

ଦ୍ରୋଣ ମେଘ ଯେ ତୋ ବଦନ

।।

 

 

 

 

 

 

 

 

ତାଳୁକା ଅଟେ କଳ୍ପବଟ

ନେନ୍ତ୍ର ଯେ ବାଞ୍ଛାବଟ ଶ୍ରେଷ୍ଠ

।।

ଦେବ ନାଶନ ବଟ ନାସା

ମୁଖ ତୋ ବଂଶୀବଟ ବସା

।।

ସାତ ବାରଙ୍କ ସ୍ଥାନମାନ

ଶୁଣ ଅଚ୍ୟୁତ ଦେଇ ମନ

।।

ଡାହାଣ ନାସା ରବିବାର

ସୋମ ଯେ ବାମ ନାସା ତୋର

।।

ଡାହାଣ ନେନ୍ତ୍ର ତୋ ମଙ୍ଗଳ

ବାମ ନୟନ ବୁଧବାର

।।

ଶୁନ୍ତ୍ରବାର ଯେ ବାମ କର୍ଣ୍ଣ

ଶନିବାର ତୋ ଦକ୍ଷକର୍ଣ୍ଣ

।।

ଜିହ୍ୱାକୁ ଗୁରୁବାର କହି

ଏମନ୍ତେ ସାତବାର ହୋଇ

।।

ଗଙ୍ଗା ଯମୁନା ଯେ ନ୍ତ୍ରିବେଣୀ

ତା ମର୍ମ ବାବୁ ଥାଅ ଶୁଣି

।।

ଯମୁନା ବାମ ନାସା ବାତ

ଦକ୍ଷିଣ ପୁଡ଼ା ଗଙ୍ଗାମାତ

।।

ମଧ୍ୟେ ନ୍ତ୍ରିବେଣୀ ସରସ୍ୱତୀ

ସୁମନେ ଶୁଣ ହୋ ଅଚ୍ୟୁତି

।।

ଋକବେଦ ଯେ ତୋ ବଦନ

ନାସିକା ସାମବେଦ ଜାଣ

।।

ଯଜୁର୍ବେଦ ଯେ ତୋ ନୟନ

ଅଥର୍ବ ବେଦ ଅଟେ କର୍ଣ୍ଣ

।।

ଶିଶୁବେଦ ଯେ ଶୂନ୍ୟେ ରହି

ପଞ୍ଚମ ବେଦ ଯେ ବୋଲାଇ

।।

ବ୍ରହ୍ମାଣ୍ଡେ ଯାହା ପିଣ୍ଡେ ତାହା

ଚିହ୍ନିଲେ ଜାଣିପାରୁ ଏହା

।।

ବୋଲଇ ଫକୀର ଅଧମ

ଉଦ୍ଧର ଗୁରୁ ଶୂନ୍ୟବ୍ରହ୍ମ

।।

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ ସମ୍ବାଦେ

ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱଭେଦ ନିର୍ଣ୍ଣୟ କଥନେ ନାମ

ଏକବିଂଶ ପଟଳ ।

 

ଦ୍ୱାବିଂଶ ପଟଳ

କହନ୍ତି ପ୍ରଭୁ ନିରାକାର

ଶୁଣ ଅଚ୍ୟୁତ ଜ୍ଞାନସାର

।।

ବ୍ରହ୍ମ ଜ୍ଞାନର ଯେଉଁ ପଥ

କହୁଛି ଆରାଧନା ସୂନ୍ତ୍ର

।।

ଜୀବକୁ ପରମେ ମିଶାଅ

ରାନ୍ତ୍ର ଦିବସେ ଖେଳୁଥାଅ

।।

ଆବୋରି ନ୍ତ୍ରିକୂଟର ସ୍ଥାନ

ଅଲେଖ ବ୍ରହ୍ମକୁ ଯେ ଚିହ୍ନ

।।

ନ୍ତ୍ରିକୂଟ ଦ୍ୱାର ଗଲେ ଫିଟି

ଶୂନ୍ୟ ପୁରକୁ ଯିବୁ ଉଠି

।।

ଓଁ କାର ଗର୍ଜନକୁ ଧର

ଅମନେ ଅନୁଭବ କର

।।

ସ୍ଥିର ଯେ କରିଥିବୁ ଦୃଷ୍ଟି

ଅମନ ସୁନ୍ତ୍ରେ ଦେବୁ ଗଣ୍ଠି

।।

ଅଣ ଅକ୍ଷରେ ତୋଳିଥିବୁ

ଏକା ଅକ୍ଷରେ ଫେରାଇବୁ

।।

ଅଲେଖ ଏକାକ୍ଷର ପ୍ରଭୁ

ଚିହ୍ନିଣ ଦର୍ଶନ କରିବୁ

।।

ତାଳୁକା ସଳଖେ ଉଦୟ

ପ୍ରଭୁ ଅନନ୍ତ ବ୍ରହ୍ମମୟ

।।

ସେ ଦୟାମୟଙ୍କୁ ଯେ ଜାଣେ

ଏ ତିନିପୁରକୁ ସେ ଜିଣେ

।।

ଯୋଗ ନ କରି ଭାବ ଦ୍ୱାରେ

ଜାଣିଣ ଖଟି ନିରନ୍ତରେ

।।

ଯୋଗୀ ପୁରୁଷ ନିଜ ଘଟେ

ଚିହ୍ନ ତୁ ଅନୁଭବ ବାଟେ

।।

ଜୀବର ଗତି ଅନୁଭବ

ଭାବିଲେ ଭକ୍ତି ବୋଲାଇବ

।।

ରୂପ ଅରୂପ ସେ ନୁହନ୍ତି

ସୂର୍ଯ୍ୟ ଅଙ୍ଗରେ ବିହରନ୍ତି

।।

ସେ ଅଣାକାର ବ୍ରହ୍ମଜ୍ୟୋତି

ଅବର୍ଣ୍ଣ ଅଚିହ୍ନ ମୂରତି

।।

 

 

 

 

ସାଧିଲେ ସିଦ୍ଧରେ ପ୍ରକଟ

ଅଣ ସାଧନେ ପାଇ ଭେଟ

।।

ଏବେ ତୁ ଶୁଣ ସିଦ୍ଧପଥ

ଯାହାର ନାହିଁ ଆଦିଅନ୍ତ

।।

ଏକା କାରଣେ ଯେହୁ ଥାଇ

ସମତା ସମସ୍ତେ ଦେଖଇ

।।

ଇନ୍ଦ୍ରିୟ ଯେବା କରେ ଥୟ

ତାହାର ସବୁ ହୁଏ ଜୟ

।।

 

 

 

 

ମୂଳ କମଳ ଚାପି ଧୀରେ

ରହଇ ଅମନ ସୂନ୍ତ୍ରରେ

।।

ବିନ୍ଦୁ କୁ ବନ୍ଧରେ ଆକଟେ

ହୃଦ କମଳ କଣ୍ଠତଟେ

।।

ବସିଣ ପଦ୍ମ ଆସନରେ

ଭଜନ ଲକ୍ଷ ଲକ୍ଷ କରେ

।।

ଏ ମନ ନିବେଶି ଅମନେ

ରହିଣ ଥାଇ ଶୂନ୍ୟଧ୍ୟାନେ

।।

 

 

 

 

ଧୀର ସମୀରେ ବାନ୍ଧି ବନ୍ଧ

ଧରିଣ ଥାଇ ଯେ ନିର୍ବେଦ

।।

ଅଟଳେ ବିନ୍ଦୁ ରହିଥାଇ

ନିଜ ବଂଶରେ ଯେ ହୁଅଇ

।।

ସମସ୍ତ ମାୟାକୁ ଜିଣଇ

ସେ ବ୍ରହ୍ମ ପରତେ ହୁଅଇ

।।

ମାୟାଦେବୀଙ୍କ ଦୟା ହେଲେ

ସିଦ୍ଧି ପ୍ରାପତ ହୁଏ ଭଲେ

।।

 

 

 

 

କହିଲି ତୋତେ ଏହି ଭେଦ

ଏମନ୍ତ କାର୍ଯ୍ୟେ ହୋନ୍ତି ସିଦ୍ଧ

।।

ଯେ ବନ୍ଧ ବାନ୍ଧେ ବିନ୍ଦୁ ଟାଣି

ସିଦ୍ଧଙ୍କ ମଧ୍ୟେ ତାକୁ ଗଣି

।।

ମାତା ପରଚେ ସିଦ୍ଧ ହୋଇ

ମାୟା ଭଣ୍ଡାର ସମ୍ପାଦଇ

।।

ମାୟାରେ ପଡ଼ି ଭୋଳ ହୋଇ

ବିଅର୍ଥେ ଯେ ବିନ୍ଦୁ ନାଶଇ

।।

 

 

 

 

ହତ୍ୟାରେ କାରେଣୀଟି ସେହି

ତା ଅଙ୍ଗ ପବିନ୍ତ୍ର ନୁହଇ

।।

ବ୍ରହ୍ମଙ୍କୁ ନାଶକଲା ଯହୁଁ

ଲଭିଲା ବ୍ରହ୍ମହତ୍ୟା ସେହୁ

।।

ଯେ ବାକ୍ୟ ସାଧି ସିଦ୍ଧି କରେ

ସେ କେଭେ ମାୟାରୁ ନ ତରେ

।।

ପ୍ରଭୁଙ୍କୁ ପାଇବ ସେ କାହୁଁ

ହସି କହନ୍ତି ମହାବାହୁ

।।

 

 

 

 

ଯା ମନ ଆୟତ୍ତେ ନ ରହଇ

ମାତା ପରଚେ ସିଦ୍ଧ ସେହି

।।

ଜୀବକୁ ପରମେ ମିଶାଇ

ଜାଗିବ ଜ୍ୟୋତି ରୂପ ଚାହିଁ

।।

ନ୍ତ୍ରିକୂଟେ ଥିବ ଉର୍ଦ୍ଧ୍ୱ ଦୃଷ୍ଟି

ମାତାଙ୍କ ପାଶେ ଯିବ ଉଠି

।।

ପିତା ଅଙ୍ଗରେ ମିଶିଯାଇ

ଉଲଟ ପାଲଟ ଫେରାଇ

।।

 

 

 

 

ନାମ ଭେଦଟି ଠୁଳ ଶୂନ୍ୟ

ଶିଶୁ ବେଦଟି ଏହି ଚିହ୍ନ

।।

ତହିଁ ଉର୍ଦ୍ଧ୍ୱକୁ ଦୃଷ୍ଟି ଦେବ

ନ୍ତ୍ରିଗୁଣ ରଜ୍ଜୁ ଫିଟିଯିବ

।।

ତତ୍ତ୍ୱ ତାରକ ବ୍ରହ୍ମ ଚିହ୍ନ

ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ

।।

ଯେ ପ୍ରାଣୀ ସେ ଭାବ ଚିହ୍ନଇ

ସିଦ୍ଧ ପୁରୁଷ ଅଟେ ସେହି

।।

 

 

 

 

ପ୍ରଭୁଙ୍କ ବିଶ୍ୱାସଟି ସେହି

ସର୍ବଦା ଏହି ଦେହେ ଥାଇ

।।

ଚାରି ଯୁଗରେ ସେହି ଥାଇ

ଆୟରେ ବ୍ୟୟକୁ ମିଶାଇ

।।

ତୁ ଏହି ଧର୍ମେ ରହ ବାବୁ

ଅନ୍ତେ ପାଇବୁ ଶୂନ୍ୟ ପ୍ରଭୁ

।।

ଶ୍ରୀ ଗୁରୁ ଶ୍ରୀଚରଣ ଧ୍ୟାୟି

ଫକୀର ମହାନ୍ତି କହଇ

।।

ମୁଁ ଅଟେ ନିତାନ୍ତ ଅଧମ

ସୁଦୟା କର ଶୂନ୍ୟବ୍ରହ୍ମ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଯୋଗସାଧନ ସିଦ୍ଧି ସଂକ୍ଷେପ ବିବରଣ

କଥନେ ନାମ ଦ୍ୱାବିଂଶ ପଟଳ

 

ତ୍ରୟୋବିଂଶ ପଟଳ

ଅଚ୍ୟୁତ ଉବାଚ

ଶ୍ରୀଗୁରୁ ଅନାଦି ଚରଣ ଧରି।

ବିନୟ ଭାବେ ଅଚ୍ୟୁତ ପଚାରି ।୧।

ଏକୋଇଶ ପୁରେ ଯେ ହୋନ୍ତି ଜନ୍ମ ।

କାଳ କବଳେ ଲଭନ୍ତି ମରର।୨।

ହର ବ୍ରହ୍ମା ବିଷ୍ଣୁ ହୁଅନ୍ତି ଲୟ ।

ସୁରାସୁର ନରେ ହୋଇଲେ କ୍ଷୟ ।୩।

କାରୁଣ୍ୟ ଜଳେ ସର୍ବେ ନାଶଗଲେ ।

ପଞ୍ଚଭୂତେ ପୁଣି କାହୁଁ ରହିଲେ ।୪।

ପ୍ରଳୟ ଆଦ୍ୟେ କିଏ ଗଲା ନାଶ ।

ହେ ପ୍ରଭୁ ତାହା କରନ୍ତୁ ପ୍ରକାଶ ।୫।

ନିରାକାର ଉବାଚ ।

ଭକ୍ତ ବଚନ ଶୁଣି ନିରାକାର ।

ବୋଲନ୍ତି ସୁମନେ ଶୁଣ କୁମର ।୬।

ଆଦ୍ୟ ପ୍ରଳୟେ ସୃଷ୍ଟି ନାଶଗଲା ।

କାରୁଣ୍ୟ ଜଳ ସ୍ୱର୍ଗକୁ ଉଠିଲା ।୭।

 

ତେତିଶକୋଟି ବୃନ୍ଦାରକ ଗଣ ।

ପ୍ରଳୟ ଜଳେ ଲଭିଲେ ମରଣ ।୭।

ଦିଗପାଳ ସହଦେବ ସୁରେଶ ।

ସେ କାରୁଣ୍ୟ ଜଳେ ଗଳେ ବିନାଶ ।୯।

 

ହରିହର ବ୍ରହ୍ମା ଲୟ ହୋଇଲେ ।

କେବଳ ପଞ୍ଚଭୂତେ ରହିଥିଲେ ।୧୦।

ଉତ୍ପାତ ହୋଇ ହେଲା ଅନ୍ଧକାର ।

ତହୁଁ ପଞ୍ଚଭୂତେ କଲେ ବିଚାର ।୧୧।

 

ଭାବନ୍ତି ଆଉ କେହି ନାହିଁ ଏଥେ ।

ପ୍ରଳୟରେ ନାଶ ଗଲେ ସମସ୍ତେ ।୧୨।

ତହୁଁ ପୃଥ୍ୱୀ ବୋଲେ ମୁଁ ହେବି ରାଜା ।

ତୁମ୍ଭେ ଚାରିହେଁ ମୋତେ କର ପୂଜା ।୧୩।

 

ଆପ ତେଜ ବାୟୁ ଏମନ୍ତ ଶୁଣି ।

ଗୋଳ କରନ୍ତି କ୍ଷିତି ସଙ୍ଗେ ପୁଣି ।୧୪।

ଅଗ୍ନି ବୋଲେ ତୁ ଯେ କଲେ ପାଳଣ ।

ମୂହୁର୍ତ୍ତକେ କରି ଦେବି ଦହନ।୧୫

 

ଏମନ୍ତ ଶ୍ରବଣେ ବୋଲେ ପବନ ।

ଦୁହିଁଙ୍କି ଉଡ଼ାଇ ଦେବି ବହନ ।୧୬।

ପଡ଼ି ମରିବ କେଉଁଠାରେ ଯାଇଁ ।

ପୃଥ୍ୱୀ ଅଗ୍ନୀ ନାମ ରଖିବି ନାହିଁ ।୧୭।

 

ଅଣଚାଶ ରୂପ କଲେ ଧାରଣ ।

ତୁମ୍ଭ ଦୁହିଁଙ୍କର ଭାଙ୍ଗିବ ଟାଣ ।୧୮।

ଏ ତିନିଙ୍କ କଥା ଶୁଣନ୍ତେ ଜଳ ।

ବୋଲେ ତୁମ୍ଭର ପୁରାଇବି କାଳ ।୧୯।

 

ପ୍ରଳୟ ଜଳେ ବୁଡ଼ାଇ ମାରିବି ।

ତୁମ୍ଭ ତିନିଙ୍କ ନାମ ନ ରଖିବି ।୨୦।

ଏ ଚାରିଙ୍କ କଥା ଆକାଶ ଶୁଣି ।

ନ୍ତ୍ରୋଧଭରେ ତାଙ୍କୁ ବଚନ ଭଣି ।

 

ତୁମ୍ଭେ ପୃଥ୍ୱୀ ଆପ ତେଜ ପବନ ।

ମନକୁ ବଡ଼ ହୁଅ ଅବାରଣ ।୨୨।

ବୃଥାକୁ ଚାରିହେଁ ଲଗାଅ ଗୋଳ ।

ପ୍ରତିଜ୍ଞା କରିଣ ଦେଖାଅ ବଳ ।୨୩।

 

 

ଚାରିଙ୍କ ଯୋଗୁଁ ସର୍ବନାଶ ଯାଏ ।

ତୁମ୍ଭ ମନେ ଦୟା ତିଳେ ନ ଥାଏ ।୨୪।

ଅଜ୍ଞାନୀ ପଣେ ମନେ କର ଗର୍ବ ।

ଆଜ ଚାରିଙ୍କ ଗର୍ବ ହେବ ଖର୍ବ ।୨୫।

 

ଶୁଣି ଜଳ ବୋଲେ ଏଡ଼େ ସାହାସ ।

ମୋ ଆଗେ ପ୍ରତିମା କରୁ ଆକାଶ ।୨୬।

ଯେବେ ମୁଁ ମହା ପ୍ରଳୟ ହୋଇବି ।

ମହାର୍ଣ୍ଣବ ଜଳେ ବୁଡ଼ାଇ ଦେବି ।୨୭।

 

ବୃଥାକୁ କାହିଁକି ଦେଖାଉ ଆଣ୍ଟ ।

ମାଡ଼ି ବସିଲେ ତୋ ସରିବ ନଟ ।୨୮।

ଆକାଶ ଭାଷେ ମୋ ଜଳରେ ଥାଉ ।

ପାଷାଣ୍ଡଙ୍କ ପ୍ରାୟେ ବଚନ କହୁ ।୨୯।

 

ଜଳ କହେ ଦେଖ ସମୁଦ୍ର ଆଣି ।

ତିନିପୁରେ ମାଡ଼ିଯିବି ଏକ୍ଷଣି ।୩୦।

ଜଳ କଥା ଶୁଣି ବୋଲେ ଆକାଶ ।

ମୋ ଆଗେ କାହିଁକି କରୁ ସାହାସ ।୩୧।

 

 

ତୁ ବୋଇଲୁ ସପ୍ତ ସିନ୍ଧୁ କୁ ଆଣି ।

ମୋତେ ବୁଡ଼ାଇ ଦେବୁ ଏହିକ୍ଷଣି ।୩୨।

ଅକଳଣା ଅଟେ ମୋର ଶରୀର ।

ମୋତେ ଛୁଇଁବାକୁ କ୍ଷମତା କାର ।୩୩।

 

ଭବ ବିହି ମୋର ଭେଟ ନ ପାନ୍ତି ।

ଶୂନ୍ୟ ଶବଦ ଅନୁସରି ଥାନ୍ତି ।୩୪।

ଆକାଶ ବଚନେ ପାଞ୍ଚଇ ଜଳ ।

ପ୍ରକୃତି କହିଲା ଶୂନ୍ୟ ମଣ୍ଡଳ ।୩୫।

 

ପୃଥ୍ୱୀ ଅଗ୍ନି ବାୟୁ କ୍ଷୟ ହୁଅନ୍ତି ।

ପ୍ରଳୟେ ଆମ୍ଭେ ରହୁ ବେନି ମୂର୍ତ୍ତ ।୩୬।

ବ୍ରହ୍ମ ପ୍ରଳୟେ ଜଳହିଁ ନ ଥାଇ ।

ଆକାଶ କଳ୍ପେ କଳ୍ପେ ରହିଥାଇ ।୩୭।

 

ଶୂନ୍ୟକୁ ମାନିଣ ଜଳ ରହିଲା ।

ଶୁଣି ପୃଥିବୀ କମ୍ପମାନ ହେଲା ।୩୮।

ଜଳ ଶୂନ୍ୟ ବାକ୍ୟ ନ ପାରି ସହି ।

ମନକୁ ନୃପତି ହୋଇଲା ସେହି ।୩୯।

 

 

ଦେଖି ଅଗ୍ନି ବିଶ୍ୱତେଜ ଘୋଟିଲା ।

ଅଣଞ୍ଚାଶ ରୂପ ଧରି ବହିଲା ।୪୦।

ତହୁଁ ଜଳ ସମସ୍ତଙ୍କୁ ବୁଡ଼ାନ୍ତେ ।

ଶୂନ୍ୟକୁ ମାନି ରହିଲେ ସମସ୍ତେ ।୪୧।

 

ଶୂନ୍ୟୁଁ ଆକାଶ ମହାଶୂନ୍ୟ ଜାତ ।

ଶୂନ୍ୟରୁ ସର୍ବେ ହୁଅନ୍ତି ସମ୍ଭୂତ ।୪୨।

ଶୂନ୍ୟରେ ସମସ୍ତେ ହୁଅନ୍ତି ଲୀନ ।

ଶୂନ୍ୟୁଁ ବ୍ରହ୍ମା ବିଷ୍ଣୁ ହେଲେ ଉତ୍ପନ୍ନ ।୪୩।

 

ଶୂନ୍ୟବ୍ରହ୍ମକୁ ଯେବେ କରୁ ଧ୍ୟାନ ।

ସେ ଶୂନ୍ୟପ୍ରଭୁ ଦେବେ ଦିବ୍ୟ ଜ୍ଞାନ ।୪୪।

ବୋଲେ ଫକୀର ଧ୍ୟାୟି ଶୂନ୍ୟ ପ୍ରଭୁ ।

ତୁମ୍ଭେ ମୋ ଇଷ୍ଟ ପିତା ମାତା ସବୁ ।୪୫।

 

କରି କରାଉଛ ତୁମ୍ଭେ ସମସ୍ତ ।

ତବ ଶ୍ରୀଚରଣେ ରହୁ ମୋ ଚିତ୍ତ ।୪୬।

ତବ ସତ୍ୟ ନାମେ ମୋ ହେତୁ ରହୁ ।

ଅନ୍ତିମେ ନାମ ମୋ ସ୍ମରଣ ହେଉ ।୪୭।

 

 

ଶ୍ରୀଗୁରୁ ଅଲେଖ ମହିମା ପଦ ।

ଧ୍ୟାୟି ଶରଣ ଗଲା ଏ ଅବୋଧ ।୪୮।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ପଞ୍ଚଭୂତ ବିବାଦ ବର୍ଣ୍ଣନ କଥନେ

ନାମ ନ୍ତ୍ରୟୋବିଂଶ ପଟଳ ।

 

ଚତୁର୍ବିଂଶ ପଟଳ

ଅଚ୍ୟୁତ ଉବାଚ

 

ଅଚ୍ୟୁତାନନ୍ଦ ଭାବ ଭୋଳେ

ପଡ଼ିଣ ଗୁରୁ ପାଦତଳେ

।।

ପୁଚ୍ଛଇ ଆହେ ନିରଞ୍ଜନ

ସଂଶୟ କର ମୋ ଛେଦନ

।।

ପଞ୍ଚ ତତ୍ତ୍ୱର ଭେଦ ଯେତେ

ବୁଝାଇ କହିବାକ ମୋତେ

।।

ମୋ ଦେହେଁ ହସ୍ତ ମାରି କହ

ହେ ଦେବ ଦେବ ଦୟାମୟ

।।

ନିରାକାର ଉବାଚ

ଅଚ୍ୟୁତ ବାକ୍ୟେ ନିରାକାର

ବୋଲନ୍ତି ଶୁଣ ତତ୍ତ୍ୱସାର

।।

ଯେ ପ୍ରଶ୍ନ ପଚାରିଲୁ ତୁହି

ସମସ୍ତ ତୋତେ ଦେବା କହି

।।

ଏ ଦେହ ପୃଥିବୀ ଅଟଇ

ଆପ ବୋଲନ୍ତେ ଜଳ କେହି

।।

ବୈଶ୍ୱାନର ଯେ ତେଜ କହି

ବାୟୁ ଯେ ନାସାରେ ବସଇଁ

।।

 

 

 

 

ତାଳୁକା ଦୁଆର ଆକାଶ

ଶୁଣି ଅଚ୍ୟୁତ ଦିବ୍ୟ ରସ

।।

ଇନ୍ଦ୍ର ଦୁଆର ପୃଥ୍ୱୀ ସ୍ଥାନ

ପୁଣିହିଁ ସ୍ଥାନ ଯେ ନୟନ

।।

ତେଜର ସ୍ଥାନ ଚକ୍ଷୁ ଦ୍ୱାର

ନାଭୀ ଯେ ପବନର ଘର

।।

ଦକ୍ଷିଣ ନାସା ରବି ଜ୍ୟୋତି

ବାମ ନାସା ଯେ ଚନ୍ତ୍ରକାନ୍ତି

।।

 

 

 

 

 

 

 

 

ବେନି ନେନ୍ତ୍ରକୁ ତାରା କହି

ଧ୍ରୁବ ଚନ୍ତ୍ର ଯେ ସେ ବୋଲାଇ

।।

ସୁଧର୍ମୀ ସଭା ଶ୍ରବଣରେ

ତପୀଙ୍କ ସଭା ଲଲାଟରେ

।।

ବାସ୍ତରୀ ନାଡ଼ୀ ଏ ଶରୀରେ

ଭିଡ଼ିଛି ଅଷ୍ଟାଙ୍ଗ ଭାବରେ

।।

ବେନି ନୟନ ମଧ୍ୟେ ସ୍ଥାନ

ନ୍ତ୍ରିକୂଟ ନାମ ବୋଲି ଜାଣ

।।

 

 

 

 

ଦନ୍ତ ସନ୍ଧିରେ ସୁଶୁମନା

ଗୁପ୍ତ ଧାରାଟି ସେହି ସିନା

।।

ମୃଣାଳ ନାସିକା ପବନ

କପୋଳ ବଙ୍କୁନାଳ ଜାଣ

।।

କାଳ ଯେ ନୟନେ ବସଇ

ସ୍ୱପନ ଦେଖେ ତେଣୁ ସେହି

।।

ମନର ଘର ଶୂନ୍ୟ ପୁରେ

ଜ୍ଞାନ ଯେ ଥୋଇ ନେନ୍ତ୍ରଦ୍ୱାରେ

।।

 

 

 

 

ନାସାଗ୍ରେ ରହିଥାଇ ଧ୍ୟାନ

ତାଳୁ ଅଟଇ ତତ୍ତ୍ୱ ସ୍ଥାନ

।।

ଇନ୍ଦ୍ରିରେ ବସଇ ଚେତନ

କଣ୍ଠ ତଳରେ ଥାଇ ଶୂନ୍ୟ

।।

ନ୍ତ୍ରିକୂଟ ଅଟେ ହେତୁ ସ୍ଥାନ

ତଥି ଉପରେ ସତଗୁଣ

।।

ନାଦଟି ବସଇ ନାଭିରେ

ବିନ୍ଦୁ ଯେ ନାସିକା ଅଗ୍ରରେ

।।

 

 

 

 

ନାମର ଧ୍ୱନି ଚକ୍ଷୁ ସ୍ଥାନ

ତଥି ଉପରେ ଜ୍ୟୋତିବ୍ରହ୍ମ

।।

ଜ୍ୟୋତି ସମ୍ଭାଇ ତାଳୁଦ୍ୱାରେ

ନିଶବଦଟି ସେହିଠାରେ

।।

ସ୍ୱପନ ବସଇ କଣ୍ଠର

ତାଳୁକା ଅଟେ ବିନ୍ଦୁ ପର

।।

ସୁରଙ୍କ ସଭା ହୃଦୟରେ

ଋଷିଙ୍କ ସଭା ଯେ କଣ୍ଠରେ

।।

 

 

 

 

 

 

 

 

ବିଧାତା ସଭା ଯେ ନାଭିରେ

ଇନ୍ଦ୍ରଙ୍କ ସଭା ଇନ୍ଦ୍ରିୟରେ

।।

ବିଷ୍ଣୁ ଙ୍କ ସଭା ନେନ୍ତ୍ରେ ତୋର

ଏ ଦଶଦିଗ ଦଶ ଦ୍ୱାର

।।

ଚଉଦ ବ୍ରହ୍ମାଣ୍ଡ କହିବା

ତୋ ମନୁ ସଂଶୟ ଦହିବା

।।

ବ୍ରହ୍ମାଣ୍ଡ ଭାଣ୍ଡ ତାଳୁ କହି

ବେନି ବ୍ରହ୍ମାଣ୍ଡ କର୍ଣ୍ଣହୋଇ

।।

 

 

 

 

ବେନି ବ୍ରହ୍ମାଣ୍ଡ ଚକ୍ଷୁବେନି

ବେନି ବ୍ରହ୍ମାଣ୍ଡ ନାସା ପୁଣି

।।

ବେନି ବ୍ରହ୍ମାଣ୍ଡ ଅଟେ ମୁଖ

କଣ୍ଠରେ ବ୍ରହ୍ମାଣ୍ଡ ଯେ ଏକ

।।

ହୃଦୟ ନାଭି ଅଟେ ଦୁଇ

ଇନ୍ଦ୍ରି ଗୁହ୍ୟ ଯେ ବେନି ହୋଇ

।।

ହୋଇଲା ଚଉଦ ବ୍ରହ୍ମାଣ୍ଡ

ଶୁଣ ତୁ ପୃଥ୍ୱୀ ନବଖଣ୍ଡ

।।

 

 

 

 

ପ୍ରଥମ ଖଣ୍ଡ ପୃଥ୍ୱୀ ଯେହୁ

ଏ ତୋର ତାଳୁକାଟି ସେହୁ

।।

ଦ୍ୱିତୀୟ ଖଣ୍ଡ ଅଟେ କର୍ଣ୍ଣ

ତୃତୀୟ ଖଣ୍ଡ ତୋ ନୟନ

।।

ଚତୁର୍ଥ ନାସିକା ଯେ ଜାଣ

ପଞ୍ଚମ ବଦନ ପ୍ରମାଣ

।।

ଷଡ଼ ସପ୍ତମ କଣ୍ଠ ହୃଦ

ଅଷ୍ଟମ ଖଣ୍ଡ ନାଭି ପଦ୍ମ

।।

 

 

 

 

ନବମ ଇନ୍ଦ୍ରିୟ ଅଟଇ

ଏମନ୍ତ ନବଖଣ୍ଡ ମହୀ

।।

ସପତ ଦ୍ୱୀପ କଥା ଶୁଣ

ସପତ ସମୁଦ୍ର ପ୍ରମାଣ

।।

ତାଳୁକା କୁଶ ଦ୍ୱୀପ ତୋର

ତା ମଧ୍ୟେ କ୍ଷୀର ଯେ ସାଗର

।।

ସେହି ସମୁଦ୍ର ନିରଞ୍ଜନ

କରନ୍ତି ଅନନ୍ତ ଶୟନ

।।

 

 

 

 

 

 

 

 

ଜମ୍ବୁଦ୍ୱୀ ଯେ ତୋ ନାଭିଟି

ମଧ୍ୟେ ଲବଣ ସମୁଦ୍ରଟି

।।

ପଲାଶ ଦ୍ୱୀପ ଅଟେ ହୃଦ

ତା ମଧ୍ୟେ ଲକ୍ଷ ଯେ ସମୁଦ୍ର

।।

ରମ୍ୟକ ଦ୍ୱୀପ କଣ୍ଠ ହୋଇ

ତା ମଧ୍ୟେ ସୁଗନ୍ଧିତ ଥାଇ

।।

କାଞ୍ଚନ ଦ୍ୱୀପ ତୋ ବଦନ

ଶ୍ୱେତ ଦ୍ୱୀପ ଯେ ତୋରବର୍ଣ୍ଣ ।।

 

 

 

 

 

ପ୍ଳକ୍ଷ ଦ୍ୱୀପ ଯେ ନାସା ହେଲା

ସପତ ଦ୍ୱୀପ ବୋଲାଇଲା

।।

କାଳ ଯେ ବସଇ ନୟନେ

ପ୍ରାଣୀଙ୍କି ନାଶଇ ଅଜ୍ଞାନେ

।।

ତାଳୁକା ସନ୍ଧି କଥା ଶୁଣ

ସେ ଜୀବ ଦାତାଙ୍କ ଆସନ

।।

ଭ୍ରୂଲତା ତୋର ଯେ ଅଟଇ

ଅର୍ଦ୍ଧମାନ୍ତ୍ରା ଯେ ତହିଁଥାଇ

।।

 

 

 

 

ନ୍ତ୍ରିକୂଟ ପରେଟି ଓଁ କାର

ତହିଁକି ତୁହି ଲୟ କର

।।

ଶରୀର ଗଲେ ପ୍ରାଣ ଯାଇ

ଏ ଆତ୍ମା ମହାଶୂନ୍ୟେ ଥାଇ

।।

ତାଳୁକା ଅଟେ ମହାଶୂନ୍ୟ

ତତ୍ତ୍ୱ ଶୂନ୍ୟଟି ତୋ ନୟନ

।।

ନାସିକା ତୋର ପ୍ରେମ ଶୂନ୍ୟ

ଧ୍ୟାନ ଶୂନ୍ୟ ଯେ ଅଟେ କର୍ଣ୍ଣ

।।

 

 

 

 

ଜ୍ଞାନଶୂନ୍ୟ ତୋ ମୁଖ ଜାଣ

ଏ ପଞ୍ଚ ଶୂନ୍ୟ ଯେ ପ୍ରାମାଣ

।।

ପଞ୍ଚଶୂନ୍ୟ ଯେ ପଞ୍ଚ ତତ୍ତ୍ୱ

ପଞ୍ଚାଙ୍ଗ ଶୁଣିଲି ଅଚ୍ୟୁତ

।।

ଏପରି କହୁଁ ନିରାକାର

ମିଳିଲେ ଲକ୍ଷ୍ମୀ ଖଗେଶ୍ୱର

।।

ପ୍ରଣାମ କରିଣ ପ୍ରଭୁଙ୍କୁ

ଜ୍ଞାନ ଯେ ପଚାରିଲେ ତାଙ୍କୁ

।।

 

 

 

 

 

 

 

 

ଯାହା କହିଲ ଅଚ୍ୟୁତଙ୍କୁ

ସେ ଜ୍ଞାନ ବୁଝାଅ ଆମ୍ଭଙ୍କୁ

।।

ହୃଦୁ କଳୁଷ ହେବ ଦୂର

ଯେ ବ୍ରହ୍ମତତ୍ତ୍ୱ ଜ୍ଞାନ ସାର

।।

ତାହା ଶୁଣିଲେ ଶ୍ରୁତି ପଥେ

ମୁକତି ଲଭିବୁ ସନ୍ତତେ

।।

ହେ ପ୍ରଭୁ ଅବିନାଶୀ ବ୍ରହ୍ମ

ଅବିଘ୍ନେ ପୂର୍ଣ୍ଣକର କାମ

।।

 

 

 

 

ଭକ୍ତ ବତ୍ସଳ ଭଗବାନ

ହେ ପ୍ରଭୁ ଜଗତ ଜୀବନ

।।

କରୁଣା ବହି କୃପାନିଧି

ତାରିବ ଏ ଘୋର ଜଳଧି

।।

ଭକ୍ତ ବଚନ ଶୁଣି କର୍ଣ୍ଣେ

କହନ୍ତି ପ୍ରଭୁ ତୋଷମନେ

।।

ତୁମ୍ଭର ଶ୍ରଦ୍ଧା ହେଲା ଯେବେ

ବୁଝାଇ କହିବାଟି ତେବେ

।।

 

 

 

 

ପଚିଶ ଠାରୁ ଛୟାଳିଶ

ପର୍ଯ୍ୟନ୍ତେ କହିବା ଅବଶ୍ୟ

।।

ମନରୁ ତୁଟିବ ସଂଶୟ

କାଳକୁ ନ ରହିବ ଭୟ

।।

ପଟଳ ଦ୍ୱିତୀୟ ଖଣ୍ଡରେ

ବୁଝାଇ କହିବା ତୁମ୍ଭରେ

।।

ସଂସାରେ ଯେହୁ ସାଧୁସନ୍ଥ

ନିଷ୍କାମ ମାର୍ଗେ ଯେ ଚିନ୍ତିତ

।।

 

 

 

 

ମନ ମଜ୍ଜାଇ ନିରନ୍ତର

ଭଜନ୍ତି ବ୍ରହ୍ମ ନିରାକାର

।।

କାଳ କାମ ଯେ ଭୟ କରି

ନ ପାଏ ପାଶକୁ ତାଙ୍କରି

।।

ସେ ଧର୍ମଜ୍ଞାନ ବିଧିମତେ

ବୁଝାଇ କହିବା ତୁରିତେ

।।

ମନକୁ ଥୟ କରି ବସ

ଯେବେ ଶୁଣିବ ବ୍ରହ୍ମରସ

।।

 

 

 

 

 

 

 

 

ପାରିଲେ ଆସ୍ୱାଦନ କରି

ହେଳେ ତରିବ ମୋହ ବାରି

।।

ପ୍ରଭୁଙ୍କଠାରୁ ଏ ବଚନ

ଶୁଣି ସନ୍ତୋଷ ବେନିଜନ

।।

ଲକ୍ଷ୍ମୀ ଗରୁଡ଼ ପାଦେ ପଡ଼ି

ଅଚ୍ୟୁତ ବେନି କରଯୋଡ଼ି

।।

ଲକ୍ଷ୍ମୀ ଗରୁଡ଼ ପାଦେ ପଡ଼ି

ଅଚ୍ୟୁତ ବେନି କରଯୋଡ଼ି

।।

 

 

 

 

ବିନୟେ ସ୍ତୁତି ଉଚ୍ଚାରିଲେ

ବହୁତ କାର୍ପଣ୍ୟ ହୋଇଲେ

।।

କହଇ ଫକୀର ଅଧମ

ନ୍ତ୍ରାହି କରିବେ ଶୂନ୍ୟବ୍ରହ୍ମ

।।

ହେ ଶୂନ୍ୟବାସୀ ଶୂନ୍ୟବ୍ରହ୍ମ

କେହି ନ ଜାଣେ ତୁମ୍ଭ ମର୍ମ

।।

ତୁମ୍ଭ ଚରଣେ ରହୁ ମନ

ଏ ହୀନେ ହୁଅନ୍ତୁ ପ୍ରସନ୍ନ

।।

 

 

 

 

ମୁଁ ମୂଢ଼ ନ ଜାଣଇ କିଛି

ତୁମ୍ଭଙ୍କୁ ଧ୍ୟାୟିଣ ଲେଖୁଛି

।।

ତୁମ୍ଭର କୋମଳ ଚରଣ

ଅନୁସରିଣ ଏ ଅଜ୍ଞାନ

।।

ଚବିଶ ପଟଳ ଯେ ପୂର୍ଣ୍ଣ

ହୋଇଲା ବ୍ରହ୍ମ ସନାତନ

।।

ମୂଢ଼ର ନ ଧରିବ ଦୋଷ

ମୁଁ ତୁମ୍ଭ ଦାସଙ୍କର ଦାସ

।।

 

ଇତି ଶ୍ରୀ ଛୟାଳିଶ ପଟଳ ମହାଗ୍ରନ୍ଥେ ନିରାକାର ଅଚ୍ୟୁତ

ସମ୍ବାଦେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ଓ ନବଖଣ୍ଡ ମେଦିନୀ

ପିଣ୍ଡ ବ୍ରହ୍ମାଣ୍ଡାଦି ନିରୂପଣ କଥନେ ନାମ

ଚତୁର୍ବିଂଶ ପଟଳ ।

 

(ଛୟାଳିଶ ପଟଳ ପ୍ରଥମ ଖଣ୍ଡ ସମାପ୍ତ)

ଆକାଶଂ ପତିତଂ ତୋୟଂ ଯଥା ଗଚ୍ଛତି ସାଗରେ ।

ସର୍ବଦେବ ନମସ୍ତୁଭ୍ୟଂ କେଶବଂ ପ୍ରତି ଗଚ୍ଛତି ।